ଯାଜପୁର : କୋଭିଡ-୧୯ର ସଫଳ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୫ କୋଟି ଟଙ୍କା ଅନୁଦାନ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ବୁଧବାର ସଂଧ୍ୟାରେ ଅନୁଷ୍ଠିତ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଘୋଷଣା କରିବା ସହ କରୋନା ମୁକାବିଲାରେ ଜିଲ୍ଲାର ଭୂମିକାକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ରଂଜନ କୁମାର ଦାସ ଜିଲ୍ଲାରେ କରୋନାର ସ୍ଥିତି, ଗ୍ରହଣ କରାଯାଇଥିବା ବିବିଧ ପଦକ୍ଷେପ ଓ ଆଗକୁ ଗ୍ରହଣ କରାଯିବାକୁ ଥିବା ଯୋଜନା ସଂପର୍କରେ ତଥ୍ୟ ଭିତ୍ତିକ ଏକ ରିପୋର୍ଟ ଡିଡିଟାଲ ମୋଡରେ ଉପସ୍ଥାପନ କରିଥିଲେ ।
ଜିଲ୍ଲାରେ ବର୍ତ୍ତମାନ ଡୁବୁରୀ ସ୍ଥିତ “ଟାଟା ମେଡିÿକାଲ”ରେ ୧୫୦ ବଶିଷ୍ଟ ଶଯ୍ୟା କୋଭିଡ ହସପିଟାଲ ଓ ଏନ୍.ସି. କଲେଜ ଯାଜପୁର ଟାଉନଠାରେ ୪୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ସୁବିଧା ଥିବାବେଳେ ଆହୁରି ୨୫୦ ଶଯ୍ୟା ବୃଦ୍ଧି କରିବାକୁ ଜିଲ୍ଲାପାଳଙ୍କ ପ୍ରସ୍ତାବକୁ ସରକାର ମଞ୍ଜୁରୀ ଦେଇଥିଲେ । ଜିଲ୍ଲାରେ ଲୋକ ପ୍ରତିନିଧି, ପ୍ରଶାସନ, ଗଣମାଧ୍ୟମ ଓ ଜନସାଧାରଣଙ୍କ ସୁସମନ୍ୱୟ କରୋନାକୁ ପ୍ରତିହତ କରିବାରେ ସହାୟକ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଲୋକଙ୍କୁ ସଚେତନ, ଏନଫୋର୍ସମେଣ୍ଟକୁ ଅଧିକ କ୍ରିୟାଶୀଳ, କୋଭିଡ କେୟାର ମାନଙ୍କରେ ରହୁଥିବା ଅନ୍ତେବାସୀ ଓ ହସ୍ପିଟାଲରେ ରହୁଥିବା ଅନ୍ତେବାସୀମାନଙ୍କ ପ୍ରତି ଯନôଶୀଳ ଓ ସମ୍ବେଦନଶୀଳ ହେବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ ।
ଜିଲ୍ଲାକୁ ଏହି ସହାୟତା ପାଇଁ ଜିଲ୍ଲାପାଳ ଶ୍ରୀ ଦାସ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାବାସୀଙ୍କ ପକ୍ଷରୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ଜିଲ୍ଲାବାସୀ ବିଗତ କିଛି ମାସ ଧରି କରୋନା ପରିସ୍ଥିତିରେ ସହଯୋଗ ଦେଇଆସିଛନ୍ତି, ଯାହା କରୋନା ପରିଚାଳନାରେ ବେଶ ପରିଲିକ୍ଷିତ ହୋଇଛି । ତେଣୁ ଭବିଷ୍ୟତରେ ଅନୁରୂପ ସହଯୋଗ ଦେବା ସହ ସରକାରୀ ମାର୍ଗଦର୍ଶିକାକୁ ଅନୁପାଳ କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଅପରପକ୍ଷରେ ଯେଉଁ କେତେକ ଅମାନିଆ ଆଇନ ଉଲଘଂନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ, ଆର୍ଥିକ ଦଣ୍ଡ ଇତ୍ୟାଦି ଜାରି ରହିବ ବୋଲି ଶ୍ରୀ ଦାସ ସ୍ପଷ୍ଟ କରିଦେଇଛନ୍ତି