Odisha news

କୋଣାର୍କରେ ଖୋଲିଲା ଧାନ ମଣ୍ଡି , ଚାଷୀ ମାନଙ୍କ ମଧ୍ୟରେ ଖୁସିର ଲହରୀ

0

କୋଣାର୍କ ,ସବ୍ୟୁ :  କୋଣାର୍କ ସେବା ସମବାୟ ସମିତି ପରିସରରେ ଧାନମଣ୍ଡି ଖୋଲିଛି । ଚଳିତବର୍ଷ କୋଣାର୍କ ସେବା ସମବାୟ ସମିତି ଓ ଖରାଗାଁ ସେବା ସମବାୟ ସମିତିର ଚାଷୀ ମାନେ ରବିଧାନ ଏହି ମଣ୍ଡିରେ ଦେବା ଲାଗି ବ୍ୟବସ୍ଥା କରାଯାଇଛି । ରବିଧାନ ବିକ୍ରୟ କରିବା ପାଇଁ ମୋଟ ୨୧୩ ଜଣ ଚାଷୀ ନାମପଂଜିକରଣ କରିଥିବାର ଜଣାପଡ଼ିଛି ।  ପ୍ରଥମ ଦିନରେ ଦଶଜଣ ଚାଷୀଙ୍କ ଠାରୁ ୬୫୫ କ୍ୟୁଣ୍ଟାଲ ଧାନ ସଂଗ୍ରହ କରାଯାଇଛି ।

ବାସୁଦେବ ରାଇସ ମିଲ ପ୍ରାଇଭେଟ ଲିଃ ସଂସ୍ଥା କୁ ସରକାରଙ୍କ ପକ୍ଷରୁ ଅଧିକୃତ ଧାନ କ୍ରୟସଂସ୍ଥା ଭାବେ ସ୍ବୀକୃତି ମିଳିଛି ।ଏଫଏକ୍ୟୁ ମାନର ଧାନ ପାଇଁ ସରକାରୀ ଦର ୧୮୧୫ଟଙ୍କା ଧାର୍ଯ୍ୟ କରାଯାଇଛି ।ସେବା ସମବାୟ ସମିତିର ସଂପାଦକ ବ୍ରଜବନ୍ଧୁ ପାତ୍ର ,ଡ଼ିଓ ସତ୍ୟଜିତ ବେହେରା ଙ୍କ ତତ୍ବାବଧାନରେ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ କରାଯାଇଥିଲା ।

କୋଣାର୍କରେ ଧାନମଣ୍ଡି ଖୋଲିବା ପରେ ଚାଷୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।ସେବା ସମବାୟ ସମିତି ର ସଭାପତି ଅଜୟ କୁମାର ବେହେରା ନିଜେ ଉପସ୍ଥିତ ରହି ଚାଷୀ ମାନକୁ ସମସ୍ତ ପ୍ରକାର ସହଯୋଗ କରିବା ସହ ରାଜ୍ୟ ସରକାରଙ୍କ ସମସ୍ତ ଗାଇଡି ଲାଇନିକୁ ଅବଗତ କରୁଛନ୍ତି।

Leave A Reply