ଭାରତ ଭଳି ସଂସ୍କୃତି ସମ୍ପର୍ଣ ଦେଶର ଗୋଟିଏ ଅଲଗା ପରିଚୟ ରହିଛି l ବିଭିନ୍ନ ଧର୍ମ ଓ ଭାଷାକୁ ନେଇ ଭାରତର ସଂସ୍କୃତି ,ସେହି ଧର୍ମ ମାନଙ୍କ ମଧ୍ୟରୁ ହିନ୍ଦୁ ଧର୍ମର ପରମ୍ପରା ଖୁବ ନିଆରା l ସେହି ପରମ୍ପରା ମଧ୍ୟରୁ ରକ୍ଷାବନ୍ଧନ ଗୋଟିଏ l ଏହା ହେଉଛି ଭାଇ ଓ ଭଉଣୀଙ୍କ ପବିତ୍ର ବନ୍ଧନ l ସାରା ବିଶ୍ୱରେ କେଉଁଠିବି ଏହି ପ୍ରକାର ସଂପର୍କକୁ ସମ୍ମନ ଦିଅl ଯାଉନଥିବା l ରକ୍ଷାବନ୍ଧନ ପରମ୍ପରା ଭାରତର ଗୋଟିଏ ପୁରାତନ ପରମ୍ପରା ଅଟେ l ଏହି ଦିନଟି ଶ୍ରାବଣ ପୁର୍ଣିମା ଦିନ ପାଳନ କରାଯାଏ l
ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ତାର ରକ୍ଷା କରିବାର ପ୍ରତିଶୃତି ନେଇଥାଏ l ସେଠାରେ ଭାଇର ମଧ୍ୟ କର୍ତବ୍ୟ ରହିଥାଏ ଯେ ସବୁ ପରିସ୍ଥିତିର ମୁକାବିଲା କରି ନିଜ ଭଉଣୀକୁ ରକ୍ଷା କରିବା ପ୍ରତିଶୃତି ଦିଏ l ଏହି ପର୍ବଟି ଭାଇ ଭଉଣୀର ସମ୍ପର୍କକୁ ସୁଦୃଢ କରିବା ସହିତ ଏକ ନିଆରା ଅନୁଭୂତି ଜାଗ୍ରତ କରିଥାଏ l ହିନ୍ଦୁ ଧର୍ମ ସହିତ ସିଖ ଓ ଜୈନ ଧର୍ମରେ ରକ୍ଷା ବନ୍ଧନ ପାଳନ ହୁଏ l ଭାରତର ପଡୋଶୀ ଦେଶ ନେପାଳରେ ମଧ୍ୟ ଏହି ପର୍ବ ପାଳିତ ହୁଏ l ଆମ ଓଡ଼ିଶାର ଲୋକମାନେ ରକ୍ଷାବନ୍ଧନ ବଳଭଦ୍ରଙ୍କର ଜନ୍ମଦିନ ପାଳନ କରିଥାନ୍ତି l ଗାଈଗୋରୁଙ୍କୁ ପୂଜା କରାଯାଇ ରାକ୍ଷୀ ବନ୍ଧା ହୋଇଥାଏ ଓ ପିଠା ଖୁଆଇ ଥାନ୍ତି l
ପୁରାଣ ଯୁଗରୁ ରକ୍ଷାବନ୍ଧନର ମହତ୍ୱ ରହିଛି l ମହାଭାରତ ଯୁଗରେ ଦ୍ରୌପଦୀ ଓ ଶ୍ରୀ କୃଷ୍ଣଙ୍କୁ ନେଇ ଗୋଟିଏ ସୁନ୍ଦର କଥା ରହିଛି l ଶିଶୁପାଳକୁ ବଦ୍ଧ କରିବା ପାଇଁ ଭଗବାନ ଶ୍ରୀ କୃଷ୍ଣ ତାସାହିତ ଯୁଦ୍ଧା କରିଥିଲେ ସେହି ଯୁଦ୍ଧରେ ଶ୍ରୀ କୃଷ୍ଣଙ୍କ ଆଙ୍ଗୁଠିରେ ଟିକେ ଆଘାତ ଲାଗି ରକ୍ତ ବାହାରିଥିଲା ,ତୁରନ୍ତ ଦ୍ରୌପଦୀ ନିଜ ଶାଢ଼ୀକାନି ଚିରି କୃଷ୍ଣଙ୍କ ହାତରେ ବାନ୍ଧିଦେଲେ l ଯେଉଁଦିନ ଏହି ଘଟଣା ଘଟିଲା ସେହିଦିନ ଶ୍ରବଣ ପୁର୍ଣିମା ଥିଲା l କୃଷ୍ଣ ଦ୍ରୌପଦୀଙ୍କୁ କଥା ଦେଇଥିଲେ ଯେ ଏହି ଶାଢ଼ୀ କାନିର ପ୍ରତ୍ୱେକଟି ସୁତାର ମୂଲ୍ୟ ସମୟ ଆସିଲେ ପରିତୋଷ କରିଦେବେ l ଦ୍ରୌପଦୀଙ୍କ ବସ୍ତ୍ରହରଣ ସମୟରେ ଭଗବାନ ଏହାକୁ ପୁରା କରିଥିଲେ l
ପୁରାଣ ଯୁଗରୁ ରହି ଆସିଥିବା ଏହି ପରମ୍ପରା ଓ ପ୍ରଥା ଆଜି ମଧ୍ୟ ଭାରତ ବର୍ଷରେ ପାଳିତ ହେଉଛି l ଏହିସବୁ ପ୍ରଥାକୁ ନେଇ ଆମ ସଂସ୍କୃତି ,ଯାହାପାଇଁ ଆଜି ଆମେ ସାରା ବିଶ୍ୱରେ ଗୋଟିଏ ସଂସ୍କୃତି ପ୍ରିୟ ଦେଶ ଭାବରେ ଗଣନା ହେଉଛୁ l ଏହି ସବୁ ପୌରାଣିକ ମତ ଓ କଥାକୁ ନେଇ ଆମର ପରମ୍ପରା ଜୀବିତ ରହିଛି l