Odisha news

ସୋସାଲ୍‌ ମିଡିଆରୁ ବ୍ରେକ୍‌

0

ସାମାଜିକ ଗଣମାଧ୍ୟମରେ ବେଶ୍‌ ସକ୍ରିୟ ଥିବା ଟେଲି ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ ଏବେ ସୋସାଲ୍‌ ମିଡିଆରୁ ବ୍ରେକ୍‌ ନେଇଛନ୍ତି । ବହି ପଢ଼ିବା, ଅନ୍‌ଲାଇନ୍‌ ଟିଭି ସିରିଜ୍‌ ଦେଖିବା ତଥା କିଛି ନୂଆ କରିବାରେ ସମୟ ଅତିବାହିତ କରୁଥିବାରୁ ସୋସାଲ୍‌ ମିଡିଆରୁ ଦ୍ୱରତ୍ୱ ରଖିଥିବା ସେ ସ୍ୱୀକାର କରିଛନ୍ତି । ଏକଥା ବି କହିଛନ୍ତି, ପ୍ରଶଂସକମାନେ ତାଙ୍କୁ ସୋସାଲ୍‌ ମିଡ଼ିଆରେ ମିସ୍‌ କରିବା ସହ ଟ୍ରୋଲ୍‌ କରିବାରୁ ବଞ୍ଚିତ ହୋଇଛନ୍ତି । ଦେବୋଲିନା ମଧ୍ୟ ପ୍ରଶଂସକମାନଙ୍କ କମେଣ୍ଟ୍‌ ଆଦିକୁ ମିସ୍‌ କରୁଛନ୍ତି । ଜୀବନରେ କିଛି ସକାରାତ୍ମକ ଜରୁରୀ ଆବଶ୍ୟକତା ଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ଦେବୋଲିନା। ଇନ୍‌ଷ୍ଟାଗ୍ରାମ୍‌ରେ ସେ ଜୁଲାଇ ୪ରେ ଶେଷଥର ପାଇଁ ପୋଷ୍ଟ୍‌ କରିଥିଲେ ଏବଂ ଶେଷ ଟ୍ୱିଟ୍‌ କରିଥିଲେ ଜୁଲାଇ ୮ରେ ।

Leave A Reply