Odisha news

ଆମ ସମସ୍ତଙ୍କ ଜୀବନରୁ ଅନ୍ଧକାର ଦୂର କରି ଜ୍ଞାନ, ପ୍ରଗତି ଏବଂ ସମୃଦ୍ଧିର ନୂତନ ଆଲୋକ ପ୍ରଦାନ କରୁ : ମନମୋହନ ସାମଲ

 ଜଗତଜନନୀ ମାଆ କାଳୀଙ୍କ କୃପାରୁ ରାଜ୍ୟର ପ୍ରତ୍ୟେକ ପରିବାରରେ ସୁଖ, ଶାନ୍ତି, ସମୃଦ୍ଧି ଏବଂ ପ୍ରଚୁର ଆନନ୍ଦ ଭରିଯାଉ

0

ଭୁବନେଶ୍ୱର, ତା.୦୭/୧୧: ପବିତ୍ର ଦୀପାବଳି ଏବଂ କାଳୀପୂଜା ଉପଲକ୍ଷେ ସମସ୍ତ ଓଡ଼ିଶାବାସୀଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ହାର୍ଦ୍ଦିକ ଶୁଭେଚ୍ଛା, ଅଭିନନ୍ଦନ ଜଣାଇଛନ୍ତି।
ଆଲୋକର ମହାପର୍ବ ଦୀପାବଳି ଆମ ସମସ୍ତଙ୍କ ଜୀବନରୁ ଅନ୍ଧକାର ଦୂର କରି ଜ୍ଞାନ, ପ୍ରଗତି ଏବଂ ସମୃଦ୍ଧିର ନୂତନ ଆଲୋକ ପ୍ରଦାନ କରୁ। ଜଗତଜନନୀ ମାଆ କାଳୀଙ୍କ କୃପାରୁ ରାଜ୍ୟର ପ୍ରତ୍ୟେକ ପରିବାରରେ ସୁଖ, ଶାନ୍ତି, ସମୃଦ୍ଧି ଏବଂ ପ୍ରଚୁର ଆନନ୍ଦ ଭରିଯାଉ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କାମନା କରିଛନ୍ତି।
ବିକଶିତ ଓଡ଼ିଶା ଗଠନର ସଂକଳ୍ପକୁ ନେଇ ଆଗକୁ ବଢ଼ୁଥିବା ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ଜୀବନରେ ଏହି ପର୍ବ ଉତ୍ସାହ ଓ ଶକ୍ତି ସଞ୍ଚାର କରୁ । ନିରାପଦ ଏବଂ ସତର୍କତାର ସହ ଦୀପାବଳୀ ପର୍ବ ପାଳନ କରିବାକୁ ନିବେଦନ କରିବା ସହିତ ଯେପରି ପ୍ରଦ୍ୟୁଷଣ ନବ୍ୟାପିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ଶ୍ରୀ ସାମଲ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି।

Ad2
Leave A Reply