Odisha news

ଧାମନଗରରେ କୋଭିଡ଼ କଟକଣା ମଧ୍ୟରେ ଇଦ୍ ପର୍ବପାଳନ

0

ଧାମନଗର (Basudev Tripathy): ତ୍ୟାଗ ଓ ବଳିଦାନର ପର୍ବ ପବିତ୍ର ଇଦ୍- ଉଲ୍- ଜୁହା ଧାମନଗର ଠାରେ ନିରାଡ଼ମ୍ବର ଭାବେ କୋଭିଡ଼ ନିୟମ ଅନୁସାରେ ପାଳନ କରାଯାଇଛି । ଏହି ୩ଦିନିଆ ବକ୍ରିଦ୍ ପର୍ବର ପ୍ରଥମ ତଥା ମୁଖ୍ୟ ଦିନ ଶନିବାର ସକାଳ ୮ଟା ସମୟରେ ଧାମନଗର ଇଦ୍ଗା ମଇଦାନରେ କରୋନା କଟକଣା ହେତୁ ମାତ୍ର ୫ଜଣ ମୁସଲମାନ ଭାଇମାନେ ଏକତ୍ରିତ ହୋଇ ଇଦ୍ର ନମାଜ ପାଠ କରିଥିଲେ । ଧାମନଗର ଖାନକା ସରିଫର ମତୱଲି ଅଲ୍ହାଜ ସୟଦ ଗୋଲାମ ମହମ୍ମଦ ହବିବି ନମାଜ ପାଠ କରାଇବା ସହିତ ଧର୍ମୀୟ ଭାଷଣ ଦେଇଥିଲେ ।

ପ୍ରାୟ ୫ହଜାରରୁ ଉଦ୍ଧ୍ୱର୍ ମୁସଲମାନ ଭାଇମାନେ ଯେଉଁ ମଇଦାନରେ ସମୂହ ନମାଜ ପାଠ କରିବାପାଇଁଁ ଏକତ୍ରିତ ହେଉଥିଲେ କୋଭିଡ଼ କଟକଣା ହେତୁ ସେଠାରେ ଆଜି ମାତ୍ର ୫ଜଣଙ୍କ ମଧ୍ୟରେ ନମାଜ ପାଠ କରାଯାଇଥିଲା । ବକ୍ରିଦ୍ ପର୍ବର ଅବଶିଷ୍ଟ ୨ଦିନ ରବିବାର ଓ ସୋମବାର ଧାମନଗର ଅଞ୍ଚଳରେ ମୁସଲମାନ ଭାଇମାନେ ନିଜ ନିଜ ଘରେରହି ଶାନ୍ତି ଶୃଙ୍ଖଳାର ସହ ପର୍ବ ପାଳନ କରିବେ ବୋଲି ଜଣାଯାଇଛି । ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଧାମନଗର ସଦର ଏନ୍ଏସିର ସାହି ବସ୍ତିରେ ସତର୍କ ଦୃଷ୍ଟି ରଖାଯାଇଥିବାବେଳେ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି ।

Leave A Reply