କେନ୍ଦ୍ରାପଡା : କେନ୍ଦ୍ରାପଡା ବ୍ଲକ ଅଧିନ ଗାଙ୍ଗପଡା ପଂଚାୟତରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପଂଚାୟତର ଗଗୁଆ ପ୍ରାଇମେରୀ ସ୍କୁଲ ପରିସରରେ ବୃକ୍ଷରୋପଣ କାଯ୍ୟକ୍ରମ ସହ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ୫୪ ୟୁନିଟ ସଂଗ୍ରହ କରାଯାଇଛି । କାର୍ଯ୍ୟକ୍ରମରେ ରାଜ୍ୟ ସଂଯୋଜକ ବିଜୟ ନାୟକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।
ବ୍ଲକ ଅଧ୍ୟକ୍ଷ ଅନାମ ବନ୍ଧୁ ଧଳ, ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗାଶିଷ ମହାନ୍ତି, ପୂର୍ବତନ ବ୍ଲକ ଚେୟାରମ୍ୟାନ ପଦିପ୍ତ ମହାନ୍ତି, ପୁର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ମମତାରାଣୀ ଧଳ, ଯୁବନେତା ସିରାଜ ଖାଁ, ରାଜେଶ ପଣ୍ଡା, ନରହରି ପାଣି, ପୂର୍ଣ୍ଣେନ୍ଦୁ ପ୍ରେମାନନ୍ଦ ଘଡାଇ, ଶ୍ରୀକାନ୍ତ ଦାସ, ହେମନ୍ତ ବିଶ୍ୱାଳ, ସନ୍ତୋଷ ବେହେରା, ପଂଚାୟତ ସଭାପତି ଦେବ ପ୍ରସାଦ ପାଣି, କଳାକାର ମଲିକ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉସôାହିତ କରିଥିଲେ ।