Odisha news

ଅସୁବିଧା ସମୟରେ ହାତ ବଢ଼ାଇ ଥିବାରୁ ନିତୁ କାପୁର ନିଜର ଇନ୍ଷ୍ଟଗ୍ରାମ ଜରିଆରେ ଅମ୍ବାନୀ ପରିବାରକୁ କୃତଜ୍ଞନ୍ତା ଜଣାଇଛନ୍ତି

0

ଋଷି କାପୁର ବିଗତ ୨ ବର୍ଷ ଧରି କର୍କଟ ରୋଗ ସହ ସଂଘର୍ଷ କରିବା ପରେ ଅପ୍ରେଲ ୩0 ତାରିଖ ଦିନ ତାଙ୍କର ଦେହାନ୍ତ ହୋଇଥିଲା l ଏହି ଅସୁବିଧା ସମୟରେ ନିତୁ କାପୁରଙ୍କୁ ଅନେକ ଲୋକ ସମବେଦନା ଜଣାଇ ଥିଲେ l

ସେଥି ମଧ୍ୟରୁ ଅମ୍ବାନୀ ପରିବାର ଅନ୍ୟତମ ,ଏଥିପାଇଁ ନିତୁ କାପୁର ତାଙ୍କ ଇନ୍ଷ୍ଟଗ୍ରାମ ଜରିଆରେ ଜଣାଇଛନ୍ତି ଯେ “ଏହି ଅସୁବିଧା ସମୟରେ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରର ସାହାଯ୍ୟ ବିନା ଆମେ ଆଗେଇ ପରି ନଥାନ୍ତୁ l ନିଜେ ମୁକେଶ ଅମ୍ବାନୀ ମଧ୍ୟ ଋଷି କାପୁରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଜାଣିବା ପାଇଁ ଡାକ୍ତରଖାନା ଯାଉଥିଲେ l ଯେବେବି ଆମ ପରିବାର ଋଷି ଙ୍କ ସ୍ୱାସ୍ଥ୍ୟକୁ ନେଇ ବିବ୍ରତ ହେଉଥିଲୁ ସେହି ସମୟରେ ଅମ୍ବାନୀ ପରିବାର ଆମ ସହିତ ରହି ସାନ୍ତ୍ୱନା ଦେଉଥିଲେ l ଏହି ସମସ୍ତ ସାହାଯ୍ୟ ଓ ସହଯୋଗ ପାଇଁ ମୁଁ କାପୁର ପରିବାର ତରଫରୁ ଅମ୍ବାନୀ ପରିବାରକୁ କୃତଜ୍ଞନ୍ତା ଜଣାଉଛି l ”

ଏଠାରେ ଜଣାଇ ଦେବାକୁ ଚାହୁଁ ଯେ ଋଷି କାପୁର ଯେଉଁ ରିଲାଏନ୍ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ,ସେଠାରେ ଥିବା ସମସ୍ତ ଡାକ୍ତର ଓ ନର୍ସଙ୍କୁ ମଧ୍ୟ ନିତୁ ଧନ୍ୟବାଦ ଜଣାଇଛନ୍ତି l

Leave A Reply