Odisha news

ସନ୍ଥ ଯୋଗୀରାଜଜୀଙ୍କର ଦେହାନ୍ତ 

0
ବାଲିଗୁଡ଼ା,ତା, ୨୪/୭: (ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ର ସନ୍ଥ ଯୋଗୀରାଜ ଜୀ ଙ୍କର ବଲାଙ୍ଗୀର ଠାରେ ଶୁକ୍ରବାର ଦେହାନ୍ତ ହୋଇଯିବା ନେଇ ଅଞ୍ଚଳ ରେ ଶୋକ ଛାୟା ଖେଳିଯାଇଛି l ସୁଦୂର ପଞ୍ଜାବ ରାଜ୍ୟ ରୁ ଆସି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସେବା ଓ ଉଚ୍ଚ ଶିକ୍ଷା ପହଞ୍ଚାଇବା ଲକ୍ଷ୍ୟ ରେ ଆସିଥିଲେ, କୋଟଗଡ ଠାରେ ଏକ ଛୋଟିଆ କୁଡ଼ିଆ ରୁ ଆରମ୍ଭ କରି ଆଦିବାସୀ, ଗିରୀଜନ ପିଲାମାନଙ୍କୁ ଆଣି ମାଗଣା ରେ ରଖି ଶିକ୍ଷା ପାଇଁ ବିଭିନ୍ନ ବିଦ୍ୟାଳୟ ରେ ପାଠ ପଢ଼ାଉଥିଲେ। ଶେଷ ମୁହୂର୍ତ୍ତ ରେ କୋଟଗଡ ରେ ଉଚ୍ଚ ଶିକ୍ଷା ପାଇଁ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଡିଗ୍ରୀ କଲେଜ ଖୋଲିବା ପାଇଁ ଚେଷ୍ଟା କରି ସଫଳ ହୋଇଥିଲେ। ଆଜି ତାଙ୍କ ଆବର୍ତ୍ତମାନରେ ଆଶ୍ରମବାସୀ ସେମାନେ ତାଙ୍କର ଅଭିଭାବକଙ୍କୁ ହରାଇଛନ୍ତି l ତାଙ୍କର ବ୍ୟକ୍ତିତ୍ୱ, ସନାତନ ଧର୍ମ ପ୍ରତି ନିଷ୍ଠା, ଦେଶପ୍ରେମ ସମସ୍ତଙ୍କୁ ଆକୃଷ୍ଟ କରିଥିଲା l ତାଙ୍କର ଦେହାନ୍ତ ରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କର ଆମର ଆତ୍ମା ର ସଦଗତି କାମନା କରିଛନ୍ତି।
Nalco
Leave A Reply