ତିହିଡି,୦୩/୦୮: ତିହିଡି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ପଇତିପୁର ଗାଁର ଆନନ୍ଦ ଚନ୍ଦ୍ର ଦାଶ(୬୦)ଙ୍କ ବଜ୍ରପାତରେ ମୃତୁ୍ୟ ଘଟିଛି । ପ୍ରକାଶ ଯେ, ଆଜି ଅପରାହ୍ଣ ପ୍ରାୟ ୨-୩୦ ସମୟରେ ତିହିଡି ଅଞ୍ଚଳରେ ବଜ୍ରପାତ ସହ ପ୍ରବଳ ବର୍ଷା ହୋଇଥିଲା । ଏହି ସମୟରେ ଆନନ୍ଦ ନିଜ ଜମିର ହିଡ ବାନ୍ଧିବା ଲାଗି ବିଲକୁ ଯାଇଥିଲେ ।
ତେବେ ବଜ୍ରପାତ ଘଟିବାରୁ ସେ ସେଠାରେ ସଂଜ୍ଞାହୀନ ହୋଇ ତଳେ ପଡିଯାଇଥିଲେ । ପରେ ବିଲରେ କାମ କରୁଥିବା ଗାଁ ଲୋକେ ତାଙ୍କୁ ସେଠାରୁ ଉଦ୍ଧାର କରି ପରିବାର ଲୋକଙ୍କ ସହାୟତାରେ ତିହିଡି ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ପଇତିପୁର ଗାଁରେ ଶୋକର ଛାୟା ଖେଳିଯାଇଛି ।
