UTI ଉଭୟ ମହିଳା ଓ ପୁରୁଷ ଙ୍କୁ ହେଉଥିବା ଗୋଟିଏ ଇନଫେକ୍ସନ, କିନ୍ତୁ ଏହା ପୁରୁଷ ଙ୍କ ତୁଳନାରେ ମହିଳାଙ୍କ ନିକଟରେ ଅଧିକ ଦେଖିବାକୁ ମିଳିଥାଏ, ପ୍ରାରମ୍ଭିକ ସ୍ଥିତିରେ ଏହା ଏତେ ଅଧିକ ପ୍ରାଣଘାତକ ହୋଇନଥାଏ, କିନ୍ତୁ ଯଦି ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବିନା ଚିକିତ୍ସା ରେ ଛାଡି ଦିଆଯାଏ କିମ୍ବା ଏହା ବାରମ୍ବାର ହୋଇଥାଏ ତେବେ ଚିନ୍ତାର କାରଣ ଅଟେ, UTI ରୁ ରକ୍ଷାପାଇବା ପାଇଁ କିଛି କଥାକୁ ନିହାତି ଧ୍ୟାନ ଦେବା ମଧ୍ୟ ଜରୁରୀ, ତେଣୁ କିଛିଟା କଥାକୁ ଧ୍ୟାନ ରଖି ଆପଣ ଏହି ଅସୁବିଧାରୁ ଦୁରେଇ ରହିପାରିବେ l
ପୁରୁଷଙ୍କ ତୁଳନାରେ ମହିଳାଙ୍କ ନିକଟରେ ୟୁରିନାରୀ ଟ୍ରାକ ଇନଫେକ୍ସନ ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ, ଏହାର ସବୁଠୁ ବଡ଼ କାରଣ ସେମାନଙ୍କ ଶାରୀରିକ ଗଠନ ଅଟେ, ମହିଳାଙ୍କ ମୂତ୍ର ମାର୍ଗ ପୁରୁଷଙ୍କ ତୁଳନାରେ ଅଲଗା ହୋଇଥାଏ, ତେଣୁ ବ୍ୟାକ୍ଟେରିଆ ମୂତ୍ରାଶୟ ନିକଟରେ ପହଁଚିବାରେ ଖୁବ ସହଜ ହୋଇଥାଏ, ଏହା ବ୍ୟତୀତ ହର୍ମୋନ ରେ ପରିବର୍ତ୍ତନ UTI ର ଗୋଟିଏ ବଡ଼ କାରଣ ମଧ୍ୟ ଅଟେ, ବିଶେଷ ଭାବରେ ମେନପଯ ସମୟ ରେ ଏସ୍ଟ୍ରୋଜେନ ର ସ୍ତର ହ୍ରାସ ହୋଇଥାଏ ଯେଉଁ କାରଣରୁ ମୂତ୍ର ମାର୍ଗର ପ୍ରାକୃତିକ ସୁରକ୍ଷା କମି ଯାଇଥାଏ, ଏବଂ ଅନ୍ୟ ପକ୍ଷରେ ଗର୍ଭାବସ୍ଥାରେ ଗର୍ଭାଶୟ ର ମୂତ୍ରାଶୟ ଉପରେ ଚାପ ଅଧିକ ପଡିଥାଏ ଏବଂ ପରିସ୍ରା ଠିକ ଭାବରେ ବାହାରି ନଥାଏ, ଯେଉଁ କାରଣରୁ ବ୍ୟାକ୍ଟେରିଆ ବୃଦ୍ଧି ହୋଇଥାଏ ଏବଂ ମହିଳାଙ୍କ ନିକଟରେ UTI ସମସ୍ୟା ଦେଖାଯାଏ l
ଲକ୍ଷଣ -:
* ଯଦି ପରିସ୍ରା କରିବା ସମୟରେ ପୋଡା ହେଉଛି ତେବେ ଏହା UTI ସମସ୍ୟା l
* ଯଦି ପରିସ୍ରାର ମାତ୍ରା ବାରମ୍ବାର କମୁଚି ତେବେ ୟୁଟିଆଇ ସମସ୍ୟା l
* ପେଟର ତଳ ପାର୍ଶ୍ଵ ଅର୍ଥାତ ପେଲବୀକ ରେ ଯନ୍ତ୍ରଣା ହେଉଛି ୟୁଟିଆଇ ସମସ୍ୟା l
* ପରିସ୍ରା ରେ ଦୁର୍ଗନ୍ଧ ଯଦି ହେଉଛି ଏହା ୟୁଟିଆଇ ସମସ୍ୟାର କାରଣ l
* ଯଦି UTI ସମସ୍ୟା ଅଧିକ ବଢି ଯାଉଛି ତେବେ ଏହା ମୂତ୍ରାଶୟ ସଂକ୍ରମଣ ରୁ ଯାଇ କିଡ୍ନୀ ସଂକ୍ରମଣ ର କାରଣ ହୁଏ l
* ଏହାଛଡା ଜ୍ୱର ହୋଇ ନ ଛାଡିବା , ବାନ୍ତି ହେବା , ପିଠି ଯନ୍ତ୍ରଣା ମଧ୍ୟ uti ର ଲକ୍ଷଣ ଅଟେ l
କିପରି ନେବେ ଯତ୍ନ -:
– ଯଦି UTI ସଂକ୍ରମଣ ଲାଗି ରହୁଛି ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l
– ଦିନରେ ଅଧିକ ପାଣି ପିଅନ୍ତୁ, ଯାହା ଇନଫେକ୍ସନ କୁ କ୍ଳିଅର କରିବ l
– ନିଜ ଯୌନାଙ୍ଗ ରେ କୌଣସି ପରଫିୟୁମ , ସୁଗନ୍ଧିତ ସାବୁନ ର ବ୍ୟବହାର କରନ୍ତୁ ନାହିଁ l
– ପରିସ୍ରା କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକାନ୍ତୁ ନାହିଁ l
– ଶାରୀରିକ ସମ୍ବନ୍ଧ ପରେ ନିହାତି ପରିସ୍ରା ଯାଆନ୍ତୁ l ଯାହାଦ୍ୱାରା ଇନଫେକ୍ସନ ବିପଦ କମ ରହିବ l
– ନିଜ ଖାଦ୍ୟରେ ପ୍ର – ବାୟୋଟିକ ଖାଦ୍ୟ ଯେପରିକି ଦହି, ଘୋଳଦହି ଇତ୍ୟାଦି ସାମିଲ କରନ୍ତୁ l
– ଯଦି ଡାକ୍ତରଙ୍କ ପରାମର୍ଶ ରେ କୌଣସି ଔଷଧ ଖାଉଛନ୍ତି ତାର କୋର୍ସ ପୂରଣ କରନ୍ତୁ l
