ଅନୁଗୁଳ : ବଃର୍ହି ଆଗନ୍ତୁକଙ୍କ ସଙ୍ଗରୋଧ ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି ରାଜ୍ୟ ବାହାରୁ ପ୍ରାୟ ୧୭ ହଜାର ଓଡିଆ ଜିଲ୍ଲାକୁ ଆସିବେ : ବଃର୍ହି ଆଗନ୍ତୁକଙ୍କ ସଙ୍ଗରୋଧ ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି ରାଜ୍ୟ ବାହାରୁ ପ୍ରାୟ ୧୭ ହଜାର ଓଡିଆ ଜିଲ୍ଲାକୁ ଆସିବେ
ଅନୁଗୁଳ: ସଂମ୍ପ୍ରତି କରୋନା ଭଳି ମହାମାରୀର ସଠିକ୍ ମୁକାବିଲା ନିମନ୍ତେ ବାହାର ରାଜ୍ୟରୁ ଆସୁଥିବା ଓଡିଆ ମାନଙ୍କ ପାଇଁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୋ÷ରାଚଂଳରେ ଯେଉଁମାନେ ୧୪ ଦିନ ସଙ୍ଗରୋଧ କରି ସାରିଛନ୍ତି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ନିଜ ନିଜ ଅଚଂଳକୁ ପଠାଇଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସମ୍ପୃକ୍ତ ସରପଚଂ ଓ ନିର୍ବାହୀ ଅଧିକାରୀ ମାନେ ସଙ୍ଗରୋଧର ପ୍ରମାଣ ପତ୍ର ସହ ବସ ଓ ବୋଲେରୋ ଯୋଗେ ସେମାନଙ୍କୁ ପଠାଇବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଅପରପକ୍ଷରେ ଏକ ପ୍ରାଥମିକ ଆକଳନ ଅନୁଯାୟୀ ବାହାର ରାଜ୍ୟରୁ ଆମ ଜିଲ୍ଲାକୁ ଆସୁଥିବା ପ୍ରାୟ ୧୭ ହଜାର ଆଗନ୍ତୁକଙ୍କ ପାଇଁ ପ୍ରତି ପଚାଂୟତରେ ୧୪ ଦିନିଆ ସଙ୍ଗରୋଧ ନିମନ୍ତେ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ଆସନ୍ତା କାଲି ସୁଦ୍ଧା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ବାହାର ରାଜ୍ୟରେ ରହିଥିବା ଓଡିଆ ମାନଙ୍କୁ ତାଲାବନ୍ଦ ପ୍ରତ୍ୟାହାର ପରେ ବସ ଯୋଗେ ଆମ ରାଜ୍ୟକୁ ପଠାଯିବ ପରେ ସେମାନେ ନିଜ ନିଜ ଜିଲ୍ଲାର ଗ୍ରାମ ପଚାଂୟତରେ ପ୍ରସ୍ତୁତ ହୋଇଥିବା ସଙ୍ଗରୋଧ ଗୃହରେ ୧୪ ଦିନ ରହି ସ୍ୱଗୃହକୁ ପ୍ରତ୍ୟାବର୍ତନ କରିବେ । ବାହାର ରାଜ୍ୟରୁ ଆସୁଥିବା ଆଗନ୍ତୁକ ମାନେ ପଜିଂକରଣ କରିଥିବା ବାଧ୍ୟତା ମୂଳକ ଅଟେ । ସଙ୍ଗରୋଧରେ ବାହାର ରାଜ୍ୟରୁ ଆସିଥିବା ଆଗନ୍ତୁକଙ୍କ ପାଇଁ ପ୍ରତି ପଚାଂୟତରେ ଓ ସ୍କୁଲ ଘରେ ୫୦ ଜଣ ରହିବା ଭଳି ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ଯଥା ଖାଦ୍ୟ ପାନୀୟ, ଶୋ÷ଚାଳୟ ଓ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ବ୍ଲକ ଓ ପୋ÷ରାଚଂଳ ଅନ୍ତର୍ଗତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ କେତେ ଜଣ ୧୪ ଦିନିଆ ସଙ୍ଗରୋଧ ସମାପ୍ତ କରିଛନ୍ତି ସେମାନଙ୍କର ତାଲିକା ଆଦି ପ୍ରସ୍ତୁତ କରି ପ୍ରଦାନ କଲେ ଆସନ୍ତା କାଲି ସେମାନଙ୍କ ପାଇଁ ଜିଲ୍ଲା ସ୍ତରରେ ଆବଶ୍ୟକ ବସ ଓ ବୋଲେରୋ ଗାଡିର ବ୍ୟବସ୍ଥା କରାଯିବ । ଏହି ସମୀକ୍ଷା ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ କୋଭିଡ-୧୯ର ନୋଡାଲ ଅଫିସର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଅତୁଲ୍ୟ କୁମାର ଚମ୍ପତିରାୟ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ, ଅନୁଗୁଳ ଉପଜିଲ୍ଲାପାଳ ବାସୁଦେବ ଶତପଥି, ଡେପୁଟି କଲେକ୍ଟର ସୋଫି ସାଇନିକା, ଆସିଷ୍ଟାଣ୍ଡ କଲେକ୍ଟର ରଜଂନ କୁମାର ମହାନ୍ତି ଓ ସୁବ୍ରତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।