ହଜିଗଲା ମାନବିକତା,ବର୍ବରତାର ସବୁ ସୀମା ଟପିଗଲେ ଉଦ୍ଭ୍ରାନ୍ତ ଯୁବକ : ପୂର୍ବଶତୃତାକୁ କେନ୍ଦ୍ର କରି ସ୍ୱାମୀ ଓ ସ୍ତ୍ରୀର ମୁଣ୍ଡର ବାଳ କାଟିଦେଲେ
ସିମୁଳିଆ : ହଜିଗଲା ମାନବିକତା,ବର୍ବରତାର ସବୁ ସୀମା ଟପିଗଲେ ଉଦ୍ଭ୍ରାନ୍ତ ଯୁବକ । ସ୍ୱାମୀ ନ ଥିବାବେବେଳେ ଘରେ ପଶି ସ୍ତ୍ରୀକୁ କଲେ ଅକଥନୀୟ ଅତ୍ୟାଚାର । ସେତିକିରେ ମନ ବୁଝିଲାଣି ଶେଷରେ ମହିଳାଙ୍କ ମୁଣ୍ଡରବାଳ କାଟିପକାଇଲେ । ପରେ ସ୍ୱାମୀ ଆସି ବିରୋଧ କରିବାରୁ ତାକୁ ମଧ୍ୟ ଏକ ବାଡିରେ ଗୋରୁଗାଇକୁ ପିଟିଲା ଭଳି ପିଟି ନଣ୍ଡା କରି ପକାଇଥିଲେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସିମୁଳିଆ ଥାନା ଅନ୍ତର୍ଗତ କହ୍ନେଇବିନ୍ଧା ପଞ୍ଚାୟତର କଇଁଶୀ ଗ୍ରାମରେ ।
ଏହି ଗ୍ରାମର ବାଲିଆ ସିଂର ସ୍ତ୍ରୀ ବର୍ଷା ସିଂ(୩୫)ଙ୍କ ସିମୁଳିଆ ଥାନାରେ ଅଭିଯୋଗ ଅନୁଯାୟୀ ମଙ୍ଗଳବାର ସଂନ୍ଧ୍ୟା ୭.୩୦ମିନିଟ ସମୟରେ ସ୍ୱାମୀ ବାଲିଆ ଘରେ ନ ଥିବାବେଳେ ପୂର୍ବ ଶତୃତାକୁ କେନ୍ଦ୍ର କରି ଡେରୁ ମୁର୍ମୁ ପୁଅ ଟାମ୍ପୁ ମୁର୍ମୁ,ସବାନ ହାଁସଦାର ପୁଅ ଚଣିଆ ହାଂସଦା,କୁଅଁର ମୁର୍ମୁର ପୁଅ ଧୁମା ମୁର୍ମୁ,ଟିଲୁ ମୁର୍ମୁର ପୁଅ ଶ୍ୟାମ ମୁର୍ମୁ,ରମେଶ ହାଁସଦା ପୁଅ ଥିବୁ ହାଁସଦା,ଗୁର୍ବା ହାଁସଦା ପୁଅ ଚାରୁ ହାଁସଦା, ଓ ନାଲୁ ମୁର୍ମୁର ପୁଅ ଥେଣ୍ଟା ମୁର୍ମୁ ପ୍ରମୁଖ ସଂଘବଦ୍ଧଭାବେ ଘରେ ପଶି ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ବାକ୍ସରେ ଥିବା ଘର କରିବାକୁ ରଖିଥିବା ୧୩ହଜାର ଟଙ୍କା ନେଇଯାଇଥିଲେ । ପରେ ବର୍ଷାକୁ ବଳକ୍ରାର କରିବାକୁ ଉଦ୍ୟମ କରି ତାର ଦେହ ହାତକୁ କାମୁଡି ପକାଇଥିଲେ ।
ଯନ୍ତ୍ରଣାରେ ଚିକ୍ରାର କରିବାରୁ ଶଶୁର ରୁହିଆ ସିଂ ଓ ସ୍ୱାମୀ ବାଲିଆ ଆସି ଯୁବକଙ୍କ କବଳରୁ ସ୍ତ୍ରୀକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ମାତ୍ର ଉକ୍ତ ଯୁବକମାନେ ବାଲିଆକୁ ଏକ ବାଡିରେ ଗୋଡାଇ ଗୋଡାଇ କରି ପିଟିଥିଲେ । ଏତିକିରେ ମନ ବୁଝି ନ ଥିଲା ସେମାନଙ୍କର । ବାଲିଆ ଓ ସ୍ତ୍ରୀ ବର୍ଷାକୁ ଧରିନେଇ ଏକ କଇଁଚି ସାହାର୍ଯ୍ୟରେ ସେମାନଙ୍କ ମୁଣ୍ଡବାଳ କାଟି ପକାଇଥିଲେ । ବାଲିଆ ଓ ତା ସ୍ତ୍ରୀ ବର୍ଷା ଅତି ନିରିହ ହୋଇଥିବାରୁ କୈ÷ାଣସି କାରଣ ନ ଥାଇ ଏହି ଉଦ୍ଭ୍ରାନ୍ତ ଯୁବକମାନେ ପୂର୍ବରୁ ଘରେ ପଶି ୪ହଜାର ଟଙ୍କା ନେଇଯାଇଥିଲେ । ଏସବୁ ଦେଖି ଗ୍ରାମବାସୀ ନୀରବ ରହିବା ଛଡା ସେମାନଙ୍କୁ ବିରୋଧ କରିବାକୁ ସାହସ କରୁ ନ ଥିବାର ଦେଖାଯାଇଥିଲା । ଅଭିଯୋଗ ପରେ ସିମୁଳିଆ ପୋଲିସ ଏହି ସମ୍ବେଦନଶୀଳ ଘଟଣାକୁ ତଦନ୍ତ କରୁଥିବାବେଳେ ଏଭଳି ସ୍ପର୍ଶକାତର ଘଟଣାକୁ ନିରପେକ୍ଷ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବାକୁ ବୁଦ୍ଧିଜୀବି ମହଲରେ ଦାବି ହେଉଛି
