ଭଦ୍ରକ,୦୫ ।୦୫:ଦେଶରେ ଦିନକୁ ଦିନ ବଢି ଚାଲିଥିବା ମହାମାରୀ “କରୋନା’ର ନିରାକରଣ ସହାୟତା ପାଇଁ ଭଦ୍ରକ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ୫୦ ହଜାର ଟଙ୍କାର ଚେକ୍ ଆଜି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ନୂଆବଜାର ଶାଖାର ଶାଖା ପରିଚାଳକ ଶୈଳେନ୍ଦ୍ର ମଲ୍ଲିକଙ୍କୁ ପ୍ରଦାନ କରାଯାଇଛି । ଏହି ଅବସରରେ ସମିତିର ବରିଷ୍ଠ ଉପଦେଷ୍ଟା ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ, ସମ୍ପାଦକ ଶରତ ପଢିଆରୀ, ସଂଯୋଜକ ଗୋବିନ୍ଦ ରାଉତ, କୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ଅଭିମନୁ୍ୟ ସେଠୀ, ବିଜୟ ଭୂଷଣ ନାୟକ, ଦେବାଶିଷ ଯେନା, ମହେଶ୍ୱର ବେହେରା, ତପନ ମହାନ୍ତି, କୈଳାସ ଦାସ, ଚନ୍ଦନ ଦାସ, ଅଭୁମନୁ୍ୟ ଶତପଥୀ, ସ୍ୱାଧୀନସୁନ୍ଦର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପକ୍ଷେ ସମିତି ପକ୍ଷରୁ କରୋନା ପରିସ୍ଥିତି ପାଇଁ ଦୈନିକ ଚାଉଳ, ଚୂଡା ଆଦି ଶୁଖିଲା ଖାଦ୍ୟ ସହ ମାସ୍କ ବଣ୍ଟନ ଆଦି କାର୍ଯ୍ୟ ବଳବତ୍ତର ରହିଛି