ପାରାଦ୍ୱୀପ ତା୧୬/୦୭ : ପାରାଦ୍ୱୀପ ରିଫାଇନାରୀ ପକ୍ଷରୁ ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ସ୍ୱଚ୍ଛତା ପକ୍ଷ ଗତ ୧୫ ତାରିଖ ଦିନ ଉଦ୍ଯାପିତ ହୋଇଯାଇଛି । ଏହି ପକ୍ଷ ପାଳନ ଅବସରେ ସିଙ୍ଗଲ ବ୍ୟବହାରଯୁକ୍ତ ପ୍ଳାଷ୍ଟିକ ଉପରେ ଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅଭିଯାନ ମଧ୍ୟରେ ବାଲିଝରା ର ମା ସନ୍ତୋଷୀ ବୃଦ୍ଧାଶ୍ରମ, ଢିଙ୍କଆ ପଞ୍ଚାୟତ, ନିମିଢି ର ଲୋକନାଥ ଅନାଥ ଆଶ୍ରମ ସମେତ ନିକଟସ୍ଥ ୮ ଗୋଟି ପଞ୍ଚାୟତ ରେ ସ୍ୱଚ୍ଛତା ଉପକରଣ, ଡଷ୍ଟବିନ୍, ଆଦି ପ୍ରଦାନ କରାଯାଇଥିଲା । ଚଳିତ ବର୍ଷର ସନ୍ଦର୍ଭ “ଚିକିତ୍ସା ଅପେକ୍ଷା ସତର୍କତା ଭଳ” ଉପରେ ପାରାଦ୍ୱୀପ ରିଫଇନେରୀର ନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ୍ୟ ଟିଡିଭିଏସ୍ ଗୋପାଳକୃଷ୍ଣ ଆଲୋକପାତ କରିଥିଲେ । ଏହି ଅବସରରେ କର୍ମଚାରୀ ଓ ଅଧିକାରୀ ମାନଙ୍କୁ ଶପଥ ପାଠ କରାଇବା ସହ ସ୍ୱଚ୍ଛତାଯୁକ୍ତ ଜୀବନ ଶୈଳୀର ଉପକାରୀତା ବିଷୟରେ ସଚେତନ କରାଇଥିଲେ । ଏତଦବ୍ୟତୀତ ରିଫାଇନାରୀ ପକ୍ଷରୁ ଏକ ସ୍ୱଚ୍ଛତା ରଥର ଶୁଭାରମ୍ଭ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଟ୍ରକ୍ ଚାଳକ ମାନଙ୍କୁ କୋଭିଡ୍-୧୯ର ସଚେତନତା କରାଯାଇଥିଲା ।