Odisha news

କେଶରପୁର ସ୍ଥିତ କଳିଙ୍ଗ ଆବାସିକ ବିଦ୍ୟାଳୟର ମାଟ୍ରିକ ପରୀକ୍ଷା ଫଳ ପୂର୍ବବର୍ଷ ମାନଙ୍କ ପରି ପାସ୍ ହାର ଶତପ୍ରତିଶତ ହୋେଇଛି

0

ଡେରାବିଶ :  କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଳକ ଅନ୍ତର୍ଗତ ଦାନପୁର ପଂଚାୟତର କେଶରପୁର ସ୍ଥିତ କଳିଙ୍ଗ ଆବାସିକ ବିଦ୍ୟାଳୟର ମାଟ୍ରିକ ପରୀକ୍ଷା ଫଳ ପୂର୍ବବର୍ଷ ମାନଙ୍କ ପରି ପାସ୍ ହାର ଶତପ୍ରତିଶତ ହୋେଇଛି । ଏହି ବିଦ୍ୟଳୟରେ ସମୁଦାୟ ୧୩୯ ଜଣ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଏ-୧ରେ ୭ ଜଣ, ଏ-୨ରେ ୪୧ ଜଣ, ବି-୧ରେ ୪୦ ଜଣ, ବି-୨ରେ ୩୩ ଜଣ, ସି ଗ୍ରେଡ଼୍ରେ ୧ଜ ଣ ଓ ଡି ଗ୍ରେଡ଼୍ରେ ୫ ଜଣ କୃତକାର୍ଯ୍ୟ ହୋଇଛନ୍ତି ।

ଏହି ବିଦ୍ୟାଳୟର କଳିଙ୍ଗ ଆବାସିକ ବିଦ୍ୟାଳୟର ପ୍ରଦୁ୍ୟମ୍ନ ରାଉତ ୫୪୫, ରଶ୍ମିରେଖା ଦାସ ୫୪୬, କସ୍ତୁରୀ ଭୂୟାଁ ୫୪୦, ନନ୍ଦନନ୍ଦନ ନାୟକ ୫୪୦, ରୁଦ୍ର ରଞ୍ଜନ ମହାନ୍ତି ୫୪୦, ପାୟଲ ବିଶ୍ୱାଳ, ୫୪୯ ଓ ସୌମ୍ୟରଞ୍ଜନ ପାତ୍ର ୫୪୦ ନମ୍ବର ରଖି ଏ-୧ ଗ୍ରେଡ଼୍ରେ ପାସ୍ କରିଛନ୍ତି । ସେହିପରି ଇନ୍ଦାଳୋ ପଂଚାୟତ ଛକନା ସ୍ଥିତ  ସାରଦା ଏକାଡେମୀର ଜ୍ୟେତିରଞ୍ଜନ ସାହୁ ୫୪୨, ହରିଅଙ୍କ ପଂଚାୟତ ହରିଅଙ୍କ ହାଇସ୍କୁଲର ଶୁଭସ୍ମିତା ସ୍ୱାଇଁ ୫୬୪ ଓ ଚିନ୍ମୟ କୁମାର ତ୍ରିପାଠୀ ୫୪୫, ଲାଲବାହାଦୁର ଶାସ୍ତ୍ରୀ ହାଇସ୍କୁଲର ଦିପ୍ତୀମୟୀ ପଣ୍ଡା ୫୪୨, ଛତାଠାରେ ସରସ୍ୱତୀ ଶିଶୁମନ୍ଦିରର ଛାତ୍ରୀ ଅଲିଭା ଭୂୟା ୫୭୦ ନମ୍ବର,  ଡେରାବିଶ ସରକାରୀ ଉଚ୍ଚବିଦ୍ୟାଳୟର ଛାତ୍ରୀ କୌଶର ଜାହାଁ ୫୪୦ ନମ୍ବର ଓ ଠାକୁରହାଟ ସ୍ଥିତ ମଡର୍ଣ୍ଣ ପବ୍ଲିକ ସ୍କୁଲର ଛାତ୍ରୀ ଶ୍ୱେତା ସୁମନ ନାଥ ୫୪୦ ନମ୍ବର ରଖି ଏ-୧ ଗ୍ରେଡ଼୍ରେ ଉତୀର୍ଣ୍ଣ ହୋଇଛନ୍ତି ।

Leave A Reply