ବଲିଉଡ ଡ଼ାଇରେକ୍ଟର ରୋହିତ ସେଟି ନିର୍ଦେଶିତ ସୁପର କମିକ ଚଳଚିତ୍ର ଗୋଲମାଲ ଫନ ଅନଲିମିଟେଡ଼କୁ ୧୪ ବର୍ଷ ପୁରା ହୋଇଯାଇଛି l ଏହି ଚଳଚିତ୍ରରେ ଅବିନୟ କରିଥିବା ଅର୍ଶଦ ବାରସି ,ତୁଷାର କାପୁର ଚଳଚିତ୍ରଟିକୁ ମାନେ ପକାଇଥିଲେ l ଏହି କମେଡି ଚଳଚିତ୍ରରେ ଅଭିନୟ କରିଥିବା ଅନ୍ୟ କଳାକାର ମାନେ ହେଲେ ଅଜୟ ଦେବଗନ ,ସରମନ ଯୋଶୀ ଇତ୍ୟାଦି l
ଗୋଲମାଲ ଫ୍ରାଞ୍ଚାଇଜର ଆଜି ପର୍ଯ୍ୟନ୍ତ ଚାରିଟି ଭାଗ ରିଲିଜ ହୋଇସାରିଛି ,ପ୍ରତ୍ୟକଟି ଭାଗକୁ ଲୋକମାନେ ଖୁବ ଉପଭୋଗ କରିଛନ୍ତି l ରୋହିତ ସେଟି ପ୍ରତ୍ୟକଟି ଭାଗକୁ କମେଡି ଦ୍ୱାରା ଦର୍ଶକ ମାନଙ୍କୁ ଖୁବ ହସାଇଛନ୍ତି l ଚଳଚିତ୍ରର ୧୪ ବର୍ଷ ପୂର୍ତ୍ତି ଉପଲକ୍ଷ ଅର୍ଶଦ ଟ୍ୱିଟକରି ଲେଖିଛନ୍ତି ଯେ “ପାଗଳାମୀର ୧୪ ବର୍ଷ ପୁରା ହୋଇଗଲା ଯାହା ଏବେବି ଜାରି ରହିଛି “l
ତୁଷାର କାପୁର ଏହି ଚଳଚିତ୍ରରେ ମୁକ ଅଭିନୟ କରିଥିଲେ l ସେ ତାଙ୍କ ଇନ୍ଷ୍ଟଗ୍ରାମ ଆକାଉଣ୍ଡ୍ରେ ଏହି ଚଳଚିତ୍ରର କିଛି ଭିଡିଓ ପୋଷ୍ଟ କରିଥିଲେ l କ୍ୟାପ୍ସନରେ ଲେଖିଥିଲେ ଯେ “ଗୋଲମାଲ ଫ୍ରାଞ୍ଚାଇଜକୁ ଏତେ ଭଲପାଇବା ଦେବା ପାଇଁ ଅଶେଷ ଧନ୍ୟବାଦ l ବଲିଉଡ ଡ଼ାଇରେକ୍ଟର ରୋହିତ ସେଟି ଏହି ଦୁଇ କଳାକାରଙ୍କୁ ନିଜର ଆଗାମୀ ଚଳଚିତ୍ର ସୂର୍ଯ୍ୟବଂଶୀ ନେଇଛନ୍ତି lସୂର୍ଯ୍ୟବଂଶୀର ସୁଟିଙ୍ଗ ପରେ ଗୋଲମାଳ ୫ର ସୁଟିଙ୍ଗ ଆରମ୍ଭ ହେବ l