Odisha news

ଜୁନ ୨୩ରେ ରଥଯାତ୍ରା : ଗଜପତିଙ୍କୁ ସାକ୍ଷାତ ଅନୁମତି ମାଗିଲେ ବଳଭଦ୍ରଙ୍କ ବାଡଗ୍ରାହୀ

0

Puri: ଜୁନ ୨୩ରେ ରଥଯାତ୍ରା । ଜୁନ ପାଞ୍ଚରେ ସ୍ନାନଯାତ୍ରା । ସାମ୍ପ୍ରତିକ ଲକଡାଉନ ସମୟରେ ଏହି କାର୍ଯ୍ୟ କିପରି ସୂଚାରୁ ରୂପେ ସମ୍ପାଦିତ ହେବ ସେ ସମ୍ପର୍କରେ ଗଜପତି ମହାରାଜାଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବାକୁ ଅନୁମତି ମାଗିଛନ୍ତି ବରିଷ୍ଠ ଦଇତାପତି ତଥା ମହାପ୍ରଭୁ ବଳଭଦ୍ରଙ୍କ ବାଡଗ୍ରାହୀ ହଳଧର ଦାସ ମହାପାତ୍ର । ଗଜପତି ମହାରାଜାଙ୍କୁ ଏ ସମ୍ପର୍କରେ ସେ ଏକ ପତ୍ର ଲେଖିଛନ୍ତି । ବଳଭଦ୍ରଙ୍କ ବାଡଗ୍ରାହୀ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଦେଶରେ କରୋନା ମହାମାରୀ ଉଗ୍ରରୂପ ଧାରଣ କରିଥିବାରୁ ସମସ୍ତ ଧର୍ମପୀଠରେ ସର୍ବସାଧାରଣଙ୍କ ପ୍ରବେଶ ନିଷେଧ କରାଯାଇଛି । ଏପରିିକି ଶ୍ରୀମନ୍ଦିରର ସମସ୍ତ ନୀତିକାନ୍ତି ମନ୍ଦିର ଭିତରେ ହିଁ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ କିଛି ବରିଷ୍ଠ ଦଇତାପତି ବ୍ୟକ୍ତିଗତ ଭାବେ ତାଙ୍କ ସହ ଆଲୋଚନା ପାଇଁ ଆଗ୍ରହୀ ଥିବା ହଳଧର ଗଜପତିଙ୍କୁ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି । ଏଥିପାଇଁ ସମୟ ଦେବାକୁ ସେ ଗଜପତିଙ୍କୁ ନିବେଦନ କରିଛନ୍ତି ।

Leave A Reply