ନୂଆଦିଲ୍ଲୀ :ଆମେରିକା ଓ ଚୀନ ମଧ୍ୟରେ ଦିନକୁଦିନ ଉତେଜନା ବଢିବାକୁ ଲାଗିଛି l କରୋନା ମହାମାରୀ ଯୋଗୁ ଆମେରିକା ଚୀନକୁ ଅନେକ ଥର ଅlକ୍ଷପ କରିଛି l ବର୍ତ୍ତମାନ ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ୍ କରୋନା ମହାମାରୀକୁ ନେଇ ଚୀନକୁ ଅlକ୍ଷପ କରି କହିଲେ ଯେ ବର୍ତମାନ ଚୀନ ସହିତ ଆଗଭଳି ଆଉ ବ୍ୟବସାୟର ପ୍ରାଥମିକତା ନାହିଁ l ଆମେ ଚୀନ ସହିତ ଆଗକୁ ବାଣିଜ୍ୟ କରିବୁ କି ନାହିଁ ଚିନ୍ତା କରିନାହୁଁ l ଦୁଇଟି ରାଷ୍ଟ୍ର ମଧ୍ୟରେ କରୋନା ଯୋଗୁ ତିକ୍ତତା ଆରମ୍ଭ ହୋଇଛି l ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ୍ ଚୀନକୁ ଅlକ୍ଷପ କରି କହିଲେ ଯେ ଚୀନ ଚେଷ୍ଠା କରିଥିଲେ କରୋନା ସଂକ୍ରମଣକୁ ବିଶ୍ୱରେ ବ୍ୟାପିବାରୁ ଅଟକାଇ ପାରିଥାନ୍ତା କିନ୍ତୁ ସେ ଏପରି କଲା ନାହିଁ l
ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ୍ ବର୍ତ୍ତମାନ ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ବ୍ୟାପାର ବାଣିଜ୍ୟକୁ ସ୍ଥଗିତ ରଖିଛନ୍ତି ,କିନ୍ତୁ ସ୍ପଷ୍ଟ କରି ନାହାନ୍ତି କେତେଦିନ ପର୍ଯ୍ୟନ୍ତ ଏହି ଟ୍ରେଡ଼ଦଡିଲ ସ୍ଥଗିତ ହୋଇଛି l ଡୋନାଲଡ଼ ଟ୍ରମ୍ପ୍ କହିଲେ ଯେ ମୁଁ ଏହି ଟ୍ରେଡ଼ଡିଲ ବିଷୟରେ ଚିନ୍ତାକରୁ ନାହିଁ , ମୋ ମନରେ ଅନ୍ୟକିଛି କଥାଅଛି l ସୂଚନା ଯୋଗ୍ୟ ଯେ ସେୟାର ବଜାରକୁ ବଢାଇବା ପାଇଁ ଓ ଟ୍ରେଡ଼ଡିଲକୁ କମାଇବା ପାଇଁ ଆମେରିକା ଓ ଚୀନ ମଧ୍ୟରେ ଜାନୁଆରୀ ମାସରେ ବ୍ୟବସାୟୀ ବୁଝାବଣା ହୋଇ ହସ୍ତାକ୍ଷର ହୋଇଥିଲା l ଡୋନାଲଡ଼ ଟ୍ରମ୍ପ୍ କହିଛନ୍ତି ଯେ ଦୁତୀୟା ସ୍ତରର ହସ୍ତାକ୍ଷର ପାଇଁ ସେ ନିର୍ବାଚନ ପାଇଁ ଅପେକ୍ଷା କରିଛନ୍ତି l
