କୋଣାର୍କ,ସବ୍ୟୁ, ଗୁରୁବାର ଦିନ କୋଣାର୍କ ଡ଼ାକ୍ତରଖାନା ପରିସରରେ ବରିଷ୍ଠ ଚିକିତ୍ସକ ଡ଼ା ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ କୋଭିଡ଼ ପରିଚାଳନା ତାଲିମ ଶିବିର ଅନୁଷ୍ଠିତ ହୋଇଛି। ମହାମାରୀ କରୋନାକୁ ଦୃଷ୍ଟିରେ ରଖି କୋଣାର୍କ ଡ଼ାକ୍ତରଖାନା ପରିସରରେ ଏକ କୋଭିଡ଼ କେୟାର ସେଣ୍ଟର ଖୋଲାଯାଇଛି ।ଏହି କୋଭିଡ଼ କେୟାର ସେଣ୍ଟରରେ କାର୍ଯ୍ୟ କରିବା ପାଇଁ ପ୍ରାୟ ୪୦ ଜଣ ଡ଼ାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ନିଯୁକ୍ତି ହୋଇଛନ୍ତି ।ଏହି ଡ଼ାକ୍ତରଖାନାରେ ଏଣିକି ଅଂଚଳରୁ ବାହାରୁଥିବା କରୋନା ପଜିଟିଭ ଙ୍କ ଚିକିତ୍ସା କରାଯିବ ବୋଲି ସୂଚନା ମିଳିଛି ।
ଏହି ଡ଼ାକ୍ତରଖାନାକୁ ଆସୁଥିବା କରୋନା ପଜିଟିଭ ରୋଗୀଙ୍କୁ କିଭଳି ଚିକିତ୍ସା କରାଯିବ ,ସେମାନଙ୍କ ଠାରୁ କିଭଳି ସର୍ତକତା ଅବଲମ୍ବନ କରାଯିବ , କରୋନା ପଜିଟିଭ ରୋଗୀ ମାନଙ୍କ ଠାରୁ ସ୍ବସ୍ଥ୍ୟକର୍ମୀ ମାନେ କିଭଳି ଭାବେ ନିରାପଦ ଦୁରତା ଅବଲମ୍ବନ କରି ସ୍ବାସ୍ଥ୍ୟସେବା ଯୋଗାଇଦେବେ ସେ ସଂପର୍କରେ କର୍ମଶାଳାରେ ଟିକିନିଖି ଭାବେ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ସୂଚନା ପ୍ରଦାନ କରାଯାଇଥିଲା ଏହି କର୍ମଶାଳାରେ ଅନ୍ୟ ମାନଙ୍କ ମଧ୍ୟରେ କୋଣାର୍କ ଏନ.ଏ.ସି.ର ନିର୍ବାହୀ ଅଧିକାରୀ ଏମ୍.ଶ୍ରୀ ନିବାସ,ଡା ଶିବପ୍ରସାଦ ମଙ୍ଗରାଜ,ଡା ଆଲୋକ ପଟ୍ଟନାୟକ,କୋଣାର୍କ ଡକ୍ଟରଖାନାର ଆୟୁଷ ଡାକ୍ତର ବିଧୁଭୂଷଣ ନାୟକ,ପ୍ରମୁଖ ଯୋଗ ଦେଇ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ।