Odisha news

“କରୋନା ନିରାକରଣ ପାଇଁ ବିଶ୍ୱଶାନ୍ତି ମହାଯଜ୍ଞ ର ଆୟୋଜନ”

0

ଅନୁଗୁଳ: ବିଶ୍ୱରେ ବ୍ୟାପିଥିବା ମହାମାରୀ କରୋନା ର ନିରାକରଣ ପାଇଁ ଅନୁଗୁଳ ଶିମିଳିପଡାସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନର ବରିଷ୍ଠ ଉପସଭାପତି ଶରତ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ବିଶ୍ୱଶାନ୍ତି ମହାଯଜ୍ଞ ର ଆୟୋଜନ ହୋଇଥିଲା । ଏହି ମହାଯଜ୍ଞରେ ଦୀପକ ରଜଂନ ମହାପାତ୍ର ମୁଖ୍ୟ ପୁରୋହିତ ଏବଂ ତାଙ୍କର ଦୁଇଜଣ ପଣ୍ଡିତ ସହଯୋଗୀ ଯୋଗ ଦେଇ ପୋ÷ରହିତ୍ୟ କାର୍ଯ୍ୟ ସମ୍ପୁର୍ଣ୍ଣ କରିଥିଲେ । ବିଶ୍ୱ କୁ ମହାମାରୀ କରୋନାରୁ ସମ୍ପୁର୍ଣ୍ଣ ରୂପେ ମୁକ୍ତ କରିବା ପାଇଁ ପ୍ରଭୁ ମହାବୀର ହନୁମାନ ଏବଂ ସର୍ବ ଦେବା ଦେବୀଙ୍କ ଚରଣାବିନ୍ଦରେ ପୂଜାର୍ଚନା କରାଯାଇଥିଲା । ଏହି ବିଶ୍ୱ କଲ୍ୟାଣକାରୀ ମହାଯଜ୍ଞ ରେ କର୍ତାରୂପେ ଶରତ କୁମାର ମିଶ୍ର ଏବଂ ସହକର୍ତା ରୂପେ ଅନୁଷ୍ଠାନର ଉପସଭାପତି ଅଶୋକ ମାଣ୍ଡୋଠିଆ, ସାଧାରଣ ସମ୍ପାଦକ ଅର୍ଜୁନ କୁମାର ମୁଦୁଲି, ସହ ସମ୍ପାଦକ ଗୋଲକ ଚନ୍ଦ୍ର ସାହୁ ଏବଂ ବିକାଶ ସରଳିଆ ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ଡକ୍ଟର ରାମଚନ୍ଦ୍ର ରାଉତରାୟ ଉପସ୍ଥିତ ରହି ଯଜ୍ଞ କାର୍ଯ୍ୟକୁ ତଦାରଖ କରି ବିଶ୍ୱର ମଙ୍ଗଳ କାମନା କରିଥିଲେ । ଏଥି ସହିତ ସର୍ବ ଶେଷରେ ଅନୁଷ୍ଠାନ ତରଫରୁ କିଛି ଅସହାୟ ବ୍ୟକ୍ତିଙ୍କୁ ପ୍ରସାଦ ବିତରଣ କରାଯାଇଥିଲା ।

Ad2
Leave A Reply