Odisha news

ରଥଯାତ୍ରା ସମୟରେ ପୁରୀ ରେଳ ଷ୍ଟେସନରେ ନିଖୋଜ ଭକ୍ତମାନଙ୍କୁ ପରିବାର ସହ ପୁନର୍ମିଳନ କରାଇଲା ଖୋର୍ଦ୍ଧା ରୋଡ଼ ମଣ୍ଡଳ

0

ରଥଯାତ୍ରା ଅବସରରେ ପୁରୀ ରେଳ ଷ୍ଟେସନରେ ଖୋର୍ଦ୍ଧା ରୋଡ଼ ମଣ୍ଡଳପୂର୍ବତଟ ରେଳପଥ ପୂର୍ବତଟ ରେଳପଥ ୩୧୮ ଜଣ ହଜିଯାଇଥିବା ଶ୍ରଦ୍ଧାଳୁଙ୍କୁ ସେମାନଙ୍କ ପରିବାର ସହିତ ସଫଳତାର ସହ ମିଶାଇ ଯାତ୍ରୀ ସେବା ଓ ଜନସେବା ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନଃ ପ୍ରତିପାଦିତ କରିଛି।

ଚଳିତ ରଥଯାତ୍ରା ସମୟରେ ପୁରୀକୁ ଅସଂଖ୍ୟ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପୁରୀ ରେଳ ଷ୍ଟେସନର “ମେ ଆଇ ହେଲ୍ପ ୟୁ” ବୁଥ୍ ଓ ଏନକ୍ୱାୟାରି କାର୍ଯ୍ୟାଳୟ ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହି ଯାତ୍ରୀ ଓ ଶ୍ରଦ୍ଧାଳୁମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେଉଥିଲା । ବାଣିଜ୍ୟ ବିଭାଗ ନିରନ୍ତର ସତର୍କ ରହିବା ସହ ମିଳୁଥିବା ପ୍ରତ୍ୟେକ ହଜିଯାଇଥିବା ବ୍ୟକ୍ତିଙ୍କ ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ନେଉଥିଲା

 ଏହିପରି ଏକ ଘଟଣାରେ,ଶ୍ରୀକାକୁଲମ ଜିଲ୍ଲାର ବାସିନ୍ଦା ଶ୍ରୀ ରଘୁ ତାଙ୍କ ମାଆ ଓ ଝିଅ ପୁରୀ ରେଳ ଷ୍ଟେସନରେ ପ୍ରବଳ ଜନଗହଳି ମଧ୍ୟରେ ନିଖୋଜ ହୋଇଥିବା ସମ୍ପର୍କରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ବାଣିଜ୍ୟ ବିଭାଗର କର୍ମଚାରୀମାନେ ସେମାନଙ୍କ ଫଟୋ ସଂଗ୍ରହ କରି ତୁରନ୍ତ ପୁରୀରୁ ଛାଡ଼ୁଥିବା ସମସ୍ତ ଟ୍ରେନରେ କାର୍ଯ୍ୟରତ ସମସ୍ତ ଟିକେଟ ଯାଞ୍ଚ କର୍ମଚାରୀଙ୍କ ନିକଟକୁ ପଠାଇଥିଲେ ଏହା ସହିତ ପ୍ଲାଟଫର୍ମ କର୍ମଚାରୀ ଏବଂ ଅନ୍ୟାନ୍ୟ କ୍ଷେତ୍ରୀୟ ରେଳ କର୍ମଚାରୀଙ୍କୁ ତୀକ୍ଷ୍ଣ ନଜର ରଖିବା ଏବଂ ହଜିଯାଇଥିବା ବ୍ୟକ୍ତିଙ୍କୁ ଖୋଜିବାରେ ସହାୟତା କରିବା ପାଇଁ ସତର୍କ କରାଯାଇଥିଲା।

 ବାଣିଜ୍ୟ ବିଭାଗରେଳ ସୁରକ୍ଷା ବଳ (RPF) ଏବଂ ଟ୍ରେନରେ କାର୍ଯ୍ୟରତ ଟିକେଟ ଯାଞ୍ଚ କର୍ମଚାରୀ ମାନଙ୍କ ମଧ୍ୟରେ ସୁଦୃଢ଼ ସମନ୍ୱୟତ୍ୱରିତ ସୂଚନା ଆଦାନ-ପ୍ରଦାନ ଏବଂ ନିଷ୍ଠାପୂର୍ଣ୍ଣ ଉଦ୍ୟମ ଫଳରେ ନିଖୋଜ ମାଆ ଓ ଝିଅଙ୍କୁ ସଫଳତାର ସହ ଖୋଜି ବାହାର କରାଯାଇ ପରିବାର ସହ ପୁନର୍ମିଳନ କରାଯାଇଥିଲା। ଏଭଳି ସମନ୍ୱିତ ପ୍ରୟାସ ଯୋଗୁଁ ରଥଯାତ୍ରା ସମୟରେ ମୋଟ ପ୍ରାୟ ୩୧୮ ଜଣ ନିଖୋଜ ଭକ୍ତଙ୍କୁ ସେମାନଙ୍କ ପରିବାର ସହ ପୁନର୍ମିଳନ କରାଯାଇଛି।

 ଏହି ସମସ୍ତ ଘଟଣାର ସଫଳ ପରିଚାଳନା ରଥଯାତ୍ରା ସମୟରେ ପୁରୀ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ସୁରକ୍ଷାନିରାପତ୍ତା ଏବଂ କଲ୍ୟାଣ ନିଶ୍ଚିତ କରିବାରେ ବାଣିଜ୍ୟ ବିଭାଗ ଏବଂ ରେଳ ସୁରକ୍ଷା ବଳର ପ୍ରତିବଦ୍ଧତାସତର୍କତା ଏବଂ ଯାତ୍ରୀ-କେନ୍ଦ୍ରିକ ଆଭିମୁଖ୍ୟକୁ ଦର୍ଶାଉଛି

 ରଥଯାତ୍ରା ସମୟରେ ସୁରକ୍ଷିତନିରାପଦ ଏବଂ ଯାତ୍ରୀ-ଅନୁକୂଳ ସେବା ଯୋଗାଇଦେବା ପାଇଁ ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ଼ ମଣ୍ଡଳ ବଦ୍ଧପରିକର। ପୁରୀ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଏକ ସୁରକ୍ଷିତସହଜ ଏବଂ ଆରାମଦାୟକ ତୀର୍ଥଯାତ୍ରା ଅନୁଭୂତି ନିଶ୍ଚିତ କରିବାକୁ ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଅହୋରାତ୍ର କାର୍ଯ୍ୟ ଜାରି ରଖିଛନ୍ତି।

Nalco
Leave A Reply