Odisha news

LPG କୁ ନେଇ ଆସିଲା ନୂଆ ଅପଡେଟ, ସରକାର ଆଣିଲେ ନୂଆ ନିୟମ

0

LPG କୁ ନେଇ ଆସିଲା ନୂଆ ରୁଲସ ଅପଡେଟ
ସମାପ୍ତ ହେବ ସରକାରଙ୍କ ୯୦ ଦିନର ସମୟ ସୀମା
ସରକାର କହିଲେ ଶୀଘ୍ର LPG କନେକ୍ସନ ସରେଣ୍ଡର କରନ୍ତୁ
LPG ବଦଳରେ ଚାହିଦା ବଢିବ PNG ର
କଣ ବନ୍ଦ ହୋଇଯିବକି ଆପଣଙ୍କ LPG କନେକ୍ସନ ?

ମିଡିଲ-ଇଷ୍ଟ ରେ ଯୁଦ୍ଧ ହେବାପରେ ଦେଶରେ LPG ସିଲିଣ୍ଡର ସଙ୍କଟ ଦେଖିବାକୁ ମିଳିଥିଲା, ଏହାପରେ ବ୍ଲାକ ମାର୍କେଟିଙ୍ଗ ବଢ଼ିବାରେ ଲାଗିଲା , ଯାହାକୁ ଆକ୍ଷି ଆଗରେ ରଖି କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଉଠାଇଥିଲେ, ସରକାର ବ୍ଲାକ ମାର୍କେଟିଙ୍ଗ ରେ ରୋକ ଲଗାଇବା ପାଇଁ LPG ରୁ PNG କୁ ପରିବର୍ତ୍ତନ କରିବାର ନିୟମ ଜାରି କରିଥିଲେ ଓ ୯୦ ଦିନର ସମୟ ଦେଇଥିଲେ l
ଚଳିତବର୍ଷ ମାର୍ଚ୍ଚ ମାସରେ ପେଟ୍ରୋଲିୟମ ଓ ପ୍ରଲଵୃତିକ ଗ୍ୟାସ ମନ୍ତ୍ରଣାଳୟ ପ୍ରାକୃତିକ ଗ୍ୟାସ ଓ ପେଟ୍ରୋଲିୟମ ଉତ୍ପାଦ ବିତରଣ ଆଦେଶ ୨୦୨୬ ନାମକ ଗୋଟିଏ ନୂଆ ଆଦେଶ ଜାରି କରିଥିଲେ, ଏହି ଆଦେଶ ଅନୁସାରେ କୁହାଯାଇଛି ଯେ ଗୋଟିଏ ପରିବାର ଏକ ସାଙ୍ଗରେ LPG  ଓ PNG କନେକ୍ସନ ରଖି ପାରିବେ ନାହିଁ , ଏବଂ ଏହି ଦୁଇଟି ମଧ୍ୟରୁ ଗୋଟିଏ କନେକ୍ସନ ରଖିବାକୁ ପଡିବ, ଯଦି କୌଣସି ଅଞ୍ଚଳ ରେ PNG ପାଇଁ ପାଇପ ଲାଇନ ବିଛା ଯାଇଛି ତେବେ ଆପଣ ଚାହିଁଲେ ପରିବର୍ତ୍ତନ କରିପାରିବେ l

ବର୍ତମାନ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସମୟ ସୀମା ସମାପ୍ତ ହେବାକୁ ଯାଉଛି , ଏବଂ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିୟମାବଳୀ ଅନୁସାରେ ୯୦ ଦିନର ଡେଡ଼ ଲାଇନ ସମାପ୍ତ ହେବାକୁ ଯାଉଛି, କିନ୍ତୁ ଆପଣ ନିଜ ଅଞ୍ଚଳରେ ରହିଥିବା PNG ପ୍ରଣାଳୀ କୁ ଗ୍ରହଣ କରୁନାହାନ୍ତି, ତେବେ LPG କନେକ୍ସନ ଆପଣଙ୍କର କାଟି ଦିଆଯିବ, ଯଦି ଆପଣଙ୍କର ପୂର୍ବରୁ PNG ରହିଛି ଏବଂ ଆପଣ ବର୍ତମାନ LPG ସିଲିଣ୍ଡର ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ନିଜର LPG କନେକ୍ସନ ସରେଣ୍ଡର କରିବାକୁ ପଡିବ l

ଯଦି ଆପଣଙ୍କ ଅଞ୍ଚଳ ରେ ପିଏନଜି ସୁବିଧା ନାହିଁ ତେବେ ଆପଣ ଏଲପିଜି ବ୍ୟବହାର କରିପାରିବେ, ଏବଂ ଆପଣଙ୍କ ଅଞ୍ଚଳ ରେ ଖୁବ ଶୀଘ୍ର PNG ସୁବିଧା ମଧ୍ୟ ଦିଆଯିବ, HP ଗ୍ୟାସ ବିତରଣ  କରୁଥିବା କମ୍ପାନୀ HPCL କମ୍ପାନୀ ଗ୍ରାହକ ମାନଙ୍କୁ HP ଗ୍ୟାସ ଆପଣାଇବାକୁ ପ୍ରୋତ୍ସାହନ ଦେଉଛି, କିନ୍ତୁ ଇଣ୍ଡେନ ଗ୍ୟାସ ବିତରଣ କରୁଥିବା କମ୍ପାନୀ ଇଣ୍ଡିଆନ ଅଏଲ କମ୍ପାନୀ ସରକାରଙ୍କୁ ସମର୍ଥଂ କରୁଛି l

ବର୍ତମାନ ସୁଧା ଦେଶ ର ଅନେକ ପରିବାର ନିଜର LPG କନେକ୍ସନ କୁ ସରେଣ୍ଡର କରି PNG କୁ ଆପଣାଇ ସାରିଲେଣି, ଯାହାକି ବର୍ତମାନ ସୁଧା  ଦର୍ଶାଉଛି ୧୦.୦୨ ଲକ୍ଷ ପାଖାପାଖି, ଜୁନ ୩୦   ମଧ୍ୟରେ ଡେଡ଼ ଲାଇନ ର ସମାପ୍ତି ହେଉଛି l କିନ୍ତୁ ଏଥିପାଇଁ ଆମକୁ କଣ କରିବାକୁ ପଡିବ ପ୍ରଥମେ ଜାଣି ରଖିବା ଆବଶ୍ୟକ –

– ନିଜ ଅଞ୍ଚଳ ରେ PNG ବିତରକ ଙ୍କର ଯାଞ୍ଚ କରନ୍ତୁ

– ଯଦି ଆପଣଙ୍କ ଅଞ୍ଚଳ ରେ PNG ସୁବିଧା ଉପଲବ୍ଧ ରହିଛି ତେବେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ପ୍ରମାଣପତ୍ର ଓ ନିଜ ଠିକଣାର ପ୍ରମାଣ ଜମା କରନ୍ତୁ

– ଅନଲାଇନ ରେ ଥିବା ସ୍ଥାନୀୟ ବିତରଣ କେନ୍ଦ୍ର ରେ ପିଏନଜି ପାଇଁ ଆବେଦନ କରନ୍ତୁ ଏବଂ ନିଜର LPG ସରେଣ୍ଡର ପ୍ରକ୍ରିୟା ଆରମ୍ଭ କରନ୍ତୁ

– ଅନଲାଇନ ରେ ନିଜ ପଂଜିକୃତ ନମ୍ବର ଅପଡେଟ କରନ୍ତୁ l

IEC 2 years
Leave A Reply