Odisha news

ଦିର୍ଘ ୫ବର୍ଷ ପରେ କୃଷି ବିଭାଗର ନିଦ ଭାଙ୍ଗିଛି ବୋଲଗଡ ବ୍ଲକର ଆତ୍ମାର ନୁତନ କମିଟି ଗଠନ : ପ୍ରଶାସନ ପଦକ୍ଷେପ ନେବାପାଇଁ ଦାବୀ

0

ବୋଲଗଡ : ଦିର୍ଘ ୫ବର୍ଷ ପରେ କୃଷି ବିଭାଗର ନିଦ ଭାଙ୍ଗିଛି ବୋଲଗଡ ବ୍ଲକର ଆତ୍ମାର ନୁତନ କମିଟି ଗଠନ କରିବାରେ । ସୋମବାର ଦିନ ଲକ୍ଡାଉନ ସମୟରେ କୃଷି ବିଭାଗର ଅଧିକାରୀମାନେ ସରକାରୀ ନିୟମକୁ ଫୁ କରି ସାମାଜିକ ଦୁରତା ରକ୍ଷା ନକରି ସ୍ଥାନୀୟ କେତେକ ଲୋକ ପ୍ରତିନିଧି ଓ ଶାସକ ଦଳୀୟ କର୍ମିମାନଙ୍କୁ ନେଇ ଏହି ନୁତନ କମିଟି ଗଠନକୁ ସାଧାରଣରେ ତିବ୍ର ନିନ୍ଦା କରାଯାଇଛି ।

ସୂଚନାରୁ ପ୍ରକାଶ ଯେ, ୨୦୧୫ ମସିହାରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକର ଆତ୍ମା କମିଟି ଗଠନ ହୋଇଥିଲା । ଏହାର କାର୍ଯ୍ୟକାଳ ୨ବର୍ଷ ଥିଲାବେଳେ ଏହାର ୫ବର୍ଷ ପରେ ନୁତନ କମିଟି ଗଠନ କରାଯାଇଛି । ଦିର୍ଘ ୧ବର୍ଷ ଧରି ନୁତନ କମିଟିରେ ସଭ୍ୟସଭ୍ୟା ରହିବାପାଇଁ ଶାସକ ଦଳର କେତେକ ଜନପ୍ରତିନିଧି ଓ ବିଧାୟକଙ୍କ ମଧ୍ୟରେ ଟଣା ଓଟରା ଲାଗିରହିଥିଲା । ଶେଷରେ ପ୍ରଶାସନ ହସ୍ତକ୍ଷେପ କରି ତୁରନ୍ତ ନୁତନ କମିଟି ଗଠନ ସହିତ ଏହାର ସୁପରିଚାଳନା କରିବାପାଇଁ ଅଧ୍ୟକ୍ଷ ଚୟନ କରିବା ପାଇଁ ନିଦେ୍ର୍ଦଶ ଦେବାପରେ କରୋନା ମହାମାରୀ କଟକଣା ଥିବା ସତ୍ତ୍ୱେ ସୋମବାର ଦିନ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ବ୍ଲକ କୃଷି ଅଧିକାରୀ ସୁଶାନ୍ତ ଦାଶଙ୍କ ଆବାହକତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା ।

ତରବରିଆ ଭାବେ ଏହି ବୈଠକ ଚାଲିଥିବାବେଳେ ଗ୍ରୀଲ ତାଲା ପକାଯାଇ କାର୍ଯ୍ୟାଳୟ ଭିତରେ ରୁଦ୍ଧଦ୍ୱାର ବୈଠକ କରାଯାଇଥିଲା । ଏଥିରେ ବହୁ ନୁତନ କମିଟିର ମହିଳା ପ୍ରତିନିଧିଙ୍କ ବଦଳରେ ତାଙ୍କ ସ୍ୱାମୀମାନେ ଉପସ୍ଥିତ ଥିବାର ସୂଚନା ମିଳିଛି । ମାତ୍ର ଅଧଘଣ୍ଟା ଭିତରେ ଅଧ୍ୟକ୍ଷ ଚୟନ କରାଯାଇ ବୈଠକ ଶେଷ ହୋଇଥିଲା । ଏହାକୁ ବିରୋଧ କରିବାପାଇଁ ଶାସକ ଦଳର କେତେକ ଯୁବନେତା କାର୍ଯ୍ୟାଳୟ ବାହାରେ ଜମା ହୋଇଥିବାରୁ ତରବରିଆ ଭାବେ ବୈଠକ ଶେଷ କରି ପଳାଇଯାଇଥିଲେ । ଏହି ଆତ୍ମାର ଏହି ନୁତନ କମିଟି ବୈଠକରେ କୃଷି,ମସô୍ୟଚାଷ, ଉଦ୍ୟାନ କୃଷି,ପଶୁପାଳନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିବାବେଳେ ଉକ୍ତ ବିଭାଗରେ ସଫଳ ଚାଷୀମାନଙ୍କୁ ପ୍ରତିନିଧିତ୍ୱର ସୁଯୋଗ ମିଳିନାହିଁ ।

ନୁତନ କମିଟିରେ ସଭ୍ୟସଭ୍ୟା ଥିବା ବହୁ ମହିଳା ଓ ପୁରୁଷ ସଭ୍ୟ/ସଭ୍ୟା କେବଳ ରାଜନୈତିକ ଦୃଷ୍ଟି କୋଣରୁ  ସ୍ଥାନୀୟ ବିଧାୟକଙ୍କ ଅନୁଗତ ମାନଙ୍କୁ ଏଠାରେ ଥଇଥାନ କରାଯାଇଯାଇଛି । ଯାହାକୁ ନେଇ ପ୍ରକୃତ ଚାଷୀମାନେ ସରକାରୀ ଅନୁଦାନ ପାଇବା ବଦଳରେ ଆଗାମୀ ଦିନରେ ଆତ୍ମା ନାମରେ ଆସୁଥିବା ଅନୁଦାନ ହରିଲୁଟ କରିବାପାଇଁ ଏହାର ସୁଯୋଗ ସୃଷ୍ଟି କରିବେ ବୋଲି ଆଲୋଚନା ହେଉଛି । ଏହି ନୁତନ କମିଟି ଗଠନକୁ ସ୍ଥଗିତ ରଖିବାପାଇଁ ନାରିନେତ୍ରୀ ଉର୍ମିଳା ପାଣିଗ୍ରାହୀ (ମିଲି) ଏହାକୁ ବିରୋଧ କରି ମାନ୍ୟବର ଅଦାଲତଙ୍କ ଦ୍ୱାରସ୍ଥ ହେବା ସହିତ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ସତ୍ତ୍ୱେ କୃଷି ଅଧିକାରୀ କାହା ସ୍ୱାର୍ଥରେ ଆଜିର ତରବରିଆ ବୈଠକକୁ କୃଷକନେତା ବିଜୟ କୁମାର ନାୟକ, ଚିତ୍ତରଞ୍ଜନ ମିଶ୍ର ତୀବ୍ର ସମାଲୋଚନା କରିଛନ୍ତି । ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ବାନାମ୍ବର ମାଝି ଆତ୍ମା ପରିଚାଳନା କମିଟିର ନୁତନ ଅଧ୍ୟକ୍ଷ ଭାବେ ଚୟନ ହୋଇଛନ୍ତି ।

Ad2
Leave A Reply