Odisha news

ଟ୍ରମ୍ପ ଙ୍କ କାର୍ଯ୍ୟକୁ ନେଇ ମୁହଁ ଖୋଲିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟହୁ

0

୮୦ ମିନିଟର ପ୍ରଥମ ବୈଠକ ଫଳାଫଳ ଶୂନ୍ୟ
ଲେବାନନ ସଙ୍କଟକୁ ନେଇ ଉତେଜନାରେ ଆମେରିକା-ଇରାନ
ସ୍ୱିଜରଲ୍ୟାଣ୍ଡ ବୈଠକରେ ଦୁଇ ଦେଶ ହେଲେ ସାମ୍ନାସାମ୍ନି
ଟ୍ରମ୍ପଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ଆଣିଲା ଉତେଜନା
ଇସ୍ରାଏଲ ପ୍ରଧାନମନ୍ତ୍ରୀ ମଧ୍ୟ ଟ୍ରମ୍ପଙ୍କ ପାଇଁ ଖୋଲିଲେ ମୁହଁ
ଟ୍ରମ୍ପ ବିରୋଧୀ ମନ୍ତବ୍ୟ ଇସ୍ରାଏଲ ପାଇଁ ହେବକି ମହଙ୍ଗା

ଦୀର୍ଘଦିନରୁ ମିଡିଲ-ଇଷ୍ଟ ରେ ଉତେଜନା ଜାରି ରହିଛି, ଏହି ସଂଘର୍ଷ କୁ ସମାପ୍ତ କରିବା ପାଇଁ ସ୍ୱିଜରଲ୍ୟାଣ୍ଡ ରେ ଆମେରିକା ଓ ଇରାନ ମଧ୍ୟରେ ପ୍ରଥମ ଚରଣ ବୈଠକ ହୋଇଥିଲା, କିନ୍ତୁ ଏହି ବୈଠକ ଉତେଜନା ପୁର୍ଣ ରହିଥିଲା, ଲେବାନନ କୁ ନେଇ ଉଭୟ ଦେଶ ଙ୍କ ମଧ୍ୟରେ ବୈଠକ ରେ ଉତେଜନା ଆରମ୍ଭରୁ ନେଇ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା , ଏବଂ ଡୋନାଲଡ ଟ୍ରମ୍ପ ଙ୍କ ବୟାନ ଯୋଗୁଁ ମଧ୍ୟ ସ୍ଥିତି ଅଧିକ ଅସମ୍ଭାଳ ହୋଇଥିଲା l

ଆମେରିକା ପକ୍ଷରୁ ବୈଠକ ରେ ଉପସ୍ଥିତ ରହିଥିଲେ ଉପରାଷ୍ଟ୍ରପତି ଜେଡି ବେନ୍ସ, ଏବଂ ଇରାନ ପକ୍ଷରୁ ଉପସ୍ଥିତ ଥିଲେ ସଂସଦ ଅଧକ୍ଷ ମୋହମଦ ବଗେର ଗାଲୀବଫ ଓ ବିଦେଶ ମନ୍ତ୍ରୀ ଆବାସ ଆରାଧଛି l ସ୍ୱିଜରଲ୍ୟାଣ୍ଡ ରେ ଆୟୋଜିତ ଏହି ବୈଠକ ଉଦେଶ୍ୟ ଥିଲା ଉଭୟ ଦେଶ ସମସ୍ତ ମୁଦା କୁ ନେଇ ଆଲୋଚନା କରିବେ ଓ ଚାରି ମାସ ଧରି ଚାଲିଥିବା ସଂଘର୍ଷ କୁ ସମାପ୍ତ କରି ଆଗକୁ ବଢିବେ l

ବୈଠକ ଆରମ୍ଭ ହେବା ପୂର୍ବରୁ ଇରାନ ର ପ୍ରତିନିଧିମଣ୍ଡଳ କତର ଓ ପାକିସ୍ଥାନ ର ମଧ୍ୟସ୍ଥତା ରେ ଅଲଗା ଅଲଗା ବୈଠକ କରିଥିଲେ, ଏହାପରେ ନିଜର ଆଭିମୁଖ୍ୟ କୁ ଦର୍ଶାଇ କହିଥିଲା ଯେ ଆଲୋଚନା ସେତେବେଳେ ସଫଳ ହେବ ଆମେରିକା ନିୟମ କୁ କେତେ କାର୍ଯ୍ୟକାରୀ କରୁଛି ଏବଂ ଲେବାନନ ରେ ଇସ୍ରାଏଲ ସୈନ୍ୟ  କାର୍ଯ୍ୟାନୁଷ୍ଠାନ ଉପରେ କେତେ ରୋକ ଲଗାଉଛି l

ଇରାନ ଆମେରିକା ଉପରେ ଆରୋପ ଲଗାଇଛି ଯେ ବର୍ତମାନ ସୁଧା ଆମେରିକା ନିଜ ଚୁକ୍ତି ର ପ୍ରଥମ ସର୍ତ୍ତ ସମସ୍ତ ସ୍ଥାନରେ ସିଜ ଫାୟାର ଲାଗୁ କରିବାରେ ସଫଳ ହୋଇନାହିଁ, ଏହାର ପ୍ରମାଣ ଲେବନାନ ରେ ଦେଖିବାକୁ ମିଳିଛି, ସେଠାରେ ବର୍ତମାନ ମଧ୍ୟ ଇସ୍ରାଏଲ ପକ୍ଷରୁ ସୈନ୍ୟ କାର୍ଯ୍ୟାନୁଷ୍ଠାନ ଜାରି ରହିଛି, ଇରାନ-ଆମେରିକା ମଧ୍ୟରେ ୮୦ ମିନିଟ ପର୍ଯ୍ୟନ୍ତ ବୈଠକ ହୋଇଥିଲା, ଯେଉଁଥିରେ ପ୍ରତିବନ୍ଧ ରୁ ଆରାମ ମିଳିବା ଓ ଆମେରିକା ମାଡି ବସିଥିବା ସମ୍ପତି କୁ ରିଲିଜ କରିବାକୁ ନେଇ ଆଲୋଚନା ହୋଇଥିଲା l

ଆଲୋଚନା ସେତେବେଳେ ଉତ୍ତେଜନାପୂର୍ଣ୍ଣ ହୋଇଗଲା ଯେତେବେଳେ ଟ୍ରମ୍ପ ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ରେ ଇରାନ କୁ ଧମକ ଦେଇଥିଲେ ଯେ ଲେବନାନ ରେ ନିଜର ସହଯୋଗୀ ସମୂହ କୁ ନିୟନ୍ତ୍ରିତ କର, ଏହାପରେ ଇରାନ ପ୍ରତିନିଧିମଣ୍ଡଳ କିଛି ସମୟ ପାଇଁ ବୈଠକ ଛାଡି ଉଠିଆସିଥିଲେ ଏବଂ କହିଥିଲେ ଯେ ଆମେରିକା ନିଜ ବୟାନ ରେ ସତର୍କ ରହୁ ନଚେତ ଇରାନ ସେନା ଯେକୌଣସି ପରିସ୍ଥିତି ର ଜବାବ ଦେବାକୁ ପ୍ରସ୍ତୁତ ଅଛନ୍ତି l

ଏହାକୁ ନେଇ ଆମେରିକା କହିଛି ଯେ କୂଟନୀତି ରେ ଏଭଳି ପ୍ରକ୍ରିୟା ସାମାନ୍ୟ ଅଟେ, ଏବଂ ଟ୍ରମ୍ପ ଆମକୁ ନିର୍ଦେଶ ଦେଇଛନ୍ତି ଯେ ଇରାନ ସହିତ ବୁଝାମଣା ରେ ସମ୍ପର୍କ ରେ ସୁଧାର ଆଣିବା ଜରୁରୀ, ଏବଂ ଏହାକୁ ନେଇ ଇରାନ ପ୍ରତିନିଧିମଣ୍ଡଳ ହ୍ୟାଣ୍ଡସେକ ଓ ଗୃପ ଫଟୋ ଉଠାଇବାକୁ ମନା କରିଥିଲେ l

ଅନ୍ୟ ପକ୍ଷରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟlହୁ ସଂକେତ ଦେଇଛନ୍ତି କି ଦକ୍ଷିଣ ଲେବାନନ ରେ ଇସ୍ରାଏଲ ନିଜ ସୈନ୍ୟ ମୁତୟନ ଜାରି ରଖିବ, କାହିଁକିନା ଇସ୍ରାଏଲ ପାଇଁ ନିଜର ସୁରକ୍ଷା ପ୍ରଥମେ ଦେଖିବା ଜରୁରୀ, ଇସ୍ରାଏଲ ଗୋଟିଏ ସ୍ୱତନ୍ତ୍ର ଦେଶ, ତେଣୁ ପ୍ରତ୍ୟେକ କଥାରେ ଟ୍ରମ୍ପ ଙ୍କ ସହମତି ର ଆବଶ୍ୟକତା ନାହିଁ, ଆମେ ଯାହା ଚାହୁଁଚୁ ଟ୍ରମ୍ପ ସେଇଆ କରୁନାହାନ୍ତି, ନା ସିଏ ଯାହା ଚାହୁଁଛନ୍ତି ଆମେ କରିବାକୁ ବାଧ୍ୟ l

IEC 2 years
Leave A Reply