ରାୟଗଡା,୨୩ ।୫ : ଚାରିଅଢେ ଲକ ଡ଼ାଉନ । ସବୁ ଦୋକାନରେ ତାଲା । ବାଦ ପଡ଼ିନି ଦେଶୀ ଆଉ ବିଦେଶୀ ମଦ କାରବାର ଏହାର ଫାଇଦା ଉଠାଉଛନ୍ତି ଅସାଧୁ ମଦ ବ୍ୟବସାୟୀ । ଆଉ ବିଭିନ୍ନ ଗଳାବାଟ ମାଧ୍ୟମରେ ରାୟଗଡ଼ା ଜିଲ୍ଲାପାଳ ଏବଂ ଏସପିଙ୍କ ବାସଭବନ ନିକଟରେ ବିକ୍ରୀ ହେଉଥିଲା ବିଦେଶୀ ମଦ ।
କରୋନା ମହାମାରୀ ଓ ପରବର୍ତ୍ତି ସମୟରେ ଲକ ଡାଉନ ଯୋଗୁଁ ସରକାରୀ ସମସ୍ତ ଠିପି ବନ୍ଦ ମଦ ଦୋକାନ ଗୁଡିକୁ ବନ୍ଦ ରଖିବା ପାଇଁ ନିର୍ଦେଶ ଦେଇଥିଲେ । ଠିପି ବନ୍ଦ ମଦ ଦୋକାନ ଗୁଡିକ ବନ୍ଦ ରହିଥିବାରୁ ଦେଶୀ ମଦର ଚାହିବା ଜିଲ୍ଲାରେ ବଢିବାକୁ ଲାଗିଥିଲା । ଦେଶୀ ମଦର କାରବାର ବୃଦ୍ଧି ପାଉଥିବା ଦେଖି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଦେଶୀ ମଦ କାରବାର ଉପରେ ରୋକ ଲଗାଇବା ନିମନ୍ତେ ଅବକାରୀ ବିଭାଗକୁ ନିର୍ଦେଶ ଦେଇଥିଲେ ।
ଅବକାରୀ ଅଧିକ୍ଷକ ଦଣ୍ଡପାଣି ବେହେରାଙ୍କ ନିର୍ଦେଶରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ କରି ଦେଶୀ ମଦ ସହ ମଦ ପାଇଁ ବ୍ୟବହୃତ ହୋଉଥିବା ପୋଚ ଗୁଡିକୁ ନଷ୍ଟ କରିଥିଲେ । ତେବେ ବିଭାଗୀୟ ଅଧିକାରୀ ମନେ ଦେଶୀ ମଦ ପଛରେ ଗଡେଇ ଚାଲିଥିବା ବେଳେ ଏପଟେ ସହରରେ କାୟା ବିସ୍ତାର କରିଚାଲିଥିଲା ବିଦେଶୀ ମଦର କାରବାର । ପୋଲିସ ଏବଂ ଅବକାରୀ ବିଭାଗର ନଜର ଅଢୁଆଳରେ ଲକ୍ଷାଧିକ ଟଙ୍କାର ବିଦେଶୀ ମଦର କାରବାର ଚାଲିଥିଲା । ତେବେ ଆଜି ଏକ ବଡ ଧରଣର ସଫଳତା ମିଳିଛି ଅବକାରୀ ବିଭାଗକୁ । ଜିଲ୍ଲାପାଳ ଓ ଏସପିଙ୍କ ବାସଭବନ ଠାରୁ ଶହେ ମିଟର ଦୂର ସ୍ଥିତ ଏକ ବାସଭବନ ଉପରେ ଚଢଉ କରି ଅବକାରୀ ବିଭାଗ ୧୩୪ ବୋତଲ ପ୍ରାୟ ୩୭ ଲିଟର ବିଦେଶୀ ମଦ ଜବତ କରିଛି ।
ଲକ ଡାଉନ ସମୟରେ ଏତେ ପରିମାଣରେ ବିଦେଶୀ ମଦ ଜବତ ହେବା ଏହା ପ୍ରଥମ ଘଟଣା । ତେବେ ଏହି କାରବାର କେତେ ଦିନ ଧରି ଚାଲିଥିଲା ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ଏହା ପୂର୍ବରୁ କେତେ ପରିମାଣରେ ମଦ ଗଛିତ ଥିଲା ଏବଂ କେଉଁ ଠାରୁ ଏହି ମଦ ଆସିଥିଲା ସେ ନେଇ ଅବକାରୀ ବିଭାଗ ତନାଘନା ଆରମ୍ଭ କରିଛି । ତେବେ ଏହି ମଦ ମୁନିଗୁଡା ଠାରୁ ଆଣିଥିବା ନେଇ ଗିରଫ ହୋଇଥିବା ବ୍ୟକ୍ତି ଜଣକ ପ୍ରକାଶ କରିଛନ୍ତି । ଜବତ ହୋଇଥିବା ମଦର ସରକାରଙ୍କ ଛାପା ଲାଗିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୩୬ ହଜାର ଟଙ୍କା ହୋଇଥିବା ନେଇ ଅବାକରୀ ବିଭାଗ ସୂଚନା ଦେଇଛି । ଅବାକରୀ ଅଧିକ୍ଷକ ଦଣ୍ଡପାଣି ବେହେରାଙ୍କ ନିର୍ଦେଶକ୍ରମେ ଇନିସପେକ୍ଟର ଦିଲିପ କୁମାର ଗୌଡ, ସଦର ଅଧିକାରୀ ଏସ.ଏନ.ରଥ, ସହକାରୀ ଇନିସପେକ୍ଟର ବୈରଗ ଗନ୍ତାୟତ, ଏଏସଆଇ କେ.ତିରୁପତି ପଟ୍ଟନାୟକ, ଦିନବନ୍ଧୁ ସିର ଏବଂ ଅନ୍ୟ କର୍ମଚାରୀ ମାନେ ଚଢଉ କରିଥିଲେ ।