ବାଲିଗୁଡ଼ା, ତା,୨୬/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା କୁଡୁତୁଲି ଗାଁ ରେ ପୋଖରୀ ରେ ବୁଡି ଯାଇ ବୃଦ୍ଧ ଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କୁଡୁତୁଲି ଗ୍ରାମ ମଝି ସାହିର ହରି ସିଂ ପାତ୍ର । ଘଟଣା ରୁ ପ୍ରକାଶ ଯେ, ବୃଦ୍ଧ ଜଣକ ନିଜ ଗ୍ରାମର ପୋଖରୀ କୁ ଗାଧେଇବାକୁ ଯାଇ ଆଉ ଫେରି ନଥିବା ବେଳେ ପରେ ଭାସମାନ ଅବସ୍ଥାରେ ପୋଖରୀ ରେ ମୃତ ଦେହ ଦେଖି ଗ୍ରାମବାସୀ ମାନେ ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ବାଲିଗୁଡା ମେଡିକାଲ କୁ ପଠାଇ ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି ।
