Odisha news

କେନାଲ ପାଣି ନାହିଁ, ଚାଷୀ କୂଳ ହତାସ : ମରୁଡି ଆଶଙ୍କା!

0

କାକଟପୁର : କାକଟପୁର ବ୍ଳକରେ ସ୍ୱଳ୍ପ ବୃଷ୍ଟିପାତ ସଙ୍ଗକୁ କେନାଲରେ ପାଣି ବିଳମ୍ବରେ ଛଡାଯିବା ଯୋଗୁଁ ଚାଷୀଙ୍କ ଚାଷ କାର୍ଯ୍ୟ ବିଳମ୍ବ ଘଟିଛି । ଏଥି ଯୋଗୁଁ ମରୁଡି ଆଶଙ୍କା ଦେଖାଦେଇଛି । ଦୁଇମାସ ବର୍ଷା ନ ହେବାରୁ ଚାଷୀମାନେ ଧାନ ରୋଇ ପାରୁନାହାଁନ୍ତି । ଯେଉଁମାନେ ଧାନ ବୁଣିବା ସହ ରୋଇଛନ୍ତି ଗଛ ମରିବାକୁ ବସିଲାଣି ଏଭଳି ସ୍ଥିତିରେ ୧୦ହଜାରରୁ ଉଦ୍ଧ୍ୱର୍ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ସେହିପରି କୁରୁଜଙ୍ଗ, ଅବଦାନ, କାଦୁଆ ନୂଆଗାଁ, ନାଶିକେଶ୍ୱର, ବାଙ୍ଗୁରୀଗାଁ ଆଦି ୫ଟି ପଂଚାୟତରେ ଅଧିକାଂଶ ଉଠା ଜଳସେଚନ ପ୍ରକଳ୍ପ ଅଚଳ ହୋଇ ପଡିଥିବାରୁ ବିଲରେ ପାଣି ମଡାଯାଇ ପାରୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । କାକଟପୁର ବ୍ଳକରେ ଥିବା ଅନେକ ଶାଖା କେନାଲ ପାଣି ଛଡା ଯାଇନଥିବା ଦେଖିବାକୁ ମିଳିଛି । କାକଟପୁର ବ୍ଳକ ଜନସାଧାରଣ ବିଶେଷତଃ ଧାନ ଚାହ ଉପରେ ନିର୍ଭର କରିଥାନ୍ତି । ଜମିକୁ ପାଣି ପାଇଁ ଚାଷୀ ପ୍ରତିବର୍ଷ ଜଳକର ମଧଯୟ ଦେଇ ଆସୁଥିଲେ ମଧଯୟ ବିଭାଗୀୟ ଅଧିକାରୀମାନେ ଏଥିପ୍ରତି ଆଦୌ ଦୃଷ୍ଟି ଦେଉନଥିବା ଚାଷୀ ଅଭିଯୋଗ କରିଛନ୍ତି ।

କାକଟପୁର ଡିଷ୍ଟ୍ରିବୁ୍ୟଟାରୀ ଓ କୁଣ୍ଢେଇ ମୁଖ୍ୟ କେନାଲ ଅସ୍ତରଙ୍ଗ ମାଇନର, କେନ୍ଦ୍ରାପଟି ସବ୍ ମାଇନ, କାହାଳ , ଲତାହରଣ, ବାଙ୍ଗୁରୀଗାଁ ଓ ବାଁବରଡା, ଶାଖା କେନାଲ ଗୁଡିକର ଶେଷ ମୁଣ୍ଡକୁ ଏପର୍ଯ୍ୟନ୍ତ ପାଣି ପହଁଚି ପାରିନି । କାକଟପୁର ମୁଖ୍ୟ କେନାଲକୁ ୧୦ ଦିନ ହେବ ପାଣି ଛଡା ଯାଇଥିବା ବେଳେ ଏହାର ଉକ୍ତ ଶାଖା କେନାଲ ଗୁଡିକରେ ଶେଷ ମୁଣ୍ଡରେ ପାଣି ପହଁଚି ପାରିନଥିବାରୁ ଜମି ସବୁ ଶୁଖିଲା ପଡିଛି । ଏହି ଶାଖା କେନାଲ ଉପରେ ନିର୍ଭର କରୁଥିବା ହଜାର ହଜାର ଚାଷୀମାନେ ପାଣିକୁ ଅପେକ୍ଷା କରି ଚାଷକାର୍ଯ୍ୟ କରି ନପାରି ମୁଣ୍ଡରେ ହାତ ଦେଇ ବସିଛନ୍ତି । ପ୍ରତିବର୍ଷ ପାଣି ପଂଚାୟତ ମାଧ୍ୟମରେ ଶାଖା କେନାଲ ଖନନ ଓ ସଫେଇ କାର୍ଯ୍ୟ ଠିକ୍ ଭାବେ କରାନ ଯାଇ ଅର୍ଥ ବାଟମାରଣା କରାଯାଉଥିବା ଅଭିଯୋଗ ହେଉଛି । କାକଟପୁର ଓ କୁଣ୍ଢେଇ ମୁଖ୍ୟ କେନାଲ ଗୁଡିକ ଶେଷ ମୁଣ୍ଡକୁ ପାଣି ପହଁଚି ନଥିବା ସମ୍ପର୍କରେ କାକଟପୁର ସବଡିଭିଜନ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ପ୍ରତାପ କୁମାର ବିଶ୍ୱାଳଙ୍କୁ ପଚାରିବାରେ ଉପର ମୁଣ୍ଡରୁ ପାଣି ଆସୁଛି ଖୁବ୍ ଶିଘ୍ର କେନାଲରେ ପାଣି ପହଁଚିବ ବୋଲି ପ୍ରକାଶ କରିଛନ୍ତି ।

IEC 2 years
Leave A Reply