Odisha news

ଭଦ୍ରକ ସାଂସଦ ଅଙ୍ଗନଓ୍ୱାଡି ଓ ମେଡିକାଲ କର୍ମଚାରୀଙ୍କୁ ସାନିଟାଇଜର ବାଣ୍ଟିଲେ

0

ଭଦ୍ରକ,୦୫ ।୦୫:ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଆଜି ଭଦ୍ରକର ବିଭିନ୍ନ ଅଙ୍ଗନଓ୍ୱାଡି କେନ୍ଦ୍ରର କାର୍ଯ୍ୟରତ ଅଙ୍ଗନଓ୍ୱାଡି କର୍ମୀ, ସହାୟିକା ଏବଂ ଭଦ୍ରକ ଜିଲ୍ଳା ହସ୍ପିଟାଲରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ, ନର୍ସ, ଡାକ୍ତର ଆଦିଙ୍କୁ ସାନିଟାଇଜର, ମାସ୍କ, ହ୍ୟାଣ୍ଡ ଗ୍ଲୋଭ୍‍ସ୍‍ ଆଦି ବଣ୍ଟନ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାଂସଦ ଶ୍ରୀମତୀ ମଣ୍ଡଳ ଏହା ବଣ୍ଟନ କରିବା ସହିତ କରୋନା ମୁକାବିଲାରେ ଅଙ୍ଗନଓ୍ୱାଡି କର୍ମୀ, ସହାୟିକା ଏବଂ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଭଦ୍ରକ ବିଧାୟକ ସଂଜୀବ ମଳ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲାପାଳ ଡ. ଜ୍ଞାନ ଦାସ, ପ୍ରାକ୍ତନ ଜିଲ୍ଲା ପରିଷଦ ସଭାପତି ଜଗନ୍ନାଥ ସ୍ୱାଇଁ, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ମଳୟ ଜେନା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଆଶାଲତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ପରେ ଶ୍ରୀମତୀ ସାଂସଦ ଶ୍ରୀମତୀ ମଣ୍ଡଳ, ବିଧାୟକ ଶ୍ରୀ ମଲ୍ଲିକ ପ୍ରମୁଖ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ଡାକ୍ତର ପ୍ରମୁଖଙ୍କୁ ବଣ୍ଟନ କରିଥିଲେ । ସିଡିଏମଓ ଡାକ୍ତର ଆର୍ଯ୍ୟ ମିଶ୍ର ସହଯୋଗ କରିଥିଲେ ।

Govt
Leave A Reply