Odisha news

ପେଟ୍ରୋଲ ପମ୍ପ ରେ ଠକେଇ ଅଭିଯୋଗ : ଏକ ଲିଟର ପେଟ୍ରୋଲ ରେ 400 ଗ୍ରାମ ର ଠକେଇ ଅଭିଯୋଗ , ପେଟ୍ରୋଲ ପମ୍ପ ଘେରିଲେ ଲୋକେ

0
ପାଲଲହଡା- ପାଲଲହଡା ଅଂଚଳ ରେ ବିଭିର୍ନ ପେଟ୍ରୋଲ ପମ୍ପ ଲୋକ ଙ୍କୁ ବେଧଡକ ଭାବେ ଲୋକ ଙ୍କୁ ଲୁଟୁଛନ୍ତି ,  ପେଟ୍ରୋଲ ପମ୍ପ ମାନେ ଏକ ଲିଟର ପେଟ୍ରୋଲ ରେ ପ୍ରାୟ 400 ଗ୍ରାମ ର ଠକେଇ କରୁଥିବା  ଅଭିଯୋଗ ଆଣିଛନ୍ତି ଗ୍ରାହକ I  ଯାହାକୁ ନେଇ ଲୋକଙ୍କ ମଧ୍ୟ ରେ ଅସନ୍ତୋଷ ଦେଖା ଦେଇଛି I
ଏଭଳି ଘଟଣା ଦେଖିବାକୁ ମିଳିଛି  ଅନୁଗୁଳ ଜିଲ୍ଲା ପାଲଲହଡା ସଦରମହକୁମା ଦେଇ ଯାଇଥିବା 49 ନଂ ଜାତୀୟରାଜପଥ  କଡ ବIଙ୍କଦର ନିକଟ ରେ ଥିବା ଏକ ପେଟ୍ରୋଲ ପମ୍ପ ରେ ଅଭିଯୋଗ ଅନୁଯାୟୀ ରବିବାର  ସନ୍ଧ୍ୟା ରେ ଅଂଚଳ ରକିଛି ଲୋକ ନିଜ ଗାଡି ରେ ପେଟ୍ରୋଲ ଭରିବାକୁ ଉକ୍ତ ପମ୍ପ କୁ ଯାଇଥିବାବେଳେ ସେଠାରେ ପେଟ୍ରୋଲ ର ପରିମାଣ କୁ ନେଇ ସନ୍ଦେହ ହେବାରୁ ଏକ ବୋତଲ ରେ ତେଲ ମାଗିଥିଲେ ଏବଂ ଟାଙ୍କି ରୁ ଧାର୍ଯ୍ୟ ଠାରୁ ପ୍ରାୟ  400 ଗ୍ରାମ କମ ପରିମାଣ ର ତେଲ ବାହାରିଥିବା ଦେଖିବାକୁ ମିଳିଥିଲା ପରେ ସେଠାରେ ଲୋକ ଏକାଠି ହୋଇ ପେଟ୍ରୋଲ ପମ୍ପ ମ୍ୟାନେଜର ଙ୍କୁ ଘେରିବା  ସହ କିଛି ସମୟ ପାଇଁ ଉତେଜନା ପ୍ରକାଶ ପାଇଥିଲା , ତେବେ ଗତ କିଛି ଦିନ ପୂର୍ବ ରୁ ଖମାର ଅଂଚଳ ରେ ଏକ ପେଟ୍ରୋଲ ପମ୍ପ ବିରୋଧ ରେ ଏହିଭଳି ଭାବେ ଅଭିଯୋଗ ଆସିଥିଲା I
ଏ ସମ୍ପର୍କ ରେ ଆମେ ଉପଖଣ୍ଡ ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ  ଙ୍କୁ ପଚାରିବାରେ ସେ ଘଟଣା ସମ୍ପର୍କ ରେ ଅବଗତ ଅଛନ୍ତି ଏବଂ ଖୁବ ଶୀଘ୍ର ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବବୋଲି କହିଥିବାବେଳେ ଏହି ଘଟଣା ରେ ଉକ୍ତ ପେଟ୍ରୋଲ ପମ୍ପ ବିରୋଧ ରେ  ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣ ରେ ଦାବି ହେଉଛି I
Nalco
Leave A Reply