ଚଳିତବର୍ଷ ନିଟ ପେପର ଲିକ ମାମଲା ପରେ ଛାତ୍ର ମାନଙ୍କର ଭରସା ସିଷ୍ଟମ କୁ ନେଇ ଭାଙ୍ଗି ଯାଇଛି, ଗତ କିଛିବର୍ଷ ମଧ୍ୟରେ ନିଟ ଛଡା ୟୁଜିସି ସମେତ ଅନେକ ଏଣ୍ଟ୍ରାନ୍ସ ପରୀକ୍ଷାରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି, ପେପର ଲିଙ୍କ ମାମଲାରେ ଛାତ୍ରଙ୍କ ବିଶ୍ୱାସ ହ୍ରାସ ହୋଇଥିବାର ଦେଖିବାକୁ ମିଳିଛି, କେନ୍ଦ୍ର ସରକାର ୨୦୨୪ ରେ ପ୍ରସ୍ତୁତ କରିଥିବା ପ୍ରଥମ ଆଣ୍ଟି ପେପର ଲିକ ନିୟମ ରେ ସଂଶୋଧନ କରାଯାଇଛି ଏବଂ ଏହାକୁ ଅଧିକ କଠୋର କରାଯାଇଛି l ସାର୍ବଜନିକ ପରୀକ୍ଷା ପାଇଁ ବିଧେୟକ ଲୋକସଭାରେ ପାରିତ ହୋଇଯାଇଛି l
ସରକାର କହିଛନ୍ତି ଯେ ଆଗାମୀ ଦିନରେ ଏହି ସଂଶୋଧନ ଦ୍ୱାରା ମାଫିଆ ମାନଙ୍କ ପାଇଁ କଠୋର ନିୟମ ପ୍ରସ୍ତୁତ ହୋଇଛି, ନୂଆ ନିୟମ ରେ ଦଣ୍ଡ ବଢାଇବା ସହିତ ଯାଞ୍ଚ ପ୍ରକ୍ରିୟା ସହିତ ଦଣ୍ଡ ବିଧାନ ପ୍ରକ୍ରିୟା ମଧ୍ୟ ଦୋଷୀ ଙ୍କ ପାଇଁ କଠିନ ରହିବ, ସରକାରଙ୍କର ବିଶ୍ୱାସ ରହିଛି ଯେ ଏହି ନୂଆ ବିଲ ଦ୍ୱାରା ଛାତ୍ର ଙ୍କୁ ଲାଭ ମିଳିବ, ଆସନ୍ତୁ ଜାଣିବା ଆଣ୍ଟି ପେପର ଲିକ ବିଧେୟକ 2026 କଣ ?
ଆଣ୍ଟି ପେପର ଲିକ ବିଧେୟକ 2026 କଣ ?
ଲୋକସଭାରେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ସାର୍ବଜନିକ ପରୀକ୍ଷାରେ ସଂଶୋଧନ ୨୦୨୬ ଉପସ୍ଥାପନ କରିଛନ୍ତି, ଅଧିନିୟମ 2024 ର ସଂଶୋଧନ ନିୟମ ଅଟେ, ଏହାର ଉଦେଶ୍ୟ ପେପର ଲିକ ଓ ପରୀକ୍ଷା ମାଫିଆଙ୍କ ଉପରେ ଅଧିକ କଠୋର କାର୍ଯ୍ୟାନୁଷ୍ଠାନ କରିବା, ଏବଂ ମାମଲା ର ଯାଞ୍ଚ ଦ୍ରୁତ ଗତିରେ କରିବା l ସଂସଦ ରେ ଉପସ୍ଥାପନ କରା ସାରିଛି, କିନ୍ତୁ ନିୟମ ପ୍ରସ୍ତୁତ ହେବା ପାଇଁ ରାଷ୍ଟ୍ରପତି ଙ୍କ ମଞ୍ଜୁରୀ ର ଆବଶ୍ୟକତା ରହିଛି, ଜୁଲାଇ ୩୦ ରେ ଆଣ୍ଟି ପେପର ଲିକ ବିଧେୟକ 2026 ପାରିତ କରାଯିବାର ବିଶ୍ୱାସ ରହିଛି l
ଛାତ୍ରଛାତ୍ରୀ ଙ୍କ ପାଇଁ କଣ ସୁବିଧା ହେବ ?
– ନିସ୍ପକ୍ଷ ପରୀକ୍ଷାର ସୁବିଧା , ସବୁଠୁ ବଡ଼ ଲାଭ ସେହି ଛାତ୍ରଛାତ୍ରୀ ଙ୍କୁ ମିଳିବାର ଆଶା ରହିଛି ଯିଏକି ଦୀର୍ଘଦିନ ରୁ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି l
– ପରୀକ୍ଷା ରଦ୍ଧ ହେବାର ସମ୍ଭାବନା କମ ରହିବ, ଏବଂ ଛାତ୍ରଛାତ୍ରୀ ଙ୍କୁ ନିଜ କ୍ଷେତ୍ରରେ ସଫଳତା ଦେବ l
– ଯଦି ନିୟମ ଠିକ ଭାବରେ ଲାଗୁ ହେବ ତେବେ NEET ,JEE , CUET , SSC , ରେଳବାଇ ର ପ୍ରବେଶ ପରୀକ୍ଷାରେ ଛାତ୍ରଛାତ୍ରୀ ଙ୍କ ବିଶ୍ୱାସ ମଜବୁତ ହେବ l
– ସଂଶୋଧନ ବିଲ ରେ ପେପର ଲିକ ମାମଲାରେ ଫାଷ୍ଟ-ଟ୍ରାକ ଯାଞ୍ଚ ଓ ଶୁଣାଣି ଉପରେ ଜୋର ଦିଆଯାଇଛି, ଖୁବ ଶୀଘ୍ର ଦୋଷୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l
– ଆଗକୁ ଯଦି ପେପର ଲିକ କରୁଥିବା ରିଆକେଟ ଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ , ଗମ୍ଭୀର ମାମଲାରେ ଦୀର୍ଘଦିନ ପାଇଁ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ l ପୂର୍ବ ବିଲ ରେ ଥିଲା ୩ରୁ ୫ ବର୍ଷ ଜେଲ କିନ୍ତୁ ବର୍ତମାନ ର ବିଲ ରେ ୫ରୁ ୧୦ ବର୍ଷ ଜେଲ ଦଣ୍ଡ ଦିଆଯିବ l ଏବଂ ୧୦ ଲକ୍ଷରୁ ବୃଦ୍ଧି ହୋଇ ଜୋରିମାନା କୁ ୫୦ ଲକ୍ଷ କରାଯାଇଛି l
