Odisha news

ବାରିପଦା : ସନ୍ତାଳୀ ପିଲ୍ମ ଡେଭଲ୍ପମେଣ୍ଟ ଆସୋସିଏସନ ପକ୍ଷରୁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

0

ବାରିପଦା : ମଙ୍ଗଳବାର ସାନ୍ତାଳୀ ପିଲ୍ମ ଡେଭଲ୍ପମେଣ୍ଟ ଆସୋସିଏସନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ପତ୍ର ସଂଖ୍ୟା ୨୩୭(୨୭) ସଂସ୍କୃତି ଅନୁଯାଇ ବ୍ଲକ କଳା ସଂସ୍କୃତି ସଂଘ, ନଗରକଳା ସଂସ୍ମୃତି ସଂଘ, ଜିଲ୍ଲା କଳା ସଂସ୍କୃତି ସଂଘ ମାନଙ୍କରେ ପଞ୍ଜିକୃତ ହୋଇଥିବା କଳାକାର ମାନଙ୍କର ସୂଚନା ସଂଗ୍ରହ କରି ଡାଟାବେସ ପ୍ରସ୍ତୁତ କରାଯିବା ନେଇ ସଂଘମାନଙ୍କରେ ପଞ୍ଜିକୃତ ହେବାପାଇଁ ପୂର୍ବରୁ କୌଣସି ସୂଚନା ଦିଆଯାଇ ନାହିଁ ଏବଂ ଜନସାଧାରଣମାନଙ୍କୁ ଅବଗତ କରାଇବା ପାଇଁ ଜିଲ୍ଲା ୱେବସାଇଟ୍ କିମ୍ବା କୌଣସି ଖବର କାଗଜରେ ମଧ୍ୟ ବିଜ୍ଞାପନ ପ୍ରକାଶ କରାଯାଇନାହିଁ ।

ଫଳରେ ବହୁ କଳାକାର ଏହି ସୂଚନା ପାଇ ପାରିନାହାଁନ୍ତି ଏବଂ ନିଜକୁ ପଞ୍ଜିକରଣ କରିବାରୁ ବଞ୍ଚିତ ହୋଇଛନ୍ତି । ତେଣୁ ଉକ୍ତ ପଞ୍ଜିକରଣ ପ୍ରକ୍ରିୟାର ଶେଷ ତାରିଖକୁ ଆଉ ୧୫ ଦିନ ଘୁଞ୍ଚାଇବା ପାଇଁ ସାନ୍ତାଳୀ ଫିଲ୍ମ ଡେଭଲ୍ପମେଣ୍ଟ ଆସୋସିଏସନ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବା ସହ ନିବେଦନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଆସୋସିଏସନର ସଭାପତି ଧନେଶ୍ୱର ମାରାଣ୍ଡି, ଉପସଭାପତି ମାନି ମୁର୍ମୁ, କାହ୍ନୁ ଚନ୍ଦ୍ର ଟୁଡୁ, ଗୋବିନ୍ଦ ମାରାଣ୍ଡି, ବିଶ୍ୱମିତ୍ର କିସ୍କୁ ଓ ବସନ୍ତ କୁମାର ସୋରେନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply