ବୁଗୁଡା-୦୧/୦୮/ (Hara prasad Padhi) : ନିୟମ ପରେ ନିୟମ ଗାଇଡ଼ ଲାଇନ ପରେ ଗାଇଡ଼ ଲାଇନ୍ ଯେତେ ପ୍ରଣୟନ ହେଉଛି ତାକୁ କେହି ନ ମାନିବା କାରଣରୁ ଏକ ବିଚିତ୍ର ସ୍ଥିତି ସୃଷ୍ଟି ହେଉଥିବା ଦେଖାଯାଉଛି। ବୁଗୁଡ଼ା ଏନ୍ ଏସି ରେ ପ୍ରତ୍ୟେହ କିଛି ନା କିଛି ସଚେତନତା କାର୍ଯ୍ୟକ୍ରମ ୱାର୍ଡ ମାନଙ୍କରେ ଚାଲୁଛି। କିନ୍ତୁ ବଡ ଆଶ୍ଚର୍ଯ୍ୟର କଥା ଯେଉଁ ୱାର୍ଡ ପରିସରରେ ସଭା ବସୁଛି ସେଠାକାର ପରିବେଶ ପ୍ରତି ଦୃଷ୍ଟି ନ ଦେଇ ନାନା ଉପଦେଶ ଦେଇଫେରନ୍ତି। ବହୁ ଆକର୍ଷଣ ଓ ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ଜମା ସାନିଟାଇଜେସନ୍ ମାସ ମାସ ଧରି କରାଯାଉନି। ବେଳେ ବେଳେ ସରକାରୀ କାର୍ଯ୍ୟାଳୟ ଗୁଡିକରେ ହିଁ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳୁଛି। ଅତିରିକ୍ତ ଜିଲ୍ଲାପାଳ ସ୍ଥାନୀୟ ତହସିଲଦାର କୋଭିଡ୍ ନିୟମ ଉଲଙ୍ଘନ ପୁଣି ହେଉଥିବା ଦେଖାଯାଉଛି।
ଏଠାକାର କିଛି ଔଷଧ ଦୋକାନୀ ଔଷଧ ପ୍ରଦାନ ପରେ ଗ୍ରାହକଙ୍କ ଠିକଣା ପ୍ରଭୃତି ଲେଖିରଖିନଥିବାରୁ ଜରିମାନା ପ୍ରଦାନ ସହ ଦୋକାନ ସିଲ୍ ଦଣ୍ଡ ଭୋଗିବା ସତ୍ତ୍ୱେ ମୁଖ୍ୟ ସଡ଼କରେ ଖୁଲମ୍ ଖୁଲା ଦୋକାନ ଖୋଲି ବ୍ୟବସାୟ ଚଳାଇଥିବା ଦେଖାଯାଉଛି। ଅନୁରୂପ କିଛି ଗ୍ରୋସରୀ ଓ ଅନ୍ୟାନ୍ୟ କିଛି ବ୍ୟବସାୟୀ ପଜିଟିଭ କେସ ଜଣାପଡିବା ପରେ ଗୃହ ସଂଗରୋଧ ରେ ନ ରହି ଦୋକାନ ଖୋଲି ବ୍ୟବସାୟ କରିବା ଓ ଏବଂ ଏମାନେ ଚିହ୍ନଟ ହେବାପରେ କୋଭିଡ୍ ଷ୍ଟିକର୍ ଘର ମୁହଁରେ ମାରିବା ସତ୍ତ୍ୱେ ମାନୁନାହାନ୍ତି । ତେଣେ ସରକାରୀ ଚିକିତ୍ସାଳୟ ରେ ରୋଗୀଙ୍କର ପ୍ରେସକ୍ରିପସନ୍ କାଗଜରେ ନାଁ ଗାଁ ନଲେଖି ଦିଆଯିବା ସହ ସାଧା କାଗଜରେ ଔଷଧ ଲେଖୁଥିବା ଓ କିଛି ନିର୍ଦ୍ଧିଷ୍ଟ କିସମର ଔଷଧ କୁ ରୋଗୀଙ୍କୁ ସକାଳ ୧୧ ପର୍ଯ୍ୟନ୍ତ ଦିଆଯାଉଛି ଓ ପରବର୍ତ୍ତୀ ସମୟରେ ଅର୍ଥାତ ୧୧ ଟା ପରଠାରୁ ସେହି ନିର୍ଦ୍ଧିଷ୍ଟ ଔଷଧ ବୁଗୁଡ଼ା ବଜାରରେ ଉପଲବ୍ଧ ହେବା ନେଇ ମଧ୍ୟ ବିସ୍ମୟବାଚୀ ସୃଷ୍ଟି ହୋଇଛି।
ତେଣେ କେତକ ଡାକ୍ତର ରୋଗୀକୁ ତୁମର ସମୟଜ୍ଞାନ ନାହିଁ ଯେତେବେଳେ ଇଚ୍ଛା ଚାଲିଆସୁଛି ବୋଲି କହିବା ସହିତ ଚିକିତ୍ସା କରୁନଥିବା କିମ୍ବା ଫିଙ୍ଗା ଫୋପଡ଼ା ନ୍ୟାୟରେ ବିନା ପରୀକ୍ଷାରେ କିଛି ଔଷଧ ଲେଖିପକାଉଥିବା ଯୋଗୁଁ ରୋଗୀ ମାନେ ହତାଶ ହେଉଥିବା ଜଣାପଡ଼ିଛି। କରୋନା ଭୟରେ ରୋଗୀକୁ ଡାକ୍ତର ହାତ ଲଗାଉନଥିବା, ପରୀକ୍ଷାଗାରରେ ଟେକ୍ନିସିଆନ୍ ମାନେ ପରୀକ୍ଷା କରୁନଥିବା ଭଳି କାରଣରୁ କିଛି ରୁତୁକାଳୀନ ବାଧ୍ୟ ହୋଇ କ୍ଵାକ୍ ମାନଙ୍କର ଶରଣ ପାଉଥିବା ଦେଖାଯାଉଛି। ଲେଡି ଗୁଡ କହୁଣୀକୁ ବହିଲାନି ଏଯାବତ୍ କିଛି ଅମାନିଆଙ୍କ ଗୋଟିଏ ବାଇକ ରେ ୩ ଜଣ ବନ୍ଦ ହେଉନି। ପ୍ରଶାସନ ଏଭଳି ଅମାନିଆ ଙ୍କୁ ଖୋଜି ଲୋଡି ଧରିବା ପାଇଁ ପ୍ରଯତ୍ନ କରିବା ଉଚିତ୍ ବୋଲି ମତ ପ୍ରକାଶ ପାଉଛି। ସହରକୁ ସାନିଟାଇଜ୍ ସହିତ କଡା ପଦକ୍ଷେପ ନେବାକୁ ଦାବି ହେଉଛି।