ବାଲିଗୁଡ଼ା, ତା, ୨୫/୧୦: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବାଲିଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବ୍ଲକ ଓ ନଗରାଞ୍ଚଳ ପାଇଁ ନୂତନ ସାଂଗଠନିକ ନିଯୁକ୍ତି ଘୋଷଣା କରାଯାଇଛି। ଅକ୍ଟୋବର ୨୩ ତାରିଖରେ ଜାରି ଦଳୀୟ କାର୍ଯ୍ୟାଳୟ ଆଦେଶ ଅନୁଯାୟୀ, କୋଟଗଡ଼, ତୁମୁଡ଼ିବନ୍ଧ, ବାଲିଗୁଡ଼ା ଓ କ. ନୂଆଗାଁ ବ୍ଲକ ସମେତ ବାଲିଗୁଡ଼ା ଏନ୍ଏସି ପାଇଁ ସଭାପତି ଓ କାର୍ଯ୍ୟକାରୀ ସଭାପତି ନିଯୁକ୍ତ ହୋଇଛନ୍ତି l ଏହି ନିଯୁକ୍ତି ଅନୁସାରେ, କୋଟଗଡ଼ ବ୍ଲକ ସଭାପତି ଭାବେ ଷ୍ଟିଫେନ ପ୍ରଧାନ ଏବଂ କାର୍ଯ୍ୟକାରୀ ସଭାପତି ଭାବେ ସରୋଜ ବଳିଆରସିଂହ ଦାୟିତ୍ୱ ପାଇଛନ୍ତି। ସେହିପରି ତୁମୁଡ଼ିବନ୍ଧ ବ୍ଲକ ସଭାପତି ଭାବେ କୁନା ଦଣ୍ଡସେନା ଏବଂ କାର୍ଯ୍ୟକାରୀ ସଭାପତି ଭାବେ ଜହନ ବାରିକ ନିଯୁକ୍ତ ହୋଇଛନ୍ତି। ବାଲିଗୁଡ଼ା ବ୍ଲକ ସଭାପତି ଭାବେ କ୍ଲେଶ ପ୍ରଧାନ ଏବଂ କାର୍ଯ୍ୟକାରୀ ସଭାପତି ଭାବେ କବିରାଜ ରଣା ଦାୟିତ୍ୱ ପାଇଥିବା ବେଳେ, କ. ନୂଆଗାଁ ବ୍ଲକ ସଭାପତି ଭାବେ ମଦନ ମୋହନ ପ୍ରଧାନ ଏବଂ କାର୍ଯ୍ୟକାରୀ ସଭାପତି ଭାବେ ମହାଦେବ ପ୍ରଧାନ ନିଯୁକ୍ତ ହୋଇଛନ୍ତି। ଅନ୍ୟପକ୍ଷରେ, ବାଲିଗୁଡ଼ା ଏନ୍ଏସି ସଭାପତି ଭାବେ ଅମିତ କୁମାର ନାୟକ ଏବଂ କାର୍ଯ୍ୟକାରୀ ସଭାପତି ଭାବେ ମାନସ କୁମାର ଅମାତ ନିଯୁକ୍ତ ହୋଇଛନ୍ତି। ବିଜେଡି ସଭାପତିଙ୍କ ଆଦେଶକ୍ରମେ ଦଳର ବରିଷ୍ଠ ଉପସଭାପତି (ମୁଖ୍ୟାଳୟ) ଦେବୀପ୍ରସାଦ ମିଶ୍ରଙ୍କ ସ୍ୱାକ୍ଷରରେ ଏହି ନିଯୁକ୍ତି ଆଦେଶ ଜାରି ହୋଇଛି। ଆଦେଶରେ ଉଲ୍ଲେଖ ଅନୁଯାୟୀ, ନିଯୁକ୍ତି ଗୁଡ଼ିକ ତତ୍କାଳ ଲାଗୁ ହେବ। ନୂତନ ଦାୟିତ୍ୱ ପାଇଥିବା ନେତାମାନେ ନିଜ ନିଜ ଅଞ୍ଚଳରେ ଦଳୀୟ ସଂଗଠନକୁ କିପରି ସୁଦୃଢ଼ କରିବେ ଏବଂ ତୃଣମୂଳ ସ୍ତରରେ କର୍ମୀଙ୍କୁ ଏକଜୁଟ କରିବେ, ତାହା ଆଗାମୀ ଦିନରେ ଗୁରୁତ୍ୱ ବହନ କରିବ।
