କୋରେଇ ୨୩ା୦୫ : ବ୍ୟାସନଗର ତହସିଲ ଅନ୍ତର୍ଗତ ରଣପାଳ ରାଜସ୍ୱନିରୀକ୍ଷକ କାର୍ଯ୍ୟାଳାୟ ଅଧିନ ବୈତରଣୀ ନଦୀରୁ ଆଜି ଭୋରୁ ବାଲି ଆଣିବା ପାଇଁ ଯାଇଥିବା ୫ ଟି ହାଇୱା ନଦୀରେ ହଠାତ୍ ଜଳସ୍ତର ବଢିଯିବାରୁ ଫେରିନପାରି ପାଣିରେ ବୁଢିଯାଇଥିବା ବେଳେ ଡ୍ରାଇଭର ଓ ହେଲପର ଗାଡିଛାଡି ପଲାଇ ଆସିଥିବା ଜଣା ପଡିଛି ।
ସୂଚନା ଥାଉକି ରଣପାଳ ରାଜସ୍ୱନିରୀକ୍ଷକ କାର୍ଯ୍ୟାଳାୟ ଅଧିନ ବରପଦା ମୌଜାର ବୈତରଣୀ ନଦୀରେ ବାଲି ଉତଳନ ପାଇଁ ତହସିଲ ପ୍ରଶାସନ ପକ୍ଷରୁ ୫ ବର୍ଷିଆ ଲିଜ୍ ଦିଆଯାଇଥିଲା । ମାତ୍ର ଦିଆ ଯାଇଥିବା ଲିଜ୍ର ନିର୍ଦ୍ଧିଷ୍ଟ ଜାଗାରେ ବାଲି ନଥିବା ବେଳେ ଏକ କିଲୋମିଟର ଉର୍ଦ୍ଧ ଅନ୍ୟଏକ ମୌଜାରେ ସମ୍ପୃକ୍ତ ଲିଜ୍ଧାରୀ ନଦୀରେ ବନ୍ଧ ପକାଇ ନଦୀଜଳର ଦିଗ ପରିବର୍ତନ କରି ବାଲି ଉତଳନ କରୁଥିଲେ ।
ନଦୀର ଉପର ମୁଣ୍ଡରେ ଅଧିକ ପାଣି ହୋଇଯିବା ଫଳରେ ଆନନ୍ଦପୁର ନିକଟରେ ହୋଇଥିବା ବ୍ୟାରେଜ୍ର ଗେଟ୍ ଖୋଲି ଦିଆଯାଇଥିଲା । ଫଳରେ ନଦୀରେ ଜଳସ୍ତର ବଢିଯିବାରୁ ଘାଟରେ ପକାଯାଇଥିବା ବନ୍ଧଟି ହଠାତ୍ ଭାଙ୍ଗିଯାଇଥିଲା । ପାଣି ମାଡିଆସୁଥିବା ଦେଖି ଡ୍ରାଇଭର ଓ ହେଲପର ନିଜ ଜୀବନକୁ ବଂଚାଇବାକୁ ଯାଇ ଉକ୍ତ ଗାଡି ଗୁଡିକୁ ଛାଡି ପଳାଇ ଆସିଥିଲେ । ଫଳରେ ଗାଡି ଗୁଡିକ ପାଣି ମଧ୍ୟରେ ବୁଡି ରହିଥିଲା । ଏଠି ପ୍ରଶ୍ନ ଉଠେ ନିର୍ଦ୍ଧିଷ୍ଟ ଜାଗା ଛାଡି ଅନ୍ୟଏକ ମୌଜାରେ ଦୀର୍ଘବର୍ଷ ହେବ ବାଲି ଉତଳନ କରାଯଉଛି । ତାହା ତହସିଲ ପ୍ରଶାସନର ଜଣାତରେ କରାଯାଉଛି ନା ପ୍ରଶାସନ ଏହା ଜାଣିନାହିଁ । ଯଦି ପ୍ରଶାସନ ଏହାକୁ ଜାଣି ନାହିଁ ତାହା ହେଲେ ପାଣିରେ ବୁଡିରହିଥିବା ହାଇୱା ଗୁଡିକ ମାଲିକଙ୍କ ଉପରେ ଏବଂ ଲିଜ୍ ଧାରୀଙ୍କ ଉପରେ ପ୍ରଶାସନ ପକ୍ଷରୁ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା ।