Odisha news

ବାଇକ ରୋମିଓ ରାଇଡ଼ରଙ୍କ ରାଜୁତି : ବିକଟାଳ ଶବ୍ଦ ରେ ଅଞ୍ଚଳ ବାସୀ କ୍ଷୁବ୍ଧ 

0
ବାଲିଗୁଡା, ତା, ୨୫/୦୭: (ସଞ୍ଜୟ କୁମାର ପାଣିଗ୍ରାହୀ): ବାଇକ ଦେଉଛି ଫଟା ବିକଟାଳ ହର୍ଣ୍ଣ । କିଏ ସାଇରନ୍ ଦେଇ ଯାଉଛି ତ ଆଉ କିଏ ବସ୍ ଭଳି ହର୍ଣ୍ଣ । କେବଳ ସେତିକି ନୁହଁ ବାଇକରୁ ବାହାରୁଛି ପ୍ରଚଣ୍ଡ ଶଦ୍ଦ ‘ଧାଡ଼ରେଇଙ୍ଗ…..’ କରୁଥିବା କାନଫଟା ଶଦ୍ଦ । ମଝିରେ ମଝିରେ ସାଇଲେନସର୍‌ରୁ ବାଣ ଫୁଟିଛି ‘ଫଟାସ୍‌…..’ । ବାଲିଗୁଡା ସହରରେ ଏବେ ବାଇକ ହର୍ଣ୍ଣ ପରିବର୍ତନ କରିବା ଓ ବାଇକ ସାଇଲେନ୍ସସର ପାଇପ୍‌ରୁ ବିକଟାଳ କାନଫଟା ଶଦ୍ଦ ବାହାର କରିବା ଯୁବପିଢ଼ୀଙ୍କ ଏକ ସଉକରେ ପରିଣତ ହୋଇଛି । ଭଳିକି ଭଳି ସ୍ପିଡ଼୍ ବାଇକ ଯୁବପିଢ଼ୀ ଏପରିକି ବିକଟାଲ ହର୍ଣ୍ଣ ଓ ସାଇଲେନ୍ସସରରୁ ଶଦ୍ଦ ବାହାର କରୁଛନ୍ତି । ଆଉ ଏହି ସଉକ୍ ରାସ୍ତାରେ ଭୟ ଓ ବିପଦ ସୃଷ୍ଟି କରୁଛି, ଏଭଳି ଶଦ୍ଦ ଆତଙ୍କ ଖେଳାଇ ହରକତ କରୁଛନ୍ତି । କାନଫଟା ଶଦ୍ଦକରି ପଥଚାରୀ ମାନେ ଭୟଭୀତ ଦୁର୍ଘଟଣାର ଶିକାର ହେଉଛନ୍ତି । ଏହାକୁ ନେଇ ପୋଲିସ୍ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟୁଛିି । ମାତ୍ର ଏଥିପ୍ରତି କୌଣସି ଲଗାମ ନଥିବାରୁ ଏଭଳି ଘଟଣାମାନ ଦିନକୁ ଦିନ ବଢ଼ିବଢ଼ି ଚାଲିଛି । ସେପଟେ ପରିବହନ ବିଭାଗ ମଧ୍ୟ ନିଦ୍ରାରେ ଥିବାରୁ ଏପରି ହର୍ଣ୍ଣର ମାତ୍ରା ବଢ଼ି ଯାଇଛି । ବିକଟାଳ ଶଦ୍ଦ କରୁଥିବା ବାଇକକୁ ଜବତ କରିବା ସହିତ ମୋଟା ଅଙ୍କର ଜୋରିମନା ଆଦାୟ କରାଗଲେ କିଛି ସାବାଡ଼୍ ହୋଇଯାଆନ୍ତେ ବୋଲି କୁହାଯାଉଛି । ଏମିତିକି ଯେଉଁ ଦୋକାନ ଗୁଡ଼ିକରେ ସାଇଲେନ୍ସସର ପାଇପ୍ ବଦଳା ଯାଉଛି ସେଠାରେ ଚଢ଼ାଉ କରାଗଲେ ଅମାନିଆ ବାଇକ ଚାଳକଙ୍କ ମଧ୍ୟରେ ଛନକା ପଶନ୍ତା ବୋଲି ସାଧାରଣ ଲୋକେ କହୁଛନ୍ତି । ଏଥିରେ ରୋକ ଲାଗାଇବାକୁ ପୋଲିସ୍ ସ୍ୱତନ୍ତ୍ର ଟିମ ଗଠନ କରି ଅଭିଯାନ ଚଳାଇବା ପାଇଁ ଅତ୍ୟନ୍ତ ଜରୁରୀ ହୋଇପଡ଼ୁଛି । ପୋଲିସ୍ କି ପରିବହନ ବିଭାଗର କୌଣସି ଲଗାମ ନଥିବାରୁ ବାଲିଗୁଡା ସହରରେ ଏହି ବିକଟାଳ ହର୍ଣ୍ଣର ମାତ୍ରା ଉଦବେଗ ଜନକ ଭାବେ ବୃଦ୍ଧି ପାଉଛି । ନିୟମ ମୂତାବକ କୌଣସି ବାଇକର ହର୍ଣ୍ଣ ୬୫ ଡ଼େସିମିଲରୁ ଅଧିକ ହୋଇପାରିବ ନାହିଁ । ସେହିପରି ବାଇକରେ କମ୍ପାନୀ ଲଗାଇଥିବା ସାଇଲେନ୍ସସର ବଦଳାଇ ପାରିବେ ନାହିଁ । ମାତ୍ର ଏବେ ଯୁବପିଢ଼ୀ ଭଳିକି ଭଳି ସ୍ପିଡ଼ ବାଇକ ଚଢ଼ୁଥିବା ବେଳେ ନିଜଆଡ଼କୁ ଆକର୍ଷିତ କରାଇବା ପାଇଁ ଘନଘନ ହର୍ଣ୍ଣ ବଜାଉଛନ୍ତି । ବାଲିଗୁଡା ଟାଉନ ର କଲେଜ ଠାରୁ ଆରମ୍ଭ କରି ବସଷ୍ଟାଣ୍ଡ, ନୂଆସାହି, ଦଣ୍ଡପଦର, ନେହେରୁ ଛକ ଗଳି, ବଜାର ଛକ ଗଳି, ପାଟଖଣ୍ଡା ସାହି ଠାରୁ କାଳୀ ମନ୍ଦିର, କଲ୍ୟାଣ ମଣ୍ଡପ ଠାରୁ ବଡଗାଁ ଇତ୍ୟାଦି ଜନଗହଳିପୂର୍ଣ୍ଣ ରାସ୍ତା ଗୁଡ଼ିକରେ ଯୁବପିଢ଼ୀ ବାଇକରେ ଏହି କାନଫଟା ଶଦ୍ଦ କରି ଘୂରୀ ବୁଲୁଛନ୍ତି । ଦିନବେଳା କଲେଜ ଅଞ୍ଚଳ ବାଇକ ଧରି ଚକ୍କର କାଟୁଥିବା ଦେଖିବାକୁ ମିଳୁଛି , ଏମିତିକି ସନ୍ଧ୍ୟା ସମୟରେ ବାଇକର ଷ୍ଟାଣ୍ଡକୁ ରାସ୍ତାରେ ଘୋଷାଡ଼ି ନିଆଁ ବାହାର କରିବାକୁ ବାହାଦୂରି ବୋଲି ମନେ କରୁଛନ୍ତି । ଏମାନଙ୍କ ଉପରେ ପୋଲିସ୍ ବିଭାଗ ର କୌଣସି ଲଗାମ ନଥିବାରୁ ସେମାନଙ୍କ ଉତ୍ପାତ ବଢ଼ୁଛି । ତେଣୁ ଆଗକୁ ଆସୁଥିବା ଗଣେଶ ପୂଜାକୁ ଦୃଷ୍ଟିରେ ରଖି ତୁରନ୍ତ ପୋଲିସ୍ ଏହାର କଡ଼ା ପଦକ୍ଷେପ ନେଇ ଚଢ଼ାଉ ଜୋରଦାର କରି ଧରପଗଡ଼ ସହ ମୋଟା ଅଙ୍କର ଜୋରିମାନା କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣ ମହଲରେ ଦାବି ହେଉଛି ।
Nalco
Leave A Reply