ନୂଆଦିଲ୍ଲୀ : ବଙ୍ଗଳାଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଶେଖ ହସିନା ନିଜ ଦେଶରୁ ବିତାଡିତ ହୋଇ ଭାରତରେ ଶରଣ ନେବା ମଧ୍ୟରେ ବଙ୍ଗଳାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନ ଙ୍କ ର ଭାରତ ଗସ୍ତ ଖୁବ ଶୀଘ୍ର ହେବାକୁ ଯାଉଛି, ଚଳିତ ବର୍ଷ ଫେବୃଆରୀ ମାସରେ ପଦ ସମ୍ଭାଳିବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ l
ମିଳିଥିବା ସୂଚନା ଅନୁସାରେ ବଙ୍ଗଳାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୩ ରୁ ୨୫ ମଧ୍ୟରେ ଭାରତ ଗସ୍ତରେ ଆସିବେ, ଦି ଇଣ୍ଡିଆନ ଏକ୍ସପ୍ରେସ ର ଗୋଟିଏ ରିପୋର୍ଟ ଅନୁସାରେ , ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ରହିବ, ଲଗାତାର ବଙ୍ଗଳାଦେଶ ପକ୍ଷରୁ ହସିନା ଙ୍କ ପ୍ରତ୍ୟର୍ପଣ ର ଦାବି ମଧ୍ୟ ହୋଇଆସୁଛି l
ତାରିକ ଙ୍କ ନେତୃତ୍ୱ ରେ ଗଢା ଯାଇଥିବା ସରକାର ଭାରତ ସହିତ ଗୋଟିଏ ଭଲ ସମ୍ପର୍କ ଗଢିବାକୁ ଚାହିଁଛନ୍ତି, ନିଜ ୬ମାସ ର କାର୍ଯ୍ୟ ରେ ବଙ୍ଗଳାଦେଶ ପ୍ରଧାନମନ୍ତ୍ରୀ ବିଦେଶୀ ନୀତିକୁ ଖୁବ ଗୁରୁତ୍ୱ ଦେଇ ଆସୁଛନ୍ତି, ଗତ ସପ୍ତାହ ରେ ବଙ୍ଗଳାଦେଶ ସଂକେତ ଦେଇଥିଲା ଯେ ଏହି ଯାତ୍ରା ପାଇଁ ଉଭୟ ଦେଶ ଙ୍କ ମଧ୍ୟରେ ଅଧିକ ଅନୁକୂଳ କୂଟନୀତି ପରିବେଶ ର ଆବଶ୍ୟକତା ରହିଛି, ଏହି ବୟାନ ଏଭଳି ସମୟରେ ଆସିଥିଲା ଯେଉଁ ସମୟରେ ଶେଖ ହସିନା ମିଡ଼ିଆ ସହିତ କଥାବାର୍ତା ହୋଇଥିଲେ, ବଙ୍ଗଳାଦେଶ ପକ୍ଷରୁ ହସିନା ଙ୍କର ଏହି ଗତିବିଧି କୁ ନିନ୍ଦା କରାଯାଇଥିଲା l
ଭାରତ ଓ ବଙ୍ଗଳାଦେଶ ମଧ୍ୟରେ ଉତେଜନା ର ମୁଖ୍ୟ କାରଣ ଶେଖ ହସିନା ଭାରତରେ ଶରଣ ନେବା, ୨୦୨୪ ରେ ହସିନା ବଙ୍ଗଳାଦେଶ ଛାଡି ଭାରତ ଚାଲି ଆସିଥିଲେ l ଏବଂ ନଭେମ୍ବର ମାସରେ ତାଙ୍କୁ ବଙ୍ଗଳାଦେଶ ଙ୍କ ନ୍ୟାୟାଳୟ ଦ୍ୱାରା ଏକତରଫା ମୃତ୍ୟୁ ଦଣ୍ଡ ଶୁଣା ଯାଇଥିଲା, ଶେଖ ହସିନା ପତ୍ରକାର ଙ୍କ ସହିତ ଆଲୋଚନା ସମୟରେ କହିଥିଲେ ଯେ ସେ ଡିସେମ୍ବର ରେ ମାତୃଭୂମି କୁ ଫେରିବେ l
ଭାରତୀୟ ଓ ବଙ୍ଗଳାଦେଶ ବିଦେଶ ମନ୍ତ୍ରଣାଳୟ କୁ ତାରିଖ ରହମାନ ଙ୍କ ଭାରତ ଗସ୍ତକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ତୁରନ୍ତ ପ୍ରତିକ୍ରିୟା ମିଳି ନଥିଲା l
