ସ୍ୱାସ୍ଥ୍ୟର କଥା ଉଠିଲେ ପ୍ରଥମେ ଆମେ ଫଳ ମାନଙ୍କ ବିଷୟରେ ଚିନ୍ତା କରିଥାଉ l ବିଭିନ୍ନ ଋତୁରେ ବିଭିନ୍ନ ପ୍ରକାରର ଫଳ ଆସିଥାଏ ଓ ସେମାନଙ୍କର ସ୍ୱାଦ ମଧ୍ୟ ଅଲଗା ଅଲଗା ପ୍ରକାରର l କିଛି ଫଳ ଏପରି ହୋଇଥାଏ ଯାହାକୁ ଉଲ୍ଲାସର ସହିତ ସମସ୍ତେ ଅପେଖ୍ୟା କରିଥାନ୍ତି l ସେହିପରି ଗୋଟିଏ ଫଳ ହେଉଛି ଜାମୁକୋଳି l ଏହା ଦେଖିବାକୁ କଳା ଅଟେ କିନ୍ତୁ ରସାଳିଆ ହୋଇଥାଏ l ଜାମୁକୋଳିରେ ଅଧିକ ଉତ୍ପାଦନ ଆମେରିକା ଓ ପ୍ରଶାନ୍ତ ମହାସାଗରର କୁଳ ବର୍ତି ଅଞ୍ଚଳରେ ହୋଇଥାଏ l ଏଥିରେ ଅନେକ ପୌଷ୍ଟିକ ତତ୍ୱ ରହିଛି ,କେବଳ ଜାମୁକୋଳିରେ ଫଳ ନୁହେଁ ତାର ଗଛର ଛାଲି ,ପତ୍ର ଓ ମଞ୍ଜି ମଧ୍ୟ ଔଷଧୀୟ ଗୁଣରେ ଭରପୁର ଅଟେ l
ହୃଦୟ ପାଇଁ ହିତକର -ଏକ ଗବେଷଣାରୁ ଜଣା ପଡିଛି ଯେ ଜାମୁକୋଳି ଖାଇବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ l କାରଣ ଜାମୁକୋଳିରେ ଏନଥୋସାୟନିନ ଓ ଫ୍ଲେବନଏଡ଼ ଭରପୁର ମାତ୍ରାରେ ରହିଛି l ଯାହା ହୃଦୟ ପାଇଁ ରହିଥିବା ସମସ୍ୟାକୁ ଦୂରକରି ଥାଏ l ସେଥିପାଇଁ ଜାମୁକୋଳି ଖାଇବା ହୃଦୟ ପାଇଁ ହିତକର l
ହାଡ଼କୁ ମଝବୁତ କରେ -ଗୋଟିଏ ଉନ୍ନତ ସ୍ୱାସ୍ଥ୍ୟ ପାଇଁ ହାଡ ମଝବୁତ ହେବ ନିତ୍ୟାନ୍ତ ଆବଶ୍ୟକ l ଏଥିପାଇଁ ଭରପୁର ପୋଷଣ ଯୁକ୍ତ ଜାମୁକୋଳି ଖାଇବl ଦ୍ୱାରା ହାଡ ମଝବୁତ ହେବ ସହିତ ହାଡ ସମ୍ବଧୀୟ ସମସ୍ୟାରୁ ଦୁରେଇ ରଖିଥାଏ l ଜାମୁକୋଳିରେ ଫେନୋଲିକ ରହିଛି ,ଯାହା ହାଡ଼କୁ କ୍ଷତି ହେବାରୁ ରକ୍ଷା କରିଥାଏ l
ମଧୁମେହ ପାଇଁ ହିତକର -ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଜାମୁକୋଳିର ପତ୍ର ମଧୁମେହ ପାଇଁ ରାମବାନ ଅଟେ l ଏହାର ପତ୍ରକୁ ବ୍ୟବହାର କରିବା ଦ୍ୱାରା ରକ୍ତରେ ସୁଗାରର ମାତ୍ରl କମ ହୋଇଥାଏ l ଆୟୁର୍ବେଦରେ ମଧୁମେହ ପାଇଁ ଜାମୁକୋଳି ପତ୍ର ସହିତ ଜାମୁକୋଳି ମଞ୍ଜିକୁ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆ ଯାଇଥାଏ l
ମୋଟାପା ଦୂର କରେ -ଶରୀରରେ ମୋଟାପାଣ ବଢିଲେ ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ଓ ରୋଗ ଦେଖା ଦେଇଥାଏ l ଏହି ସମୟରେ ଯଦି ଆପଣ ଜାମୁକୋଳି ସେବନ କରିବେ ତେବେ ଏହା ଅତିରିକ୍ତ ଚର୍ବିକୁ କମ କରିଥାଏ ,କାରଣ ଜାମୁକୋଳିରେ ଏନଥୋସାୟନିନ ରହିଛି l ଏନଥୋସାୟନିନ ଚର୍ବିକୁ କମ କରେ l
ଆଖି ପାଇଁ ହିତକର -ଆଖିର ସମସ୍ୟା ପାଇଁ ଜାମୁକୋଳି ଗୋଟିଏ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l ଏକ ଗବେଷଣାରୁ ଜଣ ପଡିଛି ଯେ ଆଖିର ଦୃଷ୍ଟି ଶକ୍ତି ପାଇଁ ଭିଟାମିନ-ଏ ର ଆବଶ୍ୟକତା ରହିଥାଏ ,ତା ସହିତ ଭିଟାମିନ-ସି ଓ ଇ ଓ ଅଣ୍ଟିଆକ୍ସିଡେଣ୍ଟର ମଧ୍ୟ ଆବଶ୍ୟକତା ରହିଛି l ଏହି ସମସ୍ତ ପୋଷାକ ତତ୍ୱ ଜାମୁକୋଳିରେ ଭରପୁର ମାତ୍ରାରେ ରହିଥାଏ l ତେଣୁ ଜାମୁକୋଳି ଖାଇବା ଚକ୍ଷୁ ପାଇଁ ହିତକର l
