Odisha news

ଛତୁ କେଜି ୨ ଲକ୍ଷ

0

ଆସାମ : ଆସାମର ୪୦ ବର୍ଷୀୟ ପ୍ରଫେସର ସନ୍ଦୀପ ଦାସ ବିଭିନ୍ନ ପ୍ରଜାତି ଛତୁ ଉପରେ ଆଠ ବର୍ଷ ହେବ ଗବେଷଣା କରି ଆସୁଛନ୍ତି । ସନ୍ଦୀପ ଆସାମର ବୋଡୋଲାଣ୍ଡ୍‌ ୟୁନିଭର୍ସିଟିରେ ସାଇନ୍ସ ଆଣ୍ଡ୍‌ ଟେକ୍ନୋଲଜିରେ ଡିନ୍‌ ଅଛନ୍ତି । ସେ ‘କର୍ଡ଼ିସ୍ପେସ୍‌’ ନାଁରେ ବିଶେଷ ପ୍ରକାର ଛତୁ ବିକଶିତ କରିବାର ତରିକା ଖୋଜୁଛନ୍ତି ଯାହାର ମୂଲ୍ୟ କେଜି ପ୍ରତି ୨ ଲକ୍ଷ ଟଙ୍କା ରହିବ । ଏ ଛତୁରେ ଆଣ୍ଟି- ଇମ୍ପଲମେଟରୀ, ଆଣ୍ଟି-ଅକ୍ସିଡେଣ୍ଟ୍‌, ଆଣ୍ଟି-ଏଜିଙ୍ଗ୍‌, ଆଣ୍ଟି-କ୍ୟାନ୍‌ସର୍‌, ଆଣ୍ଟିମାଇେ କ୍ରାବାଏଲ୍‌, ଆଣ୍ଟି-ଭାଇରାଲ, ଆଣ୍ଟି-ଡାଇବେଟିକ୍‌, ଏନର୍ଜି ଓ ଇମୁ୍ୟନ୍‌ ବୁଷ୍ଟିଂ ଗୁଣ ରହିଛି । ଏ ପ୍ରକାର ଛତୁ ପାଇଁ ଏକ ନିର୍ଦ୍ଦିଷ୍ଟ ପ୍ରକାର ଗବେଷଣାଗାର ଦରକାର ବୋଲି ସେ କହିଛନ୍ତି । ଏବେ ସୁଦ୍ଧା ହଜାରେ ଚାଷୀ, ଛାତ୍ରଛାତ୍ରୀ ତଥା ଅନ୍ୟଲୋକଙ୍କୁ ଏ ବିଷୟରେ ଟ୍ରେନିଂ ଦେଇଛନ୍ତି । ସନ୍ଦୀପଙ୍କ ଏ ଗବେଷଣାକୁ ଦେଖି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ତରଫରୁ ୬ କୋଟି ଟଙ୍କା ଅନୁଦାନ ମିଳିଛି । ରିସର୍ଚ୍ଚ ପାଇଁ ସେ ଏକ ଲାବ୍‌ ମଧ୍ୟ ବିକଶିତ କରିଛନ୍ତି ।

Leave A Reply