ଅନେକ ସମୟରେ ପାଠ୍ୟ ପୁସ୍ତକ ରୁ ବାହାରି ଏପରିକିଛି କରିବାକୁ ପଡିଥାଏ ଯାହାକି ଜୀବନରେ ସଫଳତା ପାଇବାରେ ବାଟ ଦେଖାଇଥାଏ l ଠିକ ସେହିଭଳି କିଛି ଜଣେ ୧୯ ବର୍ଷର ଛାତ୍ର କୁ କରିବାକୁ ପଡିଛି, ଯେତେବେଳେ ସେ ମେଡିକାଲ ପଢିବା ପାଇଁ ସୁପ୍ରିମ କୋର୍ଟ ର ଦ୍ୱାରସ୍ଥ ହୋଇଥିଲା ଏବଂ ନିଜ ପାଇଁ ନିଜେ ଲଢ଼ି ଥିଲା l ୨ଥର ପରୀକ୍ଷାରେ ସଫଳତା ପାଇ ମଧ୍ୟ ଆର୍ଥିକ ଦୁର୍ବଳ ର କୋଟା ଥାଇ ମଧ୍ୟ ଆଡ଼ମିସନ ମିଳିନଥିଲା l
ଏପରି ସ୍ଥିତିରେ ସେ ନିଜ କେସ ସୁପ୍ରିମ କୋର୍ଟ ରେ ଲଢ଼ିବା ପାଇଁ ଚିନ୍ତା କରିଥିଲା, ଅନଲାଇନ ଭିଡିଓ ଜରିଆରେ ମଧ୍ୟପ୍ରଦେଶ ଜବଲପୁର ରେ ରହୁଥିବା ଛାତ୍ର ଅଥର୍ବ ଚତୁର୍ବେଦୀ ସୁପ୍ରିମ କୋର୍ଟ ସହିତ ଜଡିତ ହେଲା, ଏବଂ ବିନା ଓକିଲ ରେ ନିଜ ଲଢେଇ ଲଢ଼ିବା ପାଇଁ କୋର୍ଟ ପହଂଚି ଯାଇଥିଲେ l ସୁପ୍ରିମ କୋର୍ଟ ଜଷ୍ଟିସ ସୂର୍ଯ୍ୟକାନ୍ତ ବେଞ୍ଚ ରୁ ଉଠିବାକୁ ଯାଉଥିଲେ କି ଅଥର୍ବ ଜଜ ଙ୍କୁ ମାତ୍ର ୧୦ ମିନିଟ ସମୟ ମାଗିଥିଲେ, ଏବଂ କହିଥିଲେ ‘ ମୁଁ ଗୋଟିଏ ସାଧାରଣ ପରିବାର ରୁ ଆସିଛି ଏବଂ ମୋ ନିକଟରେ ଆଇନ ର କୌଣସି ଡିଗ୍ରୀ ନାହିଁ, ବାସ ମୁଁ 12th ପାସ କରି ମେଡିକାଲ ପଢିବାକୁ ଚାହୁଁଚି, ଏବଂ ଯାହାର ପ୍ରସ୍ତୁତି ପୂର୍ବରୁ କରିସାରିଛି, NEET ପରୀକ୍ଷାରେ ୨ଥର ସଫଳତା ପାଇ ସାରିଛି l ‘
ଏବଂ ମୋତେ ୭୨୦ ରୁ ୫୩୦ ନମ୍ବର ମିଳିଛି, EWS କୋଟା ଅର୍ଥାତ ଇକୋନୋମିକଲି ଉଇକର ସେକ୍ସନ କାରଣରୁ ମତେ ଆଡ଼ମିସନ ମିଳୁନାହିଁ, EWS ଆରକ୍ଷଣ ଅନୁସାରେ ମୋତେ ମେଡିକାଲ କଲେଜ ରେ ଆଡ଼ମିସନ ମିଳିପାରି ଥାଆନ୍ତା କିନ୍ତୁ ମଧ୍ୟପ୍ରଦେଶ ସରକାରଙ୍କ ନୀତି ଯୋଗୁଁ MBBS ସିଟ ମିଳିଲା ନାହିଁ l
ସୁପ୍ରିମ କୋର୍ଟ ର ସୂର୍ଯ୍ୟକାନ୍ତ ବେଞ୍ଚ ଅଥର୍ବ ଙ୍କର ସମସ୍ତ କଥା ଶୂନିଵା ପରେ ଅର୍ଡର ଦେଇଥିଲେ ଯେ ରାଜ୍ୟ ସରକାର ଙ୍କ ନୀତିଗତ ଅବହେଳା କାରଣରୁ କୌଣସି ଛାତ୍ର ର ଆଡମିସନ କୁ ଅଟକା ଯାଇପାରିବ ନାହିଁ, ଏବଂ ମଧ୍ୟପ୍ରଦେଶ ସରକାର ଙ୍କୁ ଆଦେଶ ଦେଲେ ଯେ ତୁରନ୍ତ ଅଥର୍ବ ଙ୍କୁ EWS କୋଟା ରେ ସୁଧାର ଆଣି ଆଡ଼ମିସନ ଦିଆଯାଉ , ଏହାଛଡା ଅଥର୍ବ ଙ୍କୁ ୨୦୨୫-୨୬ ର ପ୍ରୋଭିଜିନାଲ ଆଡ଼ମିସନ ଦେବାକୁ ମଧ୍ୟ କୁହାଗଲା l
ଆଇନ ପାଠ ନପଡ଼ି ସୁପ୍ରିମ କୋର୍ଟ ର ପୁରୁଣା ଭିଡିଓ ଦେଖି , ସମ୍ବିଧାନ ଓ ନିୟମଗତ ସମସ୍ତ ଜ୍ଞାନ ନେଇ ସ୍ପେଶାଲ ଲିଭ ପିଟିସନ ମଧ୍ୟ ନିଜେ ପ୍ରସ୍ତୁତ କରିଥିଲେ, ଏବଂ ଏହାକୁ ଅନଲାଇନ ରେ ଅପଲୋଡ଼ କରି ନିଜ ପାଇଁ ନିଜେ ଲଢ଼ିଥିଲେ l
