Odisha news

ଦେଶରେ ସଂକ୍ରମିତଙ୍କ ସଂଖ୍ୟଶ ୧ ଲକ୍ଷ ୯୦ ହଜାର ୫୩୫ରେ ପହଞ୍ଚିଥିବାବେଳେ, ୨୪ ଘଣ୍ଟାରେ ୮ ହଜାର ୩୯୨ଟି ପଜିଟିଭ ମାମଲା ସାମ୍ନାକୁ ଆସିଛି

0

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟଶ ୧ ଲକ୍ଷ ୯୦ ହଜାର ୫୩୫ରେ ପହଞ୍ଚିଥିବାବେଳେ ଭାରତ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ରାଷ୍ଟ୍ରଙ୍କ ମଧ୍ୟରେ ସପ୍ତମ ସ୍ଥାନରେ ରହିଛି।  ଗତ ୨୪ ଘଣ୍ଟାରେ ୮ ହଜାର ୩୯୨ଟି ପଜିଟିଭ ମାମଲା ସାମ୍ନାକୁ ଆସିଛି ।

ଗୋଟିଏ ଦିନରେ ଏଯାଏଁ ସଂକ୍ରମିତଙ୍କ ସଂଖ୍ୟା ଚିହ୍ନଟ ହେବାରେ ଏହା ସର୍ବାଧିକ । ସେହିପରି ଗତ ୨୪ ଘଣ୍ଟାରେ ୨୩୦ ଜଣଙ୍କ ଜୀବନ ଯିବା ସହ କରୋନା ମୃତ୍ୟୁ ସଂଖ୍ୟା ୫ ହଜାର ୩୯୪ରେ ପହଞ୍ଚିଛି।  ଏଯାଏଁ ଦେଶରେ ୯୩ ହଜାର ୩୨୨ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବାବେଳେ ୯୧ ହଜାର ୮୧୯ ଜଣ ଆରୋଗ୍ୟ ଲାଭ କରିସାରିଲେଣି।

ମହାରାଷ୍ଟ୍ରରେ ସର୍ବାଧିକ ୬୭, ୬୫୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨,୨୮୬ ଜଣଙ୍କ ଜୀବନ ହରାଇଲେଣି। ସେପଟେ ସଂକ୍ରମଣ ବଢ଼ୁଥିବାରୁ ସପ୍ତାହେ ପାଇଁ ଦିଲ୍ଲୀ ସୀମାକୁ ସିଲ୍ କରାଯାଇଛି।

ସଂକ୍ରମିତଙ୍କ ତାଲିକାରେ ଆମେରିକା ପ୍ରଥମ ସ୍ଥାନରେ ଥିବାବେଳେ ବ୍ରାଜିଲ ଦ୍ୱିତୀୟ ଓ ଋଷ  ତୃତୀୟ ସ୍ଥାନରେ ରହିଛି। ସ୍ପେନ, ବ୍ରିଟେନ, ଇଟାଲୀ ଯଥାକ୍ରମେ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି । ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ୬୨ ଲକ୍ଷ ୬୩ ହଜାର ୭୫୮ଜଣ ଆକ୍ରାନ୍ତଙ୍କ ହୋଇଥିବାବେଳେ ୩ଲକ୍ଷ ୭୮ ହଜାର ୮୭୨ଜଣଙ୍କ ମୃତ୍ୟୁ ହୋଇଛି।

Ad2
Leave A Reply