ଫୁଲବାଣୀ : କନ୍ଧମାଳ ଜଲାରେ କରୋନାର ସଂକ୍ରମଣ ବୃଦ୍ଧି ପାଉଛି । ସେଥିପାଇଁ ଜିଲାରେ ବିଭିନ୍ନ ଅଂଚଳରେ ଲୋକଙ୍କୁ ସଚେତନ କରାଯିବାସହିତ ଆଜିଠାରୁ ସମଗ୍ର ଜିଲାକୁ ସଟଡାଉନ ଘୋଷଣା କରାଯାଇଛି । ଜିଲାରେ ଘରଘର ବୁଲି ଜିଲା ପ୍ରଶସନ ଦ୍ୱାରା ତିଆରି କରାଯାଇଥିବା ଏକ ଦଳ ବର୍ଷା ଖରାରେ ଯାଇ ଲୋକଙ୍କର ସ୍ୱାସ୍ଥ୍ୟ ଚେକ୍ କରୁଛନ୍ତି । ସେମାନଙ୍କ ଦ୍ୱାରା ଅଣାଯାଇଥିବା ସୁଚନା ଅନୁସାରେ ସ୍ୱାସ୍ତ୍ୟ ବିଭାଗ ଦ୍ୱାରା ସେମାନଙ୍କର ଲକ୍ଷଣ,ଭ୍ରମଣର ବୃତାନ୍ତ ଏବଂ ଅନ୍ୟାନ୍ୟ ସୁଚନା ମାଧୟମରେ ସେମାନଙ୍କୁ ଯୋଗାଯୋଗ କରି ସେମାନଙ୍କର ପୁନର୍ବାର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ସେମାନଙ୍କର ରାପିଡ ଆଣ୍ଟିଜେନ ଟେଷ୍ଟ କରାଯାଉଛି । ସେତରରେ ସେମାନଙ୍କର ରିପୋର୍ଟ ପଜିଟିଭ ଆସିଲେ ସେମାନଙ୍କର ସ୍ୱାବ୍ ପରୀକ୍ଷା କରାଯାଉଛି । ଏହି ମାଧ୍ୟମରେ ବର୍ତମାନ ଅଧିକ ଲୋକଙ୍କର ପରୀକ୍ଷାର ରିପୋର୍ଟ ଶୀଘ୍ର ଆସିପାରୁଛି । ଫଳରେ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କମ ସମୟ ଭିତରେ ସମ୍ଭବ ହେଉଛି ।
ଜିଲାରେ ବର୍ତମାନ ଅଧିକ ସଂଖ୍ୟାରେ ବ୍ୟାଙ୍କ କର୍ମଚାରୀଙ୍କ ସମେତ ପୋଲିସ ଓ ଜିଲାପାଳଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ ସଂକ୍ରମିତ ହୋଇଥିବାରୁ ଫୁଲବାଣୀ ସମେତ ଫୁଲବାଣୀରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ଆଦର୍ଶ ଥାନା,କୋର୍ଟ, ସମସ୍ତ ବ୍ୟାଙ୍କ,ଥାନା ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟ ସବୁକୁ ଅଗ୍ନିଶମ ବିଭାଗ ଦ୍ୱାରା ସାନିଟାଇଜ କରାଯାଉଛି । ଏହା ସହିତ ରାସ୍ତାଘାଟ ମଧ୍ୟ ସାନିଟାଇଜ କରାଯାଉଛି । ଫୁଲବାଣିରେ ପøøର ପରିହଦ କାର୍ଯ୍ୟାଳୟ କର୍ମଚାରୀ ମାନେ ସହରର ଡ୍ରେନ୍ ସବୁକୁ ସଫା କରାଯଉଛି । କରୋନା ସଂକ୍ରମଣ ବାବଦରେ ଗ୍ରାମାଂଚଳର ଲୋକଙ୍କୁ ଜିଲାର ଆଶା ଏବଂ ଅଙ୍ଗନବାଡି କର୍ମଚାରୀ ମାନେ ଘରକୁ ଘର ଯାଇ ସେମାନଙ୍କୁ ଏହି ରୋଗର ସଂକ୍ରମଣରୁ କିପରି ନିଜେ ରକ୍ଷା ପାଇବା ସହିତ ସେମାନଙ୍କର ପରିବାର ଲୋକଙ୍କୁ ମଧ୍ୟ ଏହି ରୋଗର ସଂକ୍ରମଣରୁ ରକ୍ଷା କରାଯିବ ସେହି ବାବଦରେ ବୁଝାଇବା ସହିତ ସେମାନଙ୍କୁ ଲିଫଲେଟ୍ ଦିଆଯାଇ ସେମାନଙ୍କୁ ସେମାନଙ୍କୁ ବୁଝାଇବାରେ ଲାଗିଛନ୍ତି ସମ୍ପୃକ୍ତ କର୍ମଚାରୀ ମାନେ ।
