Odisha news

ଭଦ୍ରକ ଜିଲ୍ଲାପାଳ ହୋମ୍ କ୍ୱାରେନ୍ଟାଇନ୍ରେ : ଆବାସିକ କାର୍ଯ୍ୟାଳୟ କର୍ମଚାରୀ କରୋନା ଆକ୍ରାନ୍ତ

0

ଭଦ୍ରକ :ଭଦ୍ରକ ଜିଲ୍ଲାରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଆଜି ଜିଲ୍ଳା ପ୍ରଶାସନର ମୁଖ୍ୟ ଭଦ୍ରକ ଜିଲ୍ଲାପାଳ ଡ.ଜ୍ଞାନ ଦାସ ନିଜେ ହୋମ୍‍ କ୍ୱାରେନଟାଇନ୍‍ରେ ରହିଥିବା ଜଣାଯାଇଛି । ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟର କାର୍ଯ୍ୟାରତ ଜଣେ କର୍ମଚାରୀଙ୍କୁ ଆଜି କରୋନା ସଂକ୍ରମଣ ହୋଇଥିବା ନେଇ ରିପୋର୍ଟ ବାହାରିବା ପରେ ଜିଲ୍ଲାପାଳ ଡ.ଦାସ ନିଜ ଆଡୁ ଏହି ନିଷ୍ପତ୍ତି ନେଇଥିବା ଜଣାଯାଇଛି । ଅନ୍ୟପକ୍ଷରେ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଥିବା ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ କାର୍ଯ୍ୟାରତ କର୍ମଚାରୀଙ୍କୁ ଆଜି କୋଭିଡ୍‍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ୩ଦିନ ମଧ୍ୟରେ ଭଦ୍ରକ ପୌରପାଳିକାର ଜଣେ କର୍ମଚାରୀ, ପରେ ପରେ ଭଦ୍ରକ ତହସିଲର ଜଣେ କିରାଣୀ ଓ ଆଜି ଧାମନଗର ଥାନା ଆଇଆଇସିଙ୍କ ସମେତ ୬ଜଣ ପୋଲିସ ଅଧିକାରୀ କରୋନା ଆକ୍ରାନ୍ତ ହୋଇଥିଲେ । ଏହି ଘଟଣା ପ୍ରଚାର ହେବା ପରେ ଜିଲ୍ଲା ପ୍ରଶାସନିକ ମହଲ, ସରକାରୀ କାର୍ଯ୍ୟାଳୟ ଗୁଡିକରେ ଅଜଣା ଆତଙ୍କ ଖେଳିଯାଇଛି । ଏସମ୍ପର୍କରେ ଜିଲ୍ଲାପାଳ ଡ.ଜ୍ଞାନ ଦାସଙ୍କୁ ଏହି ପ୍ରତିନିଧି ପଚାରିବାରୁ ସେ, ଆସନ୍ତା କାଲି ସକାଳେ ମିଡିଆକୁ ଅପଡେଟ୍‍ ଦିଆଯିବ ବୋଲି କହିଥିଲେ ।

Nalco
Leave A Reply