ପାରାଦ୍ୱୀପ ତା୧୬/୦୭ ଗୁରୁବାର ଦିନ ସକାଳେ ପାରାଦ୍ୱୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଏକ ମାଲବାହୀ ଟ୍ରେନ୍ ଏକ ଟ୍ରକ୍ ଉପରେ ଚଢିଯିବାରରୁ ଟ୍ରକ୍ଟି ସଂପୂର୍ଣ୍ଣଭାବେ ନଷ୍ଟ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ, ପାରାଦ୍ୱୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ୧ନମ୍ବର ଫାଟକ ନିକଟରେ ଥିବା ଜେଏସ୍ଡବ୍ଳ୍ୟୁ ରେଲ୍ୱେ ସାଇଡ୍ ରେ ବିନା ସିଗନାଲ୍ ମ୍ୟାନ ଏପଂ ରେଲୱେ ଗାର୍ଡରେ ଏକ ଟ୍ରେନ୍ ପଛୁଆ ଆସୁଥିଲା । ଏହି ସମୟରେ ଏକ ଟ୍ରକ୍ ରେଲୱେଲାଇନ୍ ଅତିକ୍ରମ କରୁଥିଲା । ବିନା ସିଗ୍ନାଲ ଓ ଗାର୍ଡରେ ଆସୁଥିବା ଟ୍ରେନ ଟ୍ରକ୍ ଉପରେ ଚଢିଯାଇଥିଲା । ରେଲ୍ୱେ ୱାଗନ୍ ଟ୍ରକ୍ଟିକୁ ପ୍ରାୟ ୨୦ ଫୁଟ ଘୋଷାଢି ନେଇଥିଲା । ଟ୍ରକ୍ ଡ୍ରାଇଭର ସାମାନ୍ୟ ଆହାତ ହୋଇଥିବାବେଳେ ଟ୍ରକ୍ଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଜେଏସ୍ଡବ୍ଳ୍ୟୁ ରେଲ୍ୱେ ସାଇଡିଙ୍ଗରେ ଜେଏସ୍ଡବ୍ଳ୍ୟୁ କର୍ତ୍ତୃପକ୍ଷଙ୍କ ଏଭଳି ବେପରୁଆ କାର୍ଯ୍ୟ ଆଗାମୀ ଦିନରେ ତାର ପ୍ରକଳ୍ପ ପାଇଁ ସତର୍କ ଘଣ୍ଟି ବଜେଇ ଦେଇଛି ବୋଲି ଆଲୋଚନା ହେଉଛି । ପୂର୍ବରୁ ଜେଏସ୍ଡବ୍ଳ୍ୟୁ ର ସୁରକ୍ଷାକର୍ମୀଙ୍କ ମାଡରେ ଜନୈନକ ଟ୍ରକ ମାଲିକ ଓ ଡ୍ରାଇଭର ଆହାତ ହୋଇ ପାରାଦ୍ୱୀପ ଥାନାରେ ଅଭିଯୋଗ କରିଥିଲେ । ପୁନର୍ବାର ଏଭଳି ଦୁର୍ଘଟଣା ଜେଏସ୍ଡବ୍ଳ୍ୟୁ ପାଇଁ ପୁଣି ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ।