ଦାନଗଦୀ,ତା୧୪.୦୫ : -ସୁକିନ୍ଦା ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ପ୍ରଭାରୀ ଇଂ ପ୍ରିତିରଞନ ଘଡାଇ ଆଜି ଦାନଗଦୀ ବିଜେଡି କାର୍ଯ୍ୟାଳୟ ଠାରେ ଭିଡିଓ କନଫରେନ୍ସି ଜରିଆରେ ସୁନ୍ଦରଗଡ ବିଜେଡି ବିଧାୟକ ଓ ନେତା ମାନଙ୍କ ସହିତ କଥା ହୋଇଛନ୍ତି । ଲକ୍ ଡାଉନ ସମୟରେ ସୁନ୍ଦରଗଡ଼ରେ ରକ୍ତର ଅଭାବ ପୂରଣ କରିପାରିଛି ବିଜୁ ଜନତା ଦଳ ସଂଗଠନ। ଏବେ ନରେଗା ଯୋଜନାରେ ଲୋକଙ୍କୁ କିପରି ଅଧିକ କାମ ମିଳିବ ଏବଂ ଗାଁ-ସହରାଞ୍ଚଳରେ ବିଶୁଦ୍ଧ ପାଣି ଯୋଗାଣକୁ କିପରି ବ୍ୟବସ୍ଥିତ କରାଯିବ ସେ ସଂପର୍କରେ ଆଲୋଚନା ହୋଇଛି ।
ଗୁରୁବାର ଆୟୋଜିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୁନ୍ଦରଗଡ଼ ବିଜେଡି ଇଂ ପ୍ରୀତିରଞ୍ଜନ ଘଡ଼ାଇ ଜିଲ୍ଲା ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ,ପୂର୍ବତନ ବିଧାୟକ ମଙ୍ଗଳା କିଷାନ,ଯୋଗେଶ ସିଂ ଓ ପୂର୍ବତନ ସାଂସଦ ଦିଲ୍ଲୀପ ତିର୍କୀ ପ୍ରବାସୀ ଓଡ଼ିଆଙ୍କ ସୁନ୍ଦରଗଡ଼ ଫେରିବା ଏବଂ ସଂଗରୋଧ ଗୃହରେ ସେମାନଙ୍କ ରହିବା ସଂପର୍କରେ ମତ ରଖିଥିଲେ। ଏହାସହ ସଂଗରୋଧ ଗୃହ ପରିଚାଳନାରେ ସରପଞ୍ଚମାନଙ୍କୁ ବିଜେଡି ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଉଛି ଏବଂ ଏହା ଅବ୍ୟାହତ ରହିବ ବୋଲି ବୈଠକରେ ମତ ପ୍ରକାଶ ପାଇଛି।
ସୁନ୍ଦରଗଡ଼ର ଖଣି ଏବଂ ଶିଳ୍ପାଞ୍ଚଳରେ ନିୟମିତ ବିଶୋଧନ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ରକ୍ତଦାନ ଶିବିର ଏବଂ ଖାଦ୍ୟ-ମାସ୍କ ବଣ୍ଟନ ଆଗକୁ ଜାରି ରହିବ ସୁନ୍ଦରଗଡ଼ ବିଜେଡି ସଭାପତି ବିନୟ ଟପ୍ପୋ କହିଛନ୍ତି । ଛାତ୍ର ବିଜେଡି ପଶ୍ଚିମ ଓଡ଼ିଶା ସଭାପତି ବୈକୁଣ୍ଠ ନାଏକ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପୂର୍ବତନ ଅଧ୍ୟକ୍ଷା ପଦ୍ମନୀ କେଶରୀ ଦେଓ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଏମା ଏକ୍କା, ବିଜେଡି ରାଜ୍ୟ ପରିଷଦ ସଭ୍ୟ ପ୍ରଦ୍ୟୁମ୍ନ ତ୍ରିପାଠୀ ଓ ଜୀବନ ବିନ୍ଦୁ ରାଉରକେଲା ସଂଯୋଜକ କୁନ ବିହାରୀ ଦାସ କରୋନା ମୁକାବିଲାରେ ବିଜେଡିର କର୍ମକର୍ତ୍ତାଙ୍କ କାର୍ୟ୍ୟ ପ୍ରଶଂସନୀୟ ବୋଲି କହିଥିଲେ।
ସେହିଭଳି ପ୍ରତି ନିର୍ମାଣ ଶ୍ରମିକଙ୍କୁ ମିଳୁଥିବା ଦେଢ଼ ହଜାର ଟଙ୍କାର ସହାୟତା ରାଶି ବଣ୍ଟନର ସମୀକ୍ଷା କରିବ ଜିଲ୍ଲା ବିଜେଡି। ଏହି ବୈଠକରେ ଜିଲ୍ଲା ଛାତ୍ର ସଭାପତି ରାଣା ପ୍ରତାପ ସିଂ ଓ ଯୁବ ସଭାପତି ଦେବେନ୍ଦ୍ର ମାଝୀ ମଧ୍ୟ ଯୋଗ ଦେଇଥିଲେ। ଲକ୍ ଡାଉନର କଟକଣା ଏବଂ ସାମାଜିକ ଦୂରତାକୁ ସମ୍ମାନ ଦେଇ ଏଭଳି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ବିଜେଡି ଚର୍ଚ୍ଚା କରିବାକୁ ଆଜିର ବୈଠକରେ ନିଷ୍ପତ୍ତି ହୋଇଥିଲା ।