Odisha news

ହୀରାକୁଦ ଜଳଭଣ୍ଡାରରେ ହେବ କେଜ୍ କଲଚର ମାଛ ଚାଷ

0

ଭୁବନେଶ୍ୱର, ୦୩ ଅଗଷ୍ଟ – ରାଜ୍ୟର ମଧୁର ଜଳ ମାଛ ଉତ୍ପାଦନ ବୃଦ୍ଧି ନିମନ୍ତେ, ପଞ୍ଜୁରୀ ଭିତରେ ମାଛ ଚାଷ ଏକ ଉନ୍ନତ ଓ ଅଭିନବ ଜ୍ଞାନ କୌଶଳ ଏବଂ ଏହା ପ୍ରଚୁର ମାଛ ଉତ୍ପାଦନ ପାଇଁ ଏକ ଉଜ୍ଜ୍ୱଳ ସମ୍ଭାବନା ସୃଷ୍ଟି କରିବ । ଏହା ଦ୍ୱାରା ରାଜ୍ୟ, ମାଛର ଆବଶ୍ୟକତା ପୂରଣ କରିବା ସହିତ ସ୍ୱାବଲମ୍ବୀ ହୋଇପାରିବ ଏବଂ ଜଳକୃଷି କ୍ଷେତ୍ରରେ ମତ୍ସ୍ୟ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ସହିତ ନୂତନ ନିଯୁକ୍ତି ସୃଷ୍ଟି କରି ପାରିବ । ପ୍ରଥମ ଦଫାରେ ଏହି ପଞ୍ଜୁରୀ ଭିତରେ ମାଛ ଚାଷ ନିମନ୍ତେ ହୀରାକୁଦ ଜଳଭଣ୍ଡାରକୁ ୫ଟି ଜୋନ୍ ଏବଂ ୧୦୦ ଗୋଟି ସବ୍‌ଜୋନ୍‌ରେ ବିଭକ୍ତ କରାଯାଇଛି, ଯେଉଁଥିରେ ପ୍ରାୟ ୨୪୦୦ ଗୋଟି ପଞ୍ଜୁରୀ ସ୍ଥାପନ କରାଯାଇ ପାରିବ । ଏହି ସ୍ଥିରିକୃତ ସବ୍ ଜୋନ୍ ଗୁଡ଼ିକ ମୁଖ୍ୟତଃ ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି, ମତ୍ସ୍ୟ ଚାଷୀ, ଘରୋଇ ଉଦ୍ୟୋଗୀ ଏବଂ କମ୍ପାନୀମାନଙ୍କୁ ଲିଜ୍ ସୂତ୍ରରେ ପ୍ରଦାନ କରାଯିବ । ପ୍ରତ୍ୟେକ ସବ୍‌ଜୋନ୍‌ରେ ପଞ୍ଜୁରୀ ନିମନ୍ତେ ୬୦୦ ବର୍ଗ ମିଟର ପରିମିତ ଜଳଭାଗ ରହିବ ଏବଂ ସେଥିରେ ୬ ମିଟର ଲମ୍ବ ଙ୍ଘ ୪ମିଟର ପ୍ରସ୍ଥ ଙ୍ଘ ୪ ମିଟର ଗଭୀରତା ବିଶିଷ୍ଟ ୨୪ ଗୋଟି ଆୟତାକାର ପଞ୍ଜୁରୀ କିମ୍ବା ୧୬ ମିଟର ବ୍ୟାସ ବିଶିଷ୍ଟ ୩ ଗୋଟି ଗୋଲାକାର ପଞ୍ଜୁରୀ ସ୍ଥାପନ କରାଯାଇ ପାରିବ । ପ୍ରତି ଆୟତାକାର ପଞ୍ଜୁରୀରୁ ୩୦୦୦ କି.ଗ୍ରା. ପର୍ଯ୍ୟନ୍ତ ମାଛ ଉତ୍ପାଦନ କରାଯାଇ ପାରିବ ।
ଏହି ପଞ୍ଜୁରୀ ଗୁଡ଼ିକରେ ଭାକୁର, ରୋହି, ମିରିକାଳି, ଅମୁର କାର୍ପ, ଜଳଙ୍ଗ, ଏକଲିଙ୍ଗ ବିଶିଷ୍ଟ ଗିଫ୍‌ଟ୍ ଟିଲାପିଆ, ଭେକ୍‌ଟି, ଖୁରାଂଟ ଓ ବଟର୍ କ୍ୟାଟ୍ ଫିସ୍ (କଂଟିଆ) ଇତ୍ୟାଦି ପ୍ରଜାତିର ମାଛ ଚାଷ ନିମନ୍ତେ ଅନୁମତି ପ୍ରଦାନ କରାଯିବ । ପଞ୍ଜୁରୀ ଭିତରେ ମାଛ ଚାଷ ପାଇଁ ପ୍ରସ୍ତୁତ ନୀତି ଓ ନିୟମ ସମୁହରେ ଜଳର ଗୁଣବତା ରକ୍ଷା, ପଞ୍ଜୁରୀ ପରିଚାଳନା ଓ ମାଛ ମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ସ୍ୱତନ୍ତ୍ର ସର୍ତ ରଖାଯାଇଛି । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ମତ୍ସ୍ୟ ନିର୍ଦ୍ଦେଶାଳୟ ମାଧ୍ୟମରେ ଆଗ୍ରହୀ ମତ୍ସ୍ୟଚାଷୀ, ଉଦ୍ୟୋଗୀ ମାନଙ୍କ ଠାରୁ ଦୀର୍ଘମିଆଦି ଲିଜ୍ ନିମନ୍ତେ (ପ୍ରଥମେ ପାଂଚ ବର୍ଷ ଓ ପରେ ଅଧିକ ପାଂଚବର୍ଷ ବୃଦ୍ଧି ସହିତ) “ଗ୍ରହଣଯୋଗ୍ୟ ଅଭିବ୍ୟକ୍ତି ପ୍ରକାଶ” ଆବେଦନ କରାଯାଇଛି ।

Nalco
Leave A Reply