Odisha news

ସମ୍ପର୍ଣ ହେଲା ଇରାନର ସର୍ବୋଚ୍ଚ ନେତା ଆୟାତୁଲା ଅଲ୍ଲୀ ଖାଁମେନେଇଙ୍କ ଶେଷ କୃତ୍ୟ

0

ଇରାନ ରାଷ୍ଟ୍ରପତିଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟରେ ଟ୍ରମ୍ପ କହିଲେ ଏପରି
ଆମେରିକା ଭଲ ବୋଲି ଦେଲା ଗୋଟିଏ ଦିନର ସମୟ
ଯାହାକି ଵିଶ୍ଵର ରାଜନୀତି ଉପରେ ପକାଇଲା ପ୍ରଭାବ

ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଶନିବାର ଦିନ ଇରାନ କୁ ନେଇ ଦେଇଛନ୍ତି ତୀଖା ବୟାନ , ଆମେରିକାର ୨୫୦ ତମ ସ୍ୱତନ୍ତ୍ରତା ଦିବସ ଅବସରରେ ମାଉନ୍ଟ ରଶମର ରେ ଆୟୋଜିତ କାର୍ଯ୍ୟକ୍ରମ କୁ ସମ୍ବୋଧନ କରୁଥିବା ସମୟ ରେ ଟ୍ରମ୍ପ କହିଛନ୍ତି ଆମେରିକା ଇରାନ କୁ ଗୋତିଏଦିନ ଏଥିପାଇଁ ଛାଡ଼ କଲା କାହିଁକିନା ଆମେ ଭଲ ଲୋକ, ଏହା ପୂର୍ବରୁ ଫେବୃଆରୀ ୨୮ ରେ ଇସ୍ରାଏଲ ଓ ଆମେରିକାର ମିଳିତ ଆକ୍ରମଣ ରେ ଇରାନ ର ସର୍ବୋଚ୍ଚ ନେତା ଅଲି ଖାଁମେନେଇ ନିଜର କିଛି ନିକଟତର ବ୍ୟକ୍ତିଙ୍କ ସହିତ ମୃତ୍ୟୁ ବରଣ କରିଥିଲେ l

ନିଜକୁ ସମ୍ବୋଧନ କରି ଟ୍ରମ୍ପ ଦାବି କରିଛନ୍ତି ଆମେରିକା , ଇରାନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ଯାହାକୁ ନେଇ ଇରାନ ସମସ୍ତ ରାଜିନାମା ପାଇଁ ପ୍ରସ୍ତୁତ ହୋଇ ଯାଇଥିଲା, ଆମେରିକା ଇରାନ ର ଅଣ୍ଟା ଭାଙ୍ଗି ଦେଇଛି , ବର୍ତମାନ ଇରାନ ନିକଟରେ କୌଣସି ରାସ୍ତା ନାହିଁ , ବର୍ତମାନ ଇରାନ ଆମେରିକାର ସମସ୍ତ କଥା ମାନିବାକୁ ପ୍ରସ୍ତୁତ ଅଛି, ଆମେ ତାଙ୍କୁ ଅନ୍ତିମ ସଂସ୍କାର ପାଇଁ ଗୋଟିଏ ସପ୍ତାହର ସମୟ ଦେଇଚୁ, କାହିଁକିନା ଆମେରିକା ମାନବିକତା କୁ ବୁଝିଛୁ l

ଟ୍ରମ୍ପଙ୍କର ଏହି ବୟାନ ଏଭଳି ସମୟରେ ଆସିଛି ଯେତେବେଳେ ନିଜ ସର୍ବୋଚ୍ଚ ନେତା ଆୟାତୁଲା ଅଲି ଖାଁମେନେଇ ଙ୍କର ଅନ୍ତିମ ସଂସ୍କାର ରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ର ଆୟୋଜନ ର ଖବର ସାମ୍ନାକୁ ଆସିଥିଲା, ରିପୋର୍ଟ ଅନୁସାରେ ତେହରନ ସ୍ଥିତ ଗ୍ରାଣ୍ଡ ମୋଷଲା ରେ ଅନ୍ତିମ ଦର୍ଶନ ର ଆୟୋଜନ ହୋଇଥିଲା, ଯେଉଁଠାରେ ଲକ୍ଷ ଲକ୍ଷ ସଂଖ୍ୟାରେ ଭିଡ଼ ଦେଖିବାକୁ ମିଳିଥିଲା, ଏହି ସମୟରେ ରାସ୍ତାରେ ଯାନବାହନ ଯାତାୟାତ ଉପରେ ରୋକ ଲାଗିଥିଲା l

IEC 2 years
Leave A Reply