କୋଣାର୍କ :କୋଣାର୍କର ନୂଆ ନାମ ହେବ ସୂର୍ଯ୍ୟନଗରୀ ।ସୌରଶକ୍ତିକୁ ବିନିଯୋଗ କରାଯାଇ କୋଣାର୍କକୁ ଦିଆଯିବ ନୂଆ ରୂପ କୋଣାର୍କ ସହରକୁ ଚବିଶି ଘଣ୍ଟା ଆଲୋକ ଯୋଗାଇବ। ୧0 ମେଗାୱାଟ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୨୫ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇଦେବେ ।ଏହି କାର୍ଯ୍ୟ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶସଂସ୍ଥା (ଓରେଡ଼ା) ଦ୍ବାରା କରାଯିବ ।
ଏଥି ପାଇଁ ଆନୁମାନିକ ୧୦ ଏକରରୁ ଅଧିକର ଜମିର ଆବଶ୍ୟକତା ରହିଥିବାର ଜଣାପଡ଼ିଛି ।ଏହି ପ୍ରକଳ୍ପ ଦ୍ବାରା ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ସହିତ ସମଗ୍ର କୋଣାର୍କ ସହରକୁ ସୌର ଚାଳିତ କରାଯିବ ଏବଂ ତା ସହିତ ସୌର ବୃକ୍ଷ, ସୌରପାନୀୟ ଜଳ ଓ ଜିଓସ୍କର ନିର୍ମାଣ କରାଯିବ । ଏହି ପ୍ରକଳ୍ପ ବୁଧବାର ଦିନ ଘୋଷଣା ହେବାପରେ ଶନିବାର ପୂର୍ବାହ୍ନରେ ଓରେଡ଼ାର ଏକ ବରିଷ୍ଠ ଅଧିକାରୀ ମଣ୍ଡଳୀ କୋଣାର୍କରେ ପହଞ୍ଚି ପ୍ରକଳ୍ପ ପାଇଁ ଆବଶ୍ୟକ ସ୍ଥାନ ନିରୁପଣ କରିବା ସହିତ ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଓରେଡ଼ାର ଯୁଗ୍ମ ନିର୍ଦ୍ଦେଶକ ଅଶୋକ ଚୌଧୁରୀଙ୍କ ସମେତ ବିଭିନ୍ନ ଅଧିକାରୀମାନେ କୋଣାର୍କରେ ପହଞ୍ଚି କୋଣାର୍କ ସୂର୍ଯ୍ୟମନ୍ଦିର , ହେଲିପ୍ୟାଡ଼ , କୋ