ତେଜପତ୍ର କେବଳ ସ୍ୱାଦ ପାଇଁ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ଗୋଟିଏ ବଡ ଶ୍ରୋତ ଅଟେ l ଭାରତୀୟ ଖାଦ୍ୟରେ ମସଲା ଭାବରେ ତେଜପତ୍ରର ଅନେକ ଚାହିଦା ରହିଛି l ସୁଗନ୍ଧିତ ସ୍ୱାଦର ତେଜ ପାତ୍ରରେ ଆବଶ୍ୟକ ପୋଷାକ ତତ୍ୱ ଓ ଖଣିଜ ପଦାର୍ଥ ରହିଛି l ତେଜ ପାତ୍ରରେ ଭିଟାମିନ-ଏ ଓ ଭିଟାମିନ-ସି ସହିତ ଫୋଲିକଏସିଡ ମଧ୍ୟ ରହିଥାଏ l ଔଷଧୀୟ ଗୁଣରେ ଭରପୁର ତେଜପତ୍ର କ୍ୟାନ୍ସର ଭଳି ଘାତକ ରୋଗ ପାଇଁ ଲାଭଦାୟକ l ଆୟୁର୍ବେଦରେ ତେଜ ପତ୍ରକୁ ଗୋଟିଏ ଔଷଧୀୟ ପତ୍ର ଭାବରେ ପ୍ରୟୋଗ କରାଯାଏ l ତେଜ ପତ୍ରର ବୈଜ୍ଞାନିକ ନାମ ହେଲା ଲରସ ନବିଲିସ l
* ସ୍ୱସ୍ୱାତନ୍ତ୍ର ପାଇଁ ତେଜପତ୍ର -ତେଜପତ୍ର ଖାଇବା ଦ୍ୱାରା କାଶ ,ଫ୍ଲୁ ,ଆସ୍ଥମା ଓ ଶ୍ୱାସ ସମ୍ବଧିଵାୟ ଯୋଡି ହୋଇଥିବା ରୋଗ ଗୁଡ଼ିକରୁ ଆରମ୍ଭ ମିଳିଥାଏ l ତଣ୍ଟି ଯଦି ଫୁଲିଥାଏ ତେବେ ଏହାକୁ ଠିକ କରିବା ପାଇଁ ତେଜ ପତ୍ରର ବ୍ୟବହାର କରାଯାଏ l ତେଜପତ୍ରରେ ଆଣ୍ଟିଇନ୍ଫ୍ଲମେଟୋରି ଗୁଣ ରହିଛି l ସେଥିପାଇଁ ଏହା ଥଣ୍ଡା ଜନିତ ସମସ୍ୟା ଯୋଗୁ ଶରୀରର ଯେ କୌଣସି ଯନ୍ତ୍ରଣାକୁ ଦୂର କରିଥାଏ l
* ଦାନ୍ତ ଯନ୍ତ୍ରଣାକୁ କମ କରେ -ଦାନ୍ତ ପାଇଁ ମଧ୍ୟ ତେଜପତ୍ର ଲାଭକାରୀ ଅଟେ l ବୈଜ୍ଞାନିକ ଅଧୟନ ଅନୁସାରେ କୁହାଯାଇଛି ଯେ ତେଜପତ୍ରରେ ଭିଟାମିନ-ସି ଥିବା ହେତୁ ଏହା ଦାନ୍ତ ମାଢିକୁ ସୁଦୃଢ କରିଥାଏ l ଯଦି ତେଜପତ୍ରକୁ ପୋଡାଯାଇ ତାର ପାଉଁଶକୁ ଦାନ୍ତର ମାଞ୍ଜନ ଭାବରେ ବ୍ୟବହାର କରାଯାଏ ତେବେ ଏହା ଦାନ୍ତର ଯନ୍ତ୍ରଣାରୁ ଆରମ୍ଭ ଦେଇଥାଏ l NCBI ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁସାରେ ତେଜପତ୍ରରୁ ବାହାରୁଥିବା ତେଲ ମୁଖ ଗହ୍ୱରର ଜୀବାଣୁକୁ ନଷ୍ଟ କରିଥା l
* କ୍ୟାନ୍ସରରୁ ରକ୍ଷା କରେ -ବିଜ୍ଞାନ କ୍ୟାନ୍ସର ଭଳି ମାରାତ୍ମକ ରୋଗ ବିଷୟରେ ଲଗାତାର ଗବେଷଣା କରି ଚାଲିଛି ,କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ସଠିକ ଚିକିତ୍ସା ମିଳି ନାହିଁ l ଯଦି ଆମେ ନିଜର ଖାଦ୍ୟପେୟର ଧ୍ୟାନ ରଖିବା ଓ ନିୟମିତ ଭାବରେ ବ୍ୟାୟାମ କରିବା ତେବେ ଆମେ ଏହି ମାରାତ୍ମକ ରୋଗ ଠାରୁ ନିଜକୁ ରକ୍ଷା କରି ପାରିବ l NCBI ଦ୍ୱାରା ହୋଇଥିବା ଏକ ଅଧୟନ ଅନୁସାରେ ତେଜପତ୍ରରେ ଏପରି କିଛି ଗୁଣ ଅଛି ଯାହା ପେଟର କ୍ୟାନ୍ସରରୁ ଦୁରେଇ ରଖେ l
* ତେଜପତ୍ର ତ୍ୱଚାକୁ ସଂକ୍ରମଣରୁ ରକ୍ଷାକରେ-ତେଜପତ୍ର ଆଣ୍ଟିଫଙ୍ଗlଲ ଗୁଣରେ ଭରପୁର ଅଟେ l ଏହା ବିଶେଷ କରି କ୍ୟାଣ୍ଡିଡ଼ ଏଲବିକ୍ୟାନସ ନାମକ ସଂକ୍ରମଣ ବିରୁଦ୍ଧରେ କାମ କରେ l ଏଥିପାଇଁ ତ୍ୱଚାର ଫଙ୍ଗାଲ ସଂକ୍ରମଣ ପାଇଁ ତେଜପତ୍ରର ତେଲ ବ୍ୟବହାର କରିବା ଆବଶ୍ୟକ l ଏକ ବୈଜ୍ଞାନିକ ଅନୁଧ୍ୟାନ ଅନୁସାରେ ଚର୍ମରୋଗ ପାଇଁ ତେଜପତ୍ର ହିତକର l
* କେଶ ପାଇଁ ଗୁଣକାରୀ ତେଜପତ୍ର -ତେଜପତ୍ରର ଉପଯୋଗ ସ୍ୱାସ୍ଥ୍ୟ ଓ ତ୍ୱଚା ସହିତ କେଶ ପାଇଁ ମଧ୍ୟ କରାଯାଏ l ବୈଜ୍ଞାନିକ ଅଧୟନ ଅନୁସାରେ ତେଜପତ୍ରର ତେଲ ଦ୍ୱାରା ରୁପି ଓ ସରିଆସିସ ଇତ୍ୟାଦି ଠିକ ହୋଇଥାଏ l ତେଣୁ ତେଜପତ୍ର ତେଲ କିମ୍ବା ତେଜପତ୍ରକୁ ପାଣିରେ ପକାଇ ଗରମ କରି କେଶ ପାଇଁ ବ୍ୟବହାର କରାଯାଇ ପାରିବ l
