Odisha news

ରାୟଗଡା : ଆତ୍ମନିର୍ଭର ଭାରତ ଅଭିଯାନ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

0

ରାୟଗଡା,୧୦ ।୭(rabindra patkhandal)- ଆତ୍ମନିର୍ଭର ଭାରତ ଅଭିଯାନ ନେଇ ରାୟଗଡା ଜିଲ୍ଲା ବିଜେପିର ସାମ୍ବାଦିକ ସମ୍ମିଳନୀ । କରୋନ ପରବର୍ତ୍ତୀ ଭାରତର ବିକାଶକୁ ତ୍ୱରାନ୍ୱିତ କରିବ ଏହି ଆତ୍ମନିର୍ଭର ଅଭିଯାନ ବୋଲି ରାୟଗଡା ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଭାର ଅଭିଯାନ କେବଳ କୋରନା ସହ ମୁକାବିଲା କରିବାରେ ବଡ ଭୂମିକା ଗ୍ରହଣ କରିନାହିଁ ବଂର ନୂଆ ଭାରତ ଦିଗରେ ମଧ୍ୟ ଅଗ୍ରସର ହେଉଛି ବୋଲି ଶ୍ରୀପଟ୍ଟନାୟକ ପ୍ରକାଶ କରିଥିଲେ । ଗରିବ ଓ ପ୍ରବାସୀଙ୍କ ଖାଦ୍ୟ ସୁରକ୍ଷା ନିଶ୍ଚିତ କରିବା ପାଇଁ ଦେଶର ୮୦ କୋଟି ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ନଭେମ୍ବର ମା ଯାଏଁ ବୃଦ୍ଧି କରାଯାଇଛି । ଅନ୍ୟ ରାଜ୍ୟର ପ୍ରବାସ ଶ୍ରମିକଙ୍କ ନିମନ୍ତେ ୨ ମାସ ମାଗଣାରେ ଖାଦ୍ୟ ଯୋଗାଇବା ସହ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ବ୍ୟବସ୍ଥା ମଧ୍ୟ ଲାଗୁ କରାଯାଇଛି । ଦେଶର କୃଷକ, ପ୍ରବାସୀ ଶ୍ରମିକ, ରାସ୍ତାକଡ ଦୋକାନୀ, ଛୋଟ ବ୍ୟବସାୟୀ ଓ ସହରଚାଂଳ ଓ ଗ୍ରାମାଚଂଳର କରିବା ଲୋକଙ୍କ ପାଇଁ ଆର୍ଥିକ ସବଳ ମଧ୍ୟ ଉଦ୍ୟମ କରାଯାଇଛି । ଆତ୍ମନିର୍ଭର ଯୋଜନା ମାଧ୍ୟମରେ ପ୍ରତିରକ୍ଷା, ବେସାମରିକ ବିମାନ ଚଳାଚଳ ମହାକାଶ କ୍ଷେତ୍ରରେ ବ୍ୟାପକ ସଂସ୍କାର ଏବଂ ଏହି କ୍ଷେତ୍ରରେ ସ୍ୱଦେଶୀ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ବିଜେପି ତରଫରୁ ପ୍ରୟାସ ଜାରୀ ରହିଥିବା ଶ୍ରୀପଟ୍ଟନାୟକ ସୂଚନା ଦେଇଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲାସଭାପତି କାଳୀରାମ ମାଝି, ବିଜେପିର ବରିଷ୍ଠ ନେତା କିଶୋର ପଣ୍ଡା, ଦେବାଶିଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Nalco
Leave A Reply